Friday, October 2, 2026
28.6 C
Odisha

    ନୂଆବର୍ଷରେ ନନ୍ଦନକାନନ ବୁଲିଲେ ୫୭୧୯ ଶିଶୁ, ୧୪ ବିଦେଶୀ ପର୍ଯ୍ୟଟକ

    ଆଗକୁ ପଢନ୍ତୁ

    ବାରଙ୍ଗ: ଇଂରାଜୀ ନୂଆବର୍ଷର ପ୍ରଥମ ଦିନରେ ନନ୍ଦନକାନନ ପ୍ରାଣୀ ଉଦ୍ୟାନ ଲୋକାରଣ୍ୟ ହୋଇଛି। ଏଠାରେ ପ୍ରାଣୀ ଖୁଆଡ଼ଗୁଡ଼ିକରେ ପର୍ଯ୍ୟଟକମାନଙ୍କ ପ୍ରବଳ ଭିଡ଼ ଦେଖିବାକୁ ମିଳିଥିଲା। ସକାଳ ୮ଟାରୁ ଟିକେଟ କାଉଣ୍ଟରରେ ଭିଡ଼ ଆରମ୍ଭ ହୋଇଥିଲା। ସନ୍ଧ୍ୟା ୫ଟା ପର୍ଯ୍ୟନ୍ତ ଚିଡିଆଖାନା ପରିସରର ଜୀବଜନ୍ତୁ ଖୁଆଡ଼ ପାଖ ସବୁଆଡ଼େ ଲୋକେ ଥିଲେ। ନନ୍ଦନକାନନରେ ନୂଆବର୍ଷର ପ୍ରଥମ ଦିନରେ ୩୫,୬୫୬ ଖଣ୍ଡ ଟିକଟ ବିକ୍ରି ହୋଇଥିଲା। ପର୍ଯ୍ୟଟକମାନଙ୍କ ମଧ୍ୟରେ ୬,୭୧୯ ଜଣ ଶିଶୁ ଥିବା ବେଳେ ୧୪ ଜଣ ବିଦେଶୀ ନାଗରିକ ଥିଲେ। ସମସ୍ତ ପର୍ଯ୍ୟଟକଙ୍କ ଠାରୁ ୧୩,୩୯,୩୭୦ ଟଙ୍କାର ରାଜସ୍ଵ ଆଦାୟ ହୋଇଥିବା କର୍ତୁପକ୍ଷଙ୍କ ସୂତ୍ରରୁ ପ୍ରକାଶ। ଆଜି ରୋପ୍ୱେରେ ୧୭ ଜଣ ପର୍ଯ୍ୟଟକ ବୁଲିଛନ୍ତି।
    ରାଜ୍ୟ ଉଦ୍ଭିଦ ଉଦ୍ୟାନରେ ବୁଧବାର ଦିନ ୨୫୬୫ ଖଣ୍ଡ ଟିକେଟ ବିକ୍ରି ହୋଇଥିଲା। ଟିକେଟ୍ ବାବଦକୁ ୮୩,୭୭୦ ଟଙ୍କାର ରାଜସ୍ଵ ଆଦାୟ ହୋଇଥିବା ସୂଚ଼ନା ଦିଆଯାଇଛି। ରାଜ୍ୟ ଉଦ୍ଭିଦ ଉଦ୍ୟାନରେ ଆଉ ପୂର୍ବଭଳି ପର୍ଯ୍ୟଟକ ଆସୁ ନଥିବା ଦୃଷ୍ଟିଗୋଚର ହେଉଛି। ବର୍ଷର ଶେଷ ଦିନ, ବର୍ଷର ଶେଷ ରବିବାର ଓ ନୂଆବର୍ଷରେ କିଛି ପୂର୍ବରୁ ଆଜିର ତୁଳନାରେ ଅଧିକ ପର୍ଯ୍ୟଟକ ଆସୁଥିଲେ। କିନ୍ତୁ ବିଭିନ୍ନ କାରଣରୁ ଆଜିକାଲି ଉଦ୍ଭିଦ ଉଦ୍ୟାନରେ ପର୍ଯ୍ୟଟକଙ୍କ ସଂଖ୍ୟା ହ୍ରାସ ପାଉଥିବା ଚର୍ଚ୍ଚା ହେଉଛି।
    ରାଜଧାନୀ ଭିତରେ ଓ ଏହାର ଉପକଣ୍ଠରେ କିଛି ସ୍ଥାନରେ ବଣଭୋଜି ପାଇଁ ସ୍ଥାନ ରହିଛି। ଏଥିରେ ଜୟଦେବବାଟିକା, ଶିଖରଚଣ୍ଡୀ, ଧଉଳି, କୁଆଖାଇ ନଦୀକୂଳ ପ୍ରମୁଖ ସାମିଲ ରହିଛି। ଏକଦା ରାଜ୍ୟ ଉଦ୍ଭିଦ ଉଦ୍ୟାନ ମଧ୍ୟ ବଣଭୋଜି ପାଇଁ ଉତ୍କୃଷ୍ଟ ସ୍ଥାନ ଥିଲା। କିନ୍ତୁ ଏଠାରେ କଟକଣା ଲାଗୁ ହେବା ଦ୍ବାରା ଯୁବପିଢ଼ିଙ୍କୁ ନିରାଶ ହେବାକୁ ପଡୁଛି।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    broken clouds
    28.6 ° C
    28.6 °
    28.6 °
    75 %
    1.8kmh
    59 %
    Fri
    27 °
    Sat
    30 °
    Sun
    30 °
    Mon
    31 °
    Tue
    31 °

    ସମ୍ବନ୍ଧିତ