Friday, April 3, 2026
39 C
Odisha

    ନୀରୋଗ ରହିବା ପାଇଁ ଆପଣାନ୍ତୁ ଏହି ଟିପ୍ସ

    ଆଗକୁ ପଢନ୍ତୁ

    ଆମର ଏଭଳି କେତେକ ଅଭ୍ୟାସ ରହିଛି ଯାହା ପ୍ରତି ଆମେ ନଜର ନେବା ନିହାତି ଦରକାର। କାରଣ ନିଜକୁ ସୁସ୍ଥ ରଖିବା ଲାଗି କେତେକ ଅଭ୍ୟାସକୁ ବଦଳାଇବାକୁ ଚେଷ୍ଟା କରନ୍ତୁ। ଯଥା :-

    ଖାଇବାର ଠିକ୍‌ ପରେ ପରେ ଫଳମୂଳ ଆଦୌ ଖାଆନ୍ତୁ ନାହିଁ।

    ଚା’, କଫି, କୋଲଡ଼୍ରିଙ୍କ ଏବଂ ନିଶାଦ୍ରବ୍ୟ ଠାରୁ ମଧ୍ୟ ଯଥା ସମ୍ଭବ ଦୂରେଇ ରୁହନ୍ତୁ। ଏହା ଶରୀର ଉପରେ କୁପ୍ରଭାବ ପକାଇବା ସହ ପେଟରେ ଏସଡିଟିର ମାତ୍ରା ବଢ଼ାଇ ଦେଇଥାଏ।

    ଖାଇବା ସମୟରେ କେତେକେ ପାଣି ପିଇଥାଆନ୍ତି। ଏହା ଏକ ଖରାପ ଅଭ୍ୟାସ। କାରଣ ଏହାର ପ୍ରଭାବ ସ୍ବାସ୍ଥ୍ୟ ଉପରେ ପଡିଥାଏ। ଏହାଦ୍ୱାରା ଓଜନ ବଢ଼ିବା ପରି ସମସ୍ୟା ଦେଖାଦେବାର ଆଶଙ୍କା ରହିଛି। ତେଣୁ ଖାଇବା ପୂର୍ବରୁ ଏବଂ ସମୟରେ ପାଣି ନ ପିଇବା ଭଲ।

    ଖାଇବାର ଅଧଘଣ୍ଟାଏ ପରେ କିମ୍ବା ପୂର୍ବରୁ ପାଣି ପିଅନ୍ତୁ, ଯାହାକି ଖାଦ୍ୟ ହଜମରେ ସାହାଯ୍ୟ କରିବ।

    ଖାଇବାର ଠିକ୍‌ ପରେ ପରେ ଶୁଅନ୍ତୁ ନାହିଁ। ଏହାର ପ୍ରଭାବ ରକ୍ତ ସଞ୍ଚାଳନ ଉପରେ ପଡିଥାଏ।

    ଖାଦ୍ୟ ଖାଇବା ପରେ କିଛି ସମୟ ଚାଲବୁଲ କରନ୍ତୁ। ଏହାଦ୍ୱାରା ଖାଦ୍ୟ ଠିକ୍‌ ଭାବରେ ହଜମ ହୋଇଥାଏ।

    ଖାଇବାର ଠିକ୍‌ ପରେ ପରେ ଆଦୌ ଗାଧାନ୍ତୁ ନାହିଁ। କାରଣ, ଖାଇବା ପରେ ଗାଧୋଇଲେ ତାହାର ପ୍ରଭାବ ରକ୍ତ ସଞ୍ଚାଳନ ଉପରେ ପଡିବାର ଆଶଙ୍କା ରହିଛି। ଏହାଦ୍ୱାରା ରକ୍ତ ସଞ୍ଚାଳନ ତ୍ରୀବ ହୋଇଥାଏ ଯାହା ଶରୀର ପାଇଁ କ୍ଷତି ପହଞ୍ଚାଏ।

    ଏସବୁ ବ୍ୟତୀତ ସବୁବେଳେ ଠିକ୍‌ ସମୟରେ ଖାଆନ୍ତୁ । କୌଣସି ରୋଗର କାରଣ ବିଷୟରେ ଜାଣିପାରିଲେ ତୁରନ୍ତ ଅଭିଜ୍ଞ ଡାକ୍ତରଙ୍କ ନିକଟରେ ଚିକିତ୍ସା କରାଇ ନିଅନ୍ତୁ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    39 ° C
    39 °
    39 °
    18 %
    4.1kmh
    1 %
    Fri
    40 °
    Sat
    39 °
    Sun
    37 °
    Mon
    39 °
    Tue
    38 °

    ସମ୍ବନ୍ଧିତ