Wednesday, March 4, 2026
34.8 C
Odisha

    ନୂଆବର୍ଷରେ ପୁଞ୍ଛରେ ପାକିସ୍ତାନୀ ଡ୍ରୋନ, ସେନାର ସର୍ଚ୍ଚ ଅପରେସନ ଜାରି

    ଆଗକୁ ପଢନ୍ତୁ

    ଜମ୍ମୁ କଶ୍ମୀର : ସମଗ୍ର ଦୁନିଆ ନୂଆବର୍ଷ ପାଳନ କରୁଥିବା ବେଳେ ପାକିସ୍ତାନ କିନ୍ତୁ ସୁଧୁରୁନି । ନୂଆବର୍ଷ ଅବସରରେ ଜମ୍ମୁ କଶ୍ମୀରର ପୁଞ୍ଛରେ ପାକିସ୍ତାନୀ ଡ୍ରୋନ ଦେଖିବାକୁ ମିଳିଛି । ଡ୍ରୋନ୍ ଦେଖିବା ପରେ ସେନା ପକ୍ଷରୁ ସର୍ଚ୍ଚ ଅପରେସନ ଜାରି ରହିଛି ।

    ପାକିସ୍ତାନୀ ଡ୍ରୋନ ଏଲଓସି ନିକଟରେ ପୁଞ୍ଛର ଖାଡି କରମାଡା ଅଞ୍ଚଳରେ ଭାରତୀୟ ସୀମାରେ ପ୍ରବେଶ କରିଛି । ଡ୍ରୋନ ୫ ମିନିଟରୁ ଅଦିକ ସମୟ ଭାରତୀୟ ସୀମାରେ ଥିଲା ବୋଲି ଜଣାପଡିଛି । ଭାରତୀୟ ସେନା ଓ ଜମ୍ମୁ କଶ୍ମୀର ପୋଲିସ ସ୍ଥାନୀୟ ଅଞ୍ଚଳରେ ସର୍ଚ୍ଚ ଅପରେସନ ଆରମ୍ଭ କରିଛି । ଏଜେନ୍ସୀ ଡ୍ରୋନ ଉଡ଼ାଣ ଟ୍ରାକ୍ କରି ଯାଞ୍ଚ କରୁଛି ।

    ଜମ୍ମୁ କଶ୍ମୀର ପ୍ରଶାସନ ତରଫରୁ ସୁରକ୍ଷାକୁ ଦେଖି ଗତ କିଛିଦିନରେ କେନ୍ଦ୍ର ଶାସିତ ଅଞ୍ଚଳରେ ଭିପିଏନ ବ୍ୟବହାର ଉପରେ ବ୍ୟାନ୍ ଲଗାଯାଇଛି । ରାଷ୍ଟ୍ରୀୟ ସୁରକ୍ଷାକୁ ବିପଦ ଏବଂ ଅଶାନ୍ତକୁ ଉସୁକାଇବା ଆଶଙ୍କାରେ ଏହା ଉପରେ ବ୍ୟାନ ଲଗାଯାଇଥିଲା । ଆଉ ଏବେ ଏଲଓସି ନିକଟରେ ଡ୍ରୋନ୍ ଦେଖିବାକୁ ମିଳିଛି ।

    ଭାରତ-ପାକିସ୍ତାନ ସୀମା ନିକଟରେ ଗତ ୨୪ ଘଣ୍ଟା ଭିତରେ ଦ୍ବିତୀୟ ଥର ପାଇଁ ଡ୍ରୋନ ଦେଖିବାକୁ ମିଳିଛି । ଶାମ୍ବା ଜିଲ୍ଲାର ଫୁଲପୁର ନିକଟରେ ସନ୍ଦିଗ୍ଧ ଡ୍ରୋନ ଦେଖିବାକୁ ମିଳିଥିଲା । ସେହି ସମୟରେ ଡ୍ରୋନ କିଛି ସମୟ ପର୍ଯ୍ୟନ୍ତ ଭାରତୀୟ ସୀମାରେ ରହିଥିଲା ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    34.8 ° C
    34.8 °
    34.8 °
    11 %
    3.5kmh
    3 %
    Wed
    34 °
    Thu
    37 °
    Fri
    38 °
    Sat
    38 °
    Sun
    38 °

    ସମ୍ବନ୍ଧିତ