Thursday, September 19, 2024
25.2 C
Odisha

    ନଣନ୍ଦ-ଭାଉଜ ସମ୍ପର୍କରେ ବଢାନ୍ତୁ ମଧୁରତା

    ଆଗକୁ ପଢନ୍ତୁ

    ବିବାହ ପରେ ଝିଅଟିଏ ନିଜ ଘର ଛାଡି ଏକ ନୂଆ ଘରକୁ ଯାଇଥାଏ । ସେହି ନୁଆ ଘରକୁ ତଥା ଘରର ସମସ୍ତ ସଦସ୍ୟଙ୍କୁ ନିଜର କରି ଚଳି ପାରିଲେ ଜୀବନ ସୁରୁଖୁରୁରେ କଟେ ନଚେତ ଜୀବନ ଦୁଖ ଓ ଆଶାନ୍ତିରେ ଭରି ଯାଏ । ଶାଶୁ ଘରେ ନଣନ୍ଦଙ୍କୁ ନିଜର କରି ତାଙ୍କ ସହ ଭଲ ବୁଝାମଣା ରଖିପାରିଲେ ଅନେକ ସମସ୍ୟା ଦୂର ହେଇଯାଏ । ନଣନ୍ଦଙ୍କୁ ପ୍ରିୟ ଭଉଣୀ ପରି ନିଜର ବନେଇ ରଖିବା ପାଇଁ ଆପଣଙ୍କୁ କିଛି ଜିନିଷ ଉପରେ ଧ୍ୟାନ ଦେବାକୁ ପଡିବ । ନଣନ୍ଦଙ୍କ ସହ ମଧୁର ସମ୍ପର୍କ ତିଆରି କରିବା ପାଇଁ ଆପଣାନ୍ତୁ ଏପରି କିଛି ଉପାୟ ।

    1. ନଣନ୍ଦଙ୍କ ସହ ମନ ଖୋଲି କଥା ହୁଅନ୍ତୁ : କୌଣସି ବି ସମ୍ପର୍କରେ ଏକ healthy ଓ constant communication ନିହାତି ଆବଶ୍ୟକ । ଆପଣଙ୍କ ମନ କଥା ଖୋଲା ଖୋଲି ଭାବେ ନଣନ୍ଦଙ୍କ ସହ ବାଣ୍ଟନ୍ତୁ । ତାଙ୍କର କିଛି କଥା ଯଦି ଖରାପ ଲାଗିଥାଏ, ଏକଥା ତାଙ୍କୁ ସ୍ନେହର ସହିତ, ସିଧା ସଳଖ କୁହନ୍ତୁ । ଭୁଲରେ ବି କୌଣସି ବାହାର ଲୋକଙ୍କୁ ମଝିରେ ପଶିବାକୁ ଦିଅନ୍ତୁ ନାହିଁ । ନଚେତ ସମ୍ପର୍କରେ ତିକ୍ତତା ସୃଷ୍ଟି ହେବ ।
    2. ସମ୍ପର୍କରେ ସଚ୍ଚୋଟତା ରଖନ୍ତୁ : honesty is the best policy . ମନେରଖନ୍ତୁ, କୌଣସି ନୂତନ ସମ୍ପର୍କ ଗଢିବା ସମୟରେ ସାମ୍ନା ଲୋକକୁ ମିଛ କହିବ ହେଉଛି ସବୁଠାରୁ ଖରାପ ଜିନିଷ । ଯଦି ଆପଣ ଏପରି କିଛି ଅଡୁଆ ପରିସ୍ଥିତିରେ ଅଛନ୍ତି, ଯେଉଁଠି ସତ କହିବା ପ୍ରାୟତଃ ଅସମ୍ଭବ ମାନେ ହୁଏ, ସେହି ଜାଗାରେ ଆପଣ ସତକୁ ଲୁଚେଇ ଚୁପ ରହି ପାରିବେ । ମାତ୍ର ମିଛ କହିବା ଆଦୌ ଉଚିତ ନୁହେଁ ।
    3. କ୍ଷମା କରିବା ଶିଖନ୍ତୁ : ମଣିଷ ଭୁଲ କରିବା ଏକ ସ୍ଵାଭାବିକ କଥା । ଯଦି ନଣନ୍ଦଙ୍କ ଦ୍ବାରା କେବେ କୌଣସି ଭୁଲ ହେଇ ଯାଇଛି,ତେବେ ଏହାକୁ ସ୍ବାଭାବିକ ମନେ କରି ତାଙ୍କୁ କ୍ଷମା କରି ଦିଅନ୍ତୁ । କଥାକୁ ଅଯଥା ରେ ବଢେଇ, ଯୁକ୍ତି କିମ୍ବା ଝଗଡା କଲେ କିଛି ଲାଭ ମିଳି ନଥାଏ । ବରଂ ଆପଣ ଯେତେବେଳେ ତାଙ୍କ ଭୁଲ କ୍ଷମା କରିଦେବେ, ପରବର୍ତ୍ତୀ ସମୟରେ ଆପଣଙ୍କ ଦ୍ଵାରା କିଛି ଭୁଲ ହେଇଗଲେ ସେ ମଧ୍ୟ ସେକଥା କୁ ଧରି ରଖିବେ ନାହିଁ ।
    4. ନିଜ ଭୁଲ ସ୍ଵୀକାର କରି ନିଅନ୍ତୁ : ଯେପରି ଆମେ ଆଲୋଚନା କଲେ, ଯେ ମଣିଷ ମାତ୍ରକେ ଭୁଲ ହେବା ସ୍ବାଭାବିକ । ତେଣୁ ଯଦି ଆପଣଙ୍କ ଦ୍ବାରା କେବେ କୌଣସି ଭୁଲ ହେଇଯାଇଛି ତାକୁ ଲୁଚେଇ ନ ରଖି ବା ମିଛ ନ କହି ଭୁଲ କୁ ସ୍ଵୀକାର କରି ନିଅନ୍ତୁ । ଏପରି କରିବା ଦ୍ବାରା ସମ୍ପର୍କରେ ବିଶ୍ବାସ ବଢିବା ସହ ସମ୍ପର୍କ ଦୃଢ ହୋଇଥାଏ ।
    5. ଆବଶ୍ୟକ ସମୟରେ ନଣନ୍ଦଙ୍କ ସହ ଛିଡା ହୁଅନ୍ତୁ : ବେଳେବେଳେ କୌଣସି ପରିସ୍ଥିତିରେ ଯଦି ନଣନ୍ଦ ଆପଣଙ୍କୁ ଦରକାର କରନ୍ତି, ତେବେ ସେ ସମୟ ରେ ତାଙ୍କ ସାଥିରେ ଛିଡା ହୁଅନ୍ତୁ ଓ ତାଙ୍କୁ ମାନସିକ ଭାବେ ସପୋର୍ଟ କରନ୍ତୁ । ତାଙ୍କ ମନ କଥା ଧୈର୍ଯ ର ସହ ଶୁଣାନ୍ତୁ । ତାଙ୍କୁ ଠିକ ଓ ଭୁଲ ବୁଝାନ୍ତୁ ।ଏପରି କରିବା ଦ୍ବାରା ସେ ଆପଣଙ୍କ ଉପରେ ଭରସା କରିପାରନ୍ତି । ସମ୍ପର୍କରେ ଘନିଷ୍ଠତା ଓ ମଧୁରତା ବଢିଥାଏ ।

     

    ଏସବୁ କଥା ପ୍ରତି ଧ୍ୟାନ ଦେଲେ ନଣନ୍ଦ-ଭାଉଜ ଙ୍କ ସମ୍ପର୍କରେ ଆତ୍ମୀୟତା ଭାରିଯାଏ । ନଣନ୍ଦ ନିଜର ଭଉଣୀ ପରି ପ୍ରିୟ ହୋଇଯାଆନ୍ତି ଓ ଶାଶୁଘରେ ନୂଆ ଜୀବନ ସୁଖ-ଶାନ୍ତିରେ ପୁରିଯାଏ ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    overcast clouds
    25.2 ° C
    25.2 °
    25.2 °
    91 %
    1.1kmh
    100 %
    Thu
    25 °
    Fri
    31 °
    Sat
    31 °
    Sun
    30 °
    Mon
    30 °

    ସମ୍ବନ୍ଧିତ