Saturday, October 10, 2026
21.6 C
Odisha

    ନିୟମ ଉଲ୍ଲଂଘନ କରି ପ୍ରଚାର ମୈଦାନରେ ମିସନ ଶକ୍ତି ପଦାଧିକାରୀ

    ଆଗକୁ ପଢନ୍ତୁ

    ବେତନଟୀସଦର: ବିଜେପି ବିଧାୟକ ସନାତନ ବିଜୁଳି ନିଜର ନିର୍ବାଚନ ଏଜେଣ୍ଟ ମାଧ୍ୟମରେ ବଡ଼ସାହି ନିର୍ବାଚନ ମଣ୍ଡଳୀରେ ନିର୍ବାଚନ ଆଚରଣ ବିଧୂର ଖୋଲାଖୋଲି ଉଲ୍ଲଙ୍ଘନ ହୋଇଥିବାର ଅଭିଯୋଗ ପତ୍ର ଜିଲ୍ଲା ମୁଖ୍ୟ ନିର୍ବାଚନ ଅଧିକାରୀଙ୍କୁ ପ୍ରଦାନ କରିଛନ୍ତି। ବିଜେପି ପକ୍ଷରୁ ଅଭିଯୋଗ କରାଯାଇଛି ଯେ ମିସନ ଶକ୍ତିରେ କାର୍ଯ୍ୟରତ ମହିଳା ଅଧିକାରୀ ଖୋଲାଖୋଲି ଭାବରେ ବିଜୁ ଜନତା ଦଳ ସପକ୍ଷରେ ପ୍ରଚାର କରୁଛନ୍ତି।

    ସୂଚନା ଅନୁଯାଇ ବେତନଟୀ ବ୍ଲକ ମିସନ ଶକ୍ତିରେ କାର୍ଯ୍ୟରତ ଅଧିକାରୀ ନଡ଼ପୁର ଅଞ୍ଚଳର ସୁମତୀ ମିଶ୍ର (ଭିଆରପି, ଇସି ମେମ୍ବର), ପୁରୁଣିଆ ପଞ୍ଚାୟତର ସ୍ନେହଲତା ସେଠୀ (ଭିଆରପି, ଇସି ମେମ୍ବର, ଧାନ ଫାଉଣ୍ଡେସନର ସଦସ୍ୟା), ପାଟୁଳିପୁରା ପଞ୍ଚାୟତର ସ୍ନେହଲତା ପାଣି (ଭିଆରପି, ଇସି ମେମ୍ବର), ଅଁଳା ପଞ୍ଚାୟତର ଭାରତୀ ଦାସ (ବ୍ଲକ ସଂଘ ସଭାପତି), କଳମା ପଞ୍ଚାୟତର ସବିତା ଜେନା (ଭିଆରପି) ପ୍ରମୁଖ ବିଜେଡି ଗାଁ ଗାଁ ବୁଲି ବିଜୁ ଜନତା ଦଳର ବିଧାୟିକା ପ୍ରାର୍ଥୀଙ୍କ ସପକ୍ଷରେ ପ୍ରଚାର କରିବା ସହିତ ଭୋଟ ମାଗୁଛନ୍ତି ଓ ବିଭିନ୍ନ ଦଳୀୟ କାର୍ଯ୍ୟକ୍ରମରେ ସାମିଲ ହୋଉଛନ୍ତି। ସେମାନେ ପ୍ରତି ଗାଁରେ ମହିଳା ସ୍ଵୟଂ ସହାୟିକା ଗୋଷ୍ଠୀଙ୍କୁ ଭେଟି ସେମାନଙ୍କୁ ପ୍ରଲୋଭନ
    ଦେଖାଇବା ସହିତ ଶଙ୍ଖ ଚିହ୍ନରେ ଭୋଟ ଦେବାକୁ ବାଧ୍ୟ କରୁଛନ୍ତି । ସେମାନେ ବିଜେଡ଼ି ଦଳୀୟ ସଭାରେ ଯୋଗଦେଉଛନ୍ତି ଏବଂ ସ୍ବୟଂ ସହାୟିକା ଗୋଷ୍ଠୀର
    ମହିଳାମାନଙ୍କୁ ସଭାସ୍ଥଳକୁ ଡାକି ଏକଜୁଟ କରାଉଛନ୍ତି।

    ବିଜେଡ଼ିର ନିର୍ବାଚନୀ ସଭାରେ ଯୋଗଦେବା ସହ ସ୍ବୟଂସହାୟିକ ଗୋଷ୍ଠୀର ସଭ୍ୟାମାନଙ୍କୁ ବିଜେଡ଼ି ଦଳୀୟ ସଭାରେ ମଧ୍ୟ ଯୋଗଦେବା ପାଇଁ ପ୍ରବର୍ତ୍ତାଉଛନ୍ତି। ଏହାର ପ୍ରମାଣ ଦେଉଛି ଦଳୀୟ ଲୋକ ଉଠାଇଥିବା କିଛି ଫୋଟ ଭିଡିଓରୁ। ଏଣୁ ଏହା ସ୍ପଷ୍ଟ ଯେ ସ୍ବୟଂସହାୟକ ଗୋଷ୍ଠୀର ସଭ୍ୟାମାନଙ୍କୁ ବିଜେଡ଼ି ନିର୍ବାଚନୀ କାର୍ଯ୍ୟରେ ନିୟୋଜିତ କରିବାପାଇଁ ଏମାନଙ୍କୁ ଅସ୍ତ୍ର କରିଛନ୍ତି, ଯେଉଁଥିପାଇଁ ବିଧାୟକ ଶ୍ରୀ ବିଜୁଳି ଏ ସମ୍ପର୍କରେ ଏକ ଲିଖିତ ଅଭିଯୋଗ ନିଜର ନିର୍ବାଚନ ଏଜେଣ୍ଟ ସନ୍ଦୀପ କୁମାର ମିଶ୍ରଙ୍କ ଜରିଆରେ ଜିଲ୍ଲାପାଳ ଶ୍ରୀ ଦତ୍ତାତ୍ରେୟ ଭାଉସାହେବ ସିଂଦେଙ୍କୁ ଭେଟି ଆଚରଣବିଧୂ ଉଲ୍ଲଙ୍ଘନ ବାବଦରେ ଅବଗତ କରାଯାଇଛନ୍ତି ଓ କଡା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଅନୁରୋଧ କରିଛନ୍ତି। ଜିଲ୍ଲାପାଳ ପ୍ରତିକ୍ରିୟା ଦେଇ କହିଛନ୍ତି କି ସେ ଏବାବଦରେ ସ୍ଥାନୀୟ ବିଡ଼ିଓଙ୍କୁ ତଦନ୍ତ କରି ରିପୋର୍ଟ ପ୍ରଦାନ କରିବାକୁ କହିଛନ୍ତି ଓ ରିପୋର୍ଟ ପାଇଲା ପରେ ସେମାନଙ୍କ ବିରୁଦ୍ଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ପ୍ରତିଶ୍ରୁତି ଦେଇଛନ୍ତି।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    21.6 ° C
    21.6 °
    21.6 °
    83 %
    1kmh
    0 %
    Sat
    30 °
    Sun
    30 °
    Mon
    30 °
    Tue
    30 °
    Wed
    30 °

    ସମ୍ବନ୍ଧିତ