Sunday, October 11, 2026
28.3 C
Odisha

    ନୂଆ ପିସିସିଏଫ ହେଲେ ଭାରତୀୟ ବନ ସେବା (ଆଇଏଫଏସ) ଅଧିକାରୀ ଡ. କେ. ମୁରୁଗେସନ

    ଆଗକୁ ପଢନ୍ତୁ

    ଭୁବନେଶ୍ବର: ୧୯୯୪ ବ୍ୟାଚର ଭାରତୀୟ ବନ ସେବା (ଆଇଏଫଏସ) ଅଧିକାରୀ ଡ. କେ. ମୁରୁଗେସନଙ୍କୁ ରାଜ୍ୟ ସରକାର ପ୍ରଧାନ ମୁଖ୍ୟ ବନ ସଂରକ୍ଷକ (ପିସିସିଏଫ) ଓ ବନ ବାହିନୀର ମୁଖ୍ୟ ଭାବେ ନିଯୁକ୍ତି ଦେଇଛନ୍ତି। ଜଙ୍ଗଲ ବିଭାଗର ସର୍ବୋଚ୍ଚ ପଦବୀରେ ଅବସ୍ଥାପିତ ହୋଇ ସେ ରାଜ୍ୟର ଜଙ୍ଗଲ ସୁରକ୍ଷା ଓ ବନ୍ୟପ୍ରାଣୀ ସଂରକ୍ଷଣ ସମ୍ବନ୍ଧୀୟ ସମସ୍ତ ଗୁରୁତ୍ବପୂର୍ଣ୍ଣ ଦାୟିତ୍ବ ସମ୍ଭାଳିବେ। ଏନେଇ ବିଧିବଦ୍ଧ ବିଜ୍ଞପ୍ତି ପ୍ରକାଶ ପାଇଛି। ସେହିପରି ୧୯୯୫ ବ୍ୟାଚ୍‌ର ବରିଷ୍ଠ ଆଇଏଏସ୍ ତଥା ଶ୍ରମ ଓ ରାଜ୍ୟ ଇଏସଆଇ ବିଭାଗର ଅତିରିକ୍ତ ମୁଖ୍ୟ ସଚିବ ଚିତ୍ରା ଅରୁମୁଗମଙ୍କୁ ଗୋପବନ୍ଧୁ ପ୍ରଶାସନିକ ପ୍ରଶିକ୍ଷଣ ଏକାଡେମୀର ମହାନିର୍ଦେଶକ (ଡିଜି) ଭାବେ ଅତିରିକ୍ତ ଦାୟିତ୍ବ ଦିଆଯାଇଛି।

    ସେଠାରେ ଥିବା ବରିଷ୍ଠ ଆଇଏଏସ୍ ଜି. ମାଥିଭାଥାନନ ଶନିବାର ସରକାରୀ ଚାକିରିରୁ ଅବସର ନେବା ପରେ ଏହି ଦାୟିତ୍ବ ଚିତ୍ରାଙ୍କୁ ନ୍ୟସ୍ତ ହୋଇଛି। ଚିତ୍ରା ମଧ୍ୟ ଅତିରିକ୍ତ ଭାବେ ବିଜ୍ଞାନ ଓ ବୈଷୟିକ ବିଭାଗର ଅତିରିକ୍ତ ଦାୟିତ୍ବ ତୁଲାଇବେ। ପରବର୍ତ୍ତୀ ନିର୍ଦେଶ ନମିଳିବା ପର୍ଯ୍ୟନ୍ତ ସେ ନିଜର ମୂଳ ଦାୟିତ୍ବ ସହ ଏହି ଅତିରିକ୍ତ କାର୍ଯ୍ୟଭାର ନିର୍ବାହ କରିବେ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    28.3 ° C
    28.3 °
    28.3 °
    70 %
    1.4kmh
    0 %
    Sun
    26 °
    Mon
    30 °
    Tue
    30 °
    Wed
    30 °
    Thu
    29 °

    ସମ୍ବନ୍ଧିତ