Wednesday, August 20, 2025
28.3 C
Odisha

    ନିୟନ୍ତ୍ରଣକୁ ଆସିବ ଅନଲାଇନ ବେଟିଂ ଗେମ

    ଆଗକୁ ପଢନ୍ତୁ

    ନିୟନ୍ତ୍ରଣକୁ ଆସିବ ଅନଲାଇନ ବେଟିଂ ଗେମ୍ । ଅନଲାଇନ ଗେମରେ ହେଉଥିବା ସମସ୍ତ ପ୍ରକାର ଟଙ୍କା ନେଣଦେଣ ଉପରେ ଜାରି ହୋଇପାରେ ପ୍ରତିବନ୍ଧକ । ଡିଜିଟାଲ ଗେମିଂ ଓ ଅନଲାଇନ ବେଟିଂ ନିୟନ୍ତ୍ରଣ କରିବାକୁ ସରକାର ଆଣିବେ ଅନଲାଇନ ଗେମିଂ ବିଲ । କେନ୍ଦ୍ର କ୍ୟାବିନେଟ ଏହି ବିଲକୁ ଅନୁମୋଦନ ଦେଇଥିବା ବେଳେ ଖୁବଶୀଘ୍ର ଏହାକୁ ଆଇନରେ ପରିଣତ କରିବାକୁ ଉଦ୍ୟମ ହେବ । ଏହି ବିଲରେ ଅନଲାଇନ ଗେମିଂ ଉପରେ ନିୟନ୍ତ୍ରଣ ପାଇଁ ସମସ୍ତ ପ୍ରକାର ବ୍ୟାଙ୍କିଂ ଓ ଅଣବ୍ୟାଙ୍କିଙ୍ଗ ନେଣଦେଣ ଉପରେ ରୋକ ଜାରି କରିବାକୁ ପ୍ରସ୍ତାବ ରହିଛି । ଏହାସହିତ ଟଙ୍କା ସହ ଜଡିତ ଅନଲାଇନ ଗେମିଂର ବିଜ୍ଞାପନ ଉପରେ ମଧ୍ୟ ପ୍ରତିବନ୍ଧକ ଜାରି ହୋଇପାରେ ।

    ୨୦୨୩ ମସିହାରେ କେନ୍ଦ୍ର ସରକାର ଅନଲାଇନ ଗେମିଂ ପ୍ଲାଟଫର୍ମଗୁଡିକ ଉପରେ ୨୮ ପ୍ରତିଶତ ଜିଏସଟି ଲାଗୁ କରିଥିଲେ। ସେହିପରି ୨୦୨୫ ଆର୍ଥିକ ବର୍ଷରୁ ଅନଲାଇନ ଗେମିଂରୁ ଜିତିଥିବା ଅର୍ଥ ଉପରେ ୩୦ ପ୍ରତିଶତ ଟିକସ ଦେବାକୁ ପଡୁଥିଲା । ଭାରତୀୟ ନ୍ୟାୟ ସଂହିତାରେ ମଧ୍ୟ ବେଆଇନ ବେଟିଂକୁ ଅପରାଧ ବୋଲି ବିବେଚନା କରାଯିବା ସହ ୭ ବର୍ଷ ଜେଲଦଣ୍ଡ ଓ ବିପୁଳ ଜରିମାନାର ବ୍ୟବସ୍ଥା ରହିଛି । ବେଆଇନ ବେଟିଂ ଓ ଗ୍ୟାମ୍ୱଲିଂ ରୋକିବାକୁ କେନ୍ଦ୍ର ସରକାର ୧୪ ଶହରୁ ଅଧିକ ୱେବସାଇଟ ଓ ଆପକୁ ବେଆଇନ ଘୋଷଣା କରି ସାରିଥିବା ବେଳେ ନୂଆ ନିୟମ ଅନଲାଇନ ବେଟିଂ ଗେମ ରୋକିବାରେ ସହାୟକ ହେବ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    overcast clouds
    28.3 ° C
    28.3 °
    28.3 °
    79 %
    1.6kmh
    96 %
    Wed
    29 °
    Thu
    31 °
    Fri
    26 °
    Sat
    24 °
    Sun
    27 °

    ସମ୍ବନ୍ଧିତ