Monday, October 19, 2026
23.2 C
Odisha

    ନୀତିଶଙ୍କୁ ମନ୍ତ୍ରୀମାନଙ୍କ ନାମ ପଚାରନ୍ତୁ,କହିପାରିବେନି: ମାନସିକ ସ୍ଥିତି ଉପରେ ପ୍ରଶ୍ନ ଉଠାଇଲେ ପିକେ

    ଆଗକୁ ପଢନ୍ତୁ

    ପାଟନା: ଜନସୁରାଜ ପାର୍ଟିର ପ୍ରତିଷ୍ଠାତା ପ୍ରଶାନ୍ତ କିଶୋର(ପିକେ) କହିଛନ୍ତି ଯେ, ମୁଖ୍ୟମନ୍ତ୍ରୀ ନୀତିଶ କୁମାରଙ୍କ ସ୍ୱାସ୍ଥ୍ୟାବସ୍ଥା ଉପରେ ମତାମତ ଦେଇଥିବା ପ୍ରଥମ ବ୍ୟକ୍ତି ଥିଲେ ତାଙ୍କ ସହଯୋଗୀ ସୁଶୀଲ କୁମାର ମୋଦୀ। ସେବେଠାରୁ ବିହାରର ଅନେକ ମନ୍ତ୍ରୀ ତାଙ୍କ ସ୍ୱାସ୍ଥ୍ୟାବସ୍ଥା ଉପରେ ମତାମତ ଦେଇଛନ୍ତି।ମୁଁ ଜାନୁଆରି ପର୍ଯ୍ୟନ୍ତ ଏଥିରେ କୌଣସି ମନ୍ତବ୍ୟ ଦେଇ ନଥିଲି। କିନ୍ତୁ ବିପିଏସସି ପ୍ରତିବାଦ ସମୟରେ ମୁଁ ଜାଣିପାରିଲି, ନୀତିଶ କୁମାରଙ୍କ ମାନସିକ ଅବସ୍ଥା ଖରାପ ହୋଇଯାଇଛି। ସେ ଜାଣିପାରୁନାହାନ୍ତି ରାଜ୍ୟରେ କ’ଣ ଘଟୁଛି?

    ନିକଟରେ ଲାଲୁ ଯାଦବଙ୍କ ଝିଅ ରୋହିଣୀ ଆଚାର୍ଯ୍ୟ କହିଥିଲେ ଯେ, ଜାତୀୟ ସଙ୍ଗୀତ ଗାନ ସମୟରେ ମୁଖ୍ୟମନ୍ତ୍ରୀ ନୀତିଶ କୁମାରଙ୍କ ଆଚରଣ ନେଇ ସ୍ପଷ୍ଟ ହୋଇଛି ଯେ, ତାଙ୍କ ମାନସିକ ସ୍ୱାସ୍ଥ୍ୟରେ ନିଶ୍ଚିତ ଭାବରେ କିଛି ସମସ୍ୟା ଅଛି।

    ଜାତୀୟ ସଙ୍ଗୀତ ସମୟରେ, ନୀତିଶ କୁମାର ଜାତୀୟ ସଙ୍ଗୀତର ମର୍ଯ୍ୟଦାର ବିପରୀତ ଆଚରଣ କରିଥିଲେ। ଗୃହର ଅଧିବେଶନ ସମୟରେ ନିରନ୍ତର ବିଭିନ୍ନ ପ୍ରକାରର ହାସ୍ୟାସ୍ପଦ ଇଙ୍ଗିତ ଦେଉଥିଲେ। ସାର୍ବଜନୀନ ମଞ୍ଚରେ ସରକାରୀ କାର୍ଯ୍ୟକ୍ରମରେ ବହୁ ଅଜବ କାର୍ଯ୍ୟ କରିଛନ୍ତି। ଅନେକ ବିବାଦୀୟ ଏବଂ ଅଶ୍ଳୀଳ ବକ୍ତବ୍ୟ ପ୍ରଦାନ କରିଛନ୍ତି।ସେ କହିଛନ୍ତି ଯେ, ନୀତିଶ କୁମାରଙ୍କ ପ୍ରତ୍ୟେକ ଛୋଟ ଛୋଟ କଥାରେ ଚିତ୍କାର କରି ଉତ୍ତେଜିତ ହେବା, ଅପମାନଜନକ ଭାଷା ବ୍ୟବହାର କରିବା, ବିରୋଧୀ ବିଧାୟକ, ଏମଏଲସି, ବିହାରର ପୂର୍ବତନ ଏବଂ ପ୍ରଥମ ମହିଳା ମୁଖ୍ୟମନ୍ତ୍ରୀଙ୍କ ପାଇଁ ଅପମାନଜନକ ଶବ୍ଦ ବ୍ୟବହାର କରିବା, ଏସବୁ ସ୍ପଷ୍ଟ ଭାବରେ ଦର୍ଶାଉଛି ଯେ, ବିହାରର ମୁଖ୍ୟମନ୍ତ୍ରୀଙ୍କ ମାନସିକ ଅବସ୍ଥା ଗମ୍ଭୀର ଚିନ୍ତାର ବିଷୟ।

    ସେମାନଙ୍କୁ ଡାକ୍ତରଙ୍କ ତତ୍ତ୍ୱାବଧାନରେ ତୁରନ୍ତ ପରାମର୍ଶ ଆବଶ୍ୟକ। ତାଙ୍କର ରୋଗ ଦୁଃରାରୋଗ୍ୟ ହେବା ପୂର୍ବରୁ, ତାଙ୍କୁ ସମୟୋଚିତ ଏବଂ ଉପଯୁକ୍ତ ଚିକିତ୍ସା ମିଳିବା ଉଚିତ୍। ଏହା ମୁଖ୍ୟମନ୍ତ୍ରୀଙ୍କ ସ୍ୱାସ୍ଥ୍ୟ ପାଇଁ ଏବଂ ବିହାର ପାଇଁ ମଧ୍ୟ ଭଲ ହେବ। ଏହାକୁ ନେଇ ରାବ୍ରୀ ଦେବୀ ଏବଂ ତେଜସ୍ୱୀ ଯାଦବ ନୀତିଶ କୁମାରଙ୍କ ଇସ୍ତଫା ଦାବି କରିଥିଲେ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    overcast clouds
    23.2 ° C
    23.2 °
    23.2 °
    82 %
    1.2kmh
    100 %
    Sun
    23 °
    Mon
    31 °
    Tue
    30 °
    Wed
    30 °
    Thu
    29 °

    ସମ୍ବନ୍ଧିତ