Thursday, August 27, 2026
24.9 C
Odisha

    ବାଙ୍କିବାହାଲ-ଟପରିଆ ରାସ୍ତାରେ ବଢ଼ୁଛି ଦୁର୍ଘଟଣା: ଅଜଣା ଟ୍ରେଲର ଧକ୍କାରେ ଜଣେ ଗୁରୁତର

    ଆଗକୁ ପଢନ୍ତୁ

    ସୁନ୍ଦରଗଡ଼/ହେମଗିର: ହେମଗିର ବ୍ଲକ୍ ବାଙ୍କିବାହାଲ ଠାରୁ ଟପରିଆ ରାସ୍ତା ବର୍ତ୍ତମାନ ମରଣଯନ୍ତା ପାଲଟିଛି। ଗୁରୁବାର ରାତି ୮ଟାରେ ଏକ ଅଜଣା କୋଇଲା ବୋଝେଇ ଟ୍ରେଲର ଧକ୍କାରେ ସାଇକେଲ ଆରୋହୀ ବେଲଢିପା ଗ୍ରାମର ମଧୁସୂଦନ ଜୟପୁରିଆ ଗୁରୁତର ଆହତ ହୋଇଥିଲେ। ସ୍ଥାନୀୟ ଲୋକେ ତାଙ୍କୁ ଉଦ୍ଧାର କରି ସୁନ୍ଦରଗଡ଼ ଜିଲ୍ଲା ମୁଖ୍ୟ ଡାକ୍ତରଖାନା ରେ ଭର୍ତ୍ତି କରିଛନ୍ତି। ଶ୍ରୀ ଜୟପୁରିଆ କନ୍ଦାଧୁଡ଼ା ପଟୁ ସାଇକଲେରେ ଘରକୁ ଫେରୁଥିବା ବେଳେ ଘଟିଥିଲା ଦୁର୍ଘଟଣା। ଏହା ପରେ ରାସ୍ତାରେ ଏପରି ବାରମ୍ବାର ଦୁର୍ଘଟଣା ଘଟି ଧନଜୀବନ ହାନି ହେଉଥିବାରୁ ଆହତଙ୍କ ପରିବାର ଓ ସ୍ଥାନୀୟ ଲୋକେ ସ୍ଥାୟୀ ସମାଧାନ ଓ କ୍ଷତିପୂରଣ ଦାବିରେ ଶୁକ୍ରବାର ସକାଳୁ ରାସ୍ତାରୋକ କରିଥିଲେ । ଅପରାହ୍ନ ୪ଟାରେ ବଲିଙ୍ଗା ଫାଣ୍ଡି ଅଧିକାରୀଙ୍କ ଉପସ୍ଥିତିରେ ବିସ୍ଥାପିତ ଗାଡ଼ି ମାଲିକ ସଂଘ ଓ ସ୍ଥାନୀୟ ଲୋକଙ୍କ ମଧ୍ୟରେ ଆଲୋଚନା ହୋଇଥିଲା।

    ଆଲୋଚନାରେ ବିସ୍ଥାପିତ ନେତା ରାଜେନ୍ଦ୍ର ନାଏକ ବାରମ୍ବାର ଦୁର୍ଘଟଣା ଘଟୁଥିବାରୁ ସ୍ଥାୟୀ ସମାଧାନ ଦାବି କରିଥିଲେ। ଶେଷରେ ବାଙ୍କିବାହାଲ ଠାରୁ ଟପରିଆ ରାସ୍ତାରେ ଖଣିଜ ପରିବହନ ଗାଡ଼ି ଘଣ୍ଟା ପ୍ରତି ୨୦ କିମି ବେଗରେ ଚାଲିବା, ପ୍ରତି ଗାଡ଼ିର ବ୍ୟବଧାନ ୧୦୦ ମିଟର ସୁନିଶ୍ଚିତ କରିବା, ପ୍ରତି ଛକରେ ସିସିଟିଭି କ୍ୟାମେରା ସ୍ଥାପନ, ସନ୍ଧ୍ୟା ୬ ରୁ ରାତି ୭ଟା ମଧ୍ୟରେ ଦୁର୍ଘଟଣା ଘଟୁଥିବାରୁ ଏହି ସମୟରେ ଗାଡ଼ି ଚଳାଚଳ ବନ୍ଦ ରଖିବା ଓ ଦୁର୍ଘଟଣାଗ୍ରସ୍ତ ମଧୁସୂଦନଙ୍କ ଚିକିତ୍ସାର ସମସ୍ତ ଖର୍ଚ୍ଚ ବହନ କରିବା ସହ ପରିବାରର ଜଣଙ୍କୁ ନିଯୁକ୍ତି ଦିଆଯିବ ବୋଲି ବିସ୍ଥାପିତ ଗାଡ଼ି ମାଲିକ ସଂଖ ଲିଖିତ ପ୍ରତିଶ୍ରୁତି ଦେଇଥିଲା।

    ଏହା ପରେ ପୂର୍ବରୁ ଜିଲ୍ଲା ପ୍ରଶାସନ ପକ୍ଷରୁ ହୋଇଥିବା ନିର୍ଦେଶର ସଠିକ ଅନୁପାଳନ, ଖଣିଜ ପରିବହନ ପାଇଁ ସ୍ଵତନ୍ତ୍ର ରାସ୍ତା ନିର୍ମାଣ, ଦୁର୍ଘଟଣାର ସ୍ଥାୟୀ ପ୍ରତିକାର, ରାସ୍ତା ପାର୍ଶ୍ବ ଆଲୋକୀକରଣ ଆଦି ଦାବି ବିଷୟରେ ୧୫ ଦିନ ମଧ୍ୟରେ ପ୍ରଭାବିତ ଗ୍ରାମର ପ୍ରତିନିଧି ଓ ବିସ୍ଥାପିତ ଗାଡ଼ି ମାଲିକ ସଂଘ ଆଲୋଚନା କରି ଜିଲ୍ଲା ପ୍ରଶାସନକୁ ଅବଗତ କରି ପଦକ୍ଷେପ ନେବାକୁ ଅନୁରୋଧ କରାଯିବ ବୋଲି ନିଷ୍ପତ୍ତି ହୋଇଥିଲା। ଏହା ପରେ ରାସ୍ତା ଅବରୋଧ ହଟିଥିଲା । ଆଲୋଚନାରେ ରାଧେଶ୍ୟାମ ଗର୍ଡିଆ, ରମେଶ ଜୟପୁରିଆ, ନେହରୁ ପଧାନ, ଗୌରାଙ୍ଗ ସା, କମଳ ଜୟପୁରିଆ, ରାଜେଶ ଜୟପୁରିଆ, ପ୍ରଦୀପ ମହାନନ୍ଦିଆଙ୍କ ଶତାଧିକ ଗ୍ରାମବାସୀ ଉପସ୍ଥିତ ଥିଲେ ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    overcast clouds
    24.9 ° C
    24.9 °
    24.9 °
    93 %
    1.8kmh
    99 %
    Wed
    25 °
    Thu
    30 °
    Fri
    28 °
    Sat
    28 °
    Sun
    28 °

    ସମ୍ବନ୍ଧିତ