Sunday, October 4, 2026
29.6 C
Odisha

    ନେଉଥିଲେ ଲାଞ୍ଚ, ଭିଜିଲାନ୍ସ ହାତରେ ଧରାପଡ଼ିଲେ ସବ୍‌-ଇନ୍ସପେକ୍ଟର

    ଆଗକୁ ପଢନ୍ତୁ

    ଭୁବନେଶ୍ୱର:ଲାଞ୍ଚ ନେଇ ଶହୀଦନଗର ଥାନାର ସବ୍‌-ଇନ୍ସପେକ୍ଟର ପ୍ରିୟବ୍ରତ ପ୍ରଧାନ ଶନିବାର ଗିରଫ ହୋଇଛନ୍ତି। ଜଣେ ବ୍ୟକ୍ତିଙ୍କଠାରୁ ଜବତ କରିଥିବା ଡ୍ରାଇଭିଂ ଲାଇସେନ୍ସ (ଡିଏଲ୍‌) ଫେରାଇ ଦେବା ପାଇଁ ସେ ଲାଞ୍ଚ ନେଉଥିବା ବେଳେ ଧରାପଡ଼ି ଗିରଫ ହୋଇଛନ୍ତି। ଡିଏଲ୍‌ ଫେରାଇ ଦେବାକୁ ସବ୍‌-ଇନ୍ସପେକ୍ଟର ମୋଟ୍‌ ୫ ହଜାର ଟଙ୍କା ଅଭିଯୋଗକାରୀଙ୍କୁ ମାଗିଥିଲେ। ଅଭିଯୋଗକାରୀ ଗତ ୨୧ ତାରିଖରେ ତାଙ୍କୁ ୩ ହଜାର ଟଙ୍କା ଦେଇଥିଲେ। କିନ୍ତୁ ଆଉ ୨ ହଜାର ଟଙ୍କା ନ ଦେଲେ ଡିଏଲ୍‌ ଦେବେ ନାହିଁ ବୋଲି ସବ୍‌-ଇନ୍ସପେକ୍ଟର ତାଙ୍କୁ କହିଥିଲେ। ଏହା ପରେ ଅଭିଯୋଗକାରୀ ଭିଜିଲାନ୍ସର ଦ୍ୱାରସ୍ଥ ହୋଇଥିଲେ। ଯୋଜନା ମୁତାବକ ସବ୍‌-ଇନ୍ସପେକ୍ଟର ବାକି ୨ ହଜାର ଟଙ୍କା ନେଉଥିବା ବେଳେ ଭିଜିଲାନ୍ସ ଅଧିକାରୀମାନେ ଧରିଥିଲେ।
    ଲାଞ୍ଚ ନେଇ ସେ ଧରାପଡ଼ିବା ପରେ ଭିଜିଲାନ୍ସ ପକ୍ଷରୁ ଚଢ଼ାଉ କରାଯାଇଛି। ସେ ଆୟ ବହିର୍ଭୂତ ସମ୍ପତ୍ତି ଠୁଳ କରିଥିବା ସନ୍ଦେହରେ ଏହି ଚଢ଼ାଉ କରାଯାଇଛି। ଏହି ମାମଲାରେ ଭିଜିଲାନ୍ସର ଅନ୍ୟାନ୍ୟ ତଦନ୍ତ ମଧ୍ୟ ଜାରି ରହିଥିବା ଜଣାପଡ଼ିଛି।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    29.6 ° C
    29.6 °
    29.6 °
    53 %
    1.6kmh
    2 %
    Sun
    30 °
    Mon
    30 °
    Tue
    31 °
    Wed
    31 °
    Thu
    30 °

    ସମ୍ବନ୍ଧିତ