Wednesday, April 15, 2026
25.7 C
Odisha

    ସୁଇଜରଲ୍ୟାଣ୍ଡରେ ଭୟଙ୍କର ବିସ୍ଫୋରଣ, ନୂଆବର୍ଷରେ ଅନେକ ଲୋକଙ୍କ ମୃତ୍ୟୁ

    ଆଗକୁ ପଢନ୍ତୁ

    ସୁଇଜରଲ୍ୟାଣ୍ଡ : ନୂଆ ବର୍ଷ ଆରମ୍ଭରେ ସାମ୍ନାକୁ ଆସିଲା ଏକ ଦୁଃଖଦ ଘଟଣା । ସୁଇଜରଲ୍ୟାଣ୍ଡର ଲଗଜରୀ ସ୍କି ରିସର୍ଟ କ୍ରାନ୍ସ-ମୋଣ୍ଟାନାର ଏକ ବାରରେ ବିସ୍ଫୋରଣ ଘଟିଛି । ନୂଆ ବର୍ଷ ସେଲିବ୍ରେସନ୍ କରୁଥିବା ସମୟରେ ଏହି ଭୟଙ୍କର ଦୁର୍ଘଟଣା ଘଟିଥିବା ଜଣାପଡିଛି । ବିସ୍ଫୋରଣ ହେବା ଫଳରେ ଅଗ୍ନିକାଣ୍ଡ ବ୍ୟାପିଯାଇଥିଲା । ଯେଉଁଥିରେ ଅନେକଙ୍କର ମୃତ୍ୟୁ ଘଟିଥିଲାବେଳେ ଆଉ କିଛି ଲୋକ ଆହତ ହୋଇଛନ୍ତି । ସୂଚନା ପାଇବା ମାତ୍ରେ ତୁରନ୍ତ ଘଟଣାସ୍ଥଳରେ ପୋଲିସ ଏବଂ ଉଦ୍ଧାରକାରୀ ଟିମ୍ ପହଞ୍ଚିଥିଲା । ଆହତଙ୍କୁ ଉଦ୍ଧାର କରି ସେମାନଙ୍କ ଚିକିତ୍ସା ପାଇଁ ହସ୍ପିଟାଲକୁ ସ୍ଥାନାନ୍ତର କରାଯାଇଛି । ଅଗ୍ନିକାଣ୍ଡକୁ ଆୟତ୍ତ କରିବାକୁ ମଧ୍ୟ ଚେଷ୍ଟା କରିଛି ଉଦ୍ଧାରକାରୀ ଟିମ୍ ।

    ଅନ୍ୟପଟେ ପୋଲିସ ଘଟଣାର ତଦନ୍ତ ଆରମ୍ଭ କରିଛି । କିନ୍ତୁ ବିସ୍ଫୋରଣର କାରଣ ଜଣାପଡିନାହିଁ । ହେଲେ ବର୍ତ୍ତମାନ ସୁଦ୍ଧା ମୃତକଙ୍କ ସଂଖ୍ୟା ମଧ୍ୟ ସ୍ପଷ୍ଟ ହୋଇନାହିଁ ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    25.7 ° C
    25.7 °
    25.7 °
    57 %
    0.8kmh
    0 %
    Wed
    42 °
    Thu
    44 °
    Fri
    44 °
    Sat
    43 °
    Sun
    43 °

    ସମ୍ବନ୍ଧିତ