Sunday, October 4, 2026
29.6 C
Odisha

    ମହାପ୍ରଭୁଙ୍କୁ ଦର୍ଶନ କଲେ ଭାରତୀୟ ହକି ଖେଳାଳି

    ଆଗକୁ ପଢନ୍ତୁ

    ପୁରୀ: ଚଳିତ ବର୍ଷ ଜୁଲାଇ ଓ ଅଗଷ୍ଟ ମାସରେ ପ୍ୟାରିସରେ ଅଲମ୍ପିକ ଅନୁଷ୍ଠିତ ହେବ। ଭାରତୀୟ ହକି ଦଳ ସେଥିରେ ଅଂଶଗ୍ରହଣ ପୂର୍ବରୁ ଚଳିତ ମାସ ୨୯ ତାରିଖରୁ ଦ୍ୱି ପାକ୍ଷିକ ଟେଷ୍ଟ ମ୍ୟାଚ୍‌ ପାଇଁ ଅଷ୍ଟ୍ରେଲିଆ ଗସ୍ତରେ ଯିବ। ତେବେ ଅଷ୍ଟ୍ରେଲିଆ ଗସ୍ତ ପୂର୍ବରୁ ଶନିବାର ପୁରୀ ଆସି ମହାପ୍ରଭୁଙ୍କୁ ଦର୍ଶନ କରିବା ସହ ଦଳର ସଫଳତା କାମନା କରିଛନ୍ତି ଭାରତୀୟ ହକି ଦଳର ସଦସ୍ୟ। ବର୍ତ୍ତମାନ ଭୁବନେଶ୍ୱର କଳିଙ୍ଗ ଷ୍ଟାଡିୟମରେ ହକି ଦଳର କ୍ୟାମ୍ପ ଚାଲିଛି। ତେଣୁ ସେମାନେ ମହାପ୍ରଭୁଙ୍କ ଦର୍ଶନ ପାଇଁ ଆସିଥିଲେ। ଅପରାହ୍ନ ସାଢେ ୨ଟାରେ ହକି ଟିମ୍‌ ମାର୍କେଟ ଛକଠାରେ ପହଞ୍ଚିବା ପରେ ସେମାନଙ୍କୁ ସ୍ୱାଗତ କରାଯାଇଥିଲା। ବ୍ୟାଟେରୀ ଗାଡ଼ିରେ ସମସ୍ତଙ୍କୁ ମନ୍ଦିର ପର୍ଯ୍ୟନ୍ତ ନିଆଯାଇଥିଲା।
    ମନ୍ଦିର ନିକଟରେ ପହଞ୍ଚିବା ପରେ ଜିଲ୍ଲା ପ୍ରଶାସନ ଓ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ଖେଳାଳୀମାନଙ୍କୁ ସ୍ୱାଗତ କରାଯାଇଥିଲା। ଏହାପରେ ସମସ୍ତଙ୍କୁ ମନ୍ଦିର ଭିତରକୁ ପାଛୋଟି ନିଆଯାଇଥିଲା। ଚତୁର୍ଦ୍ଧାବିଗ୍ରହଙ୍କୁ ଦର୍ଶନ ପରେ ବେଢା ପରିକ୍ରମା କରି ପାଶ୍ୱର୍ ଦେବଦେବୀଙ୍କୁ ଦର୍ଶନ କରିଥିଲେ। ଏଥିସହ ମନ୍ଦିର ଭିତରେ ମହାପ୍ରଭୁଙ୍କ ଖେଚୁଡ଼ି ଖାଇ ଆନନ୍ଦ ପ୍ରକାଶ କରିଥିଲେ। ପରେ ଖେଳାଳୀମାନେ ପରିକ୍ରମା ମାର୍ଗ ବୁଲି ଦେଖିଥିଲେ। ମନ୍ଦିର ଚତୁଃପାଶ୍ୱର୍ ପରିଦର୍ଶନ କରି ବେଶ୍‌ ଖୁସିବ୍ୟକ୍ତ କରିଥିଲେ। ଏହାପରେ ବ୍ଲୁ ଫ୍ଲାଗ ବିଚ୍‌ ବୁଲି ପାନ୍ଥ ନିବାସକୁ ଯାଇଥିଲେ। ସେଠାରେ କିଛି ସମୟ ଅତିବାହିତ କରିବା ପରେ ପୁନଶ୍ଚ ଭୁବନେଶ୍ୱର ଫେରିଯାଇଥିଲେ ହକି ଖେଳାଳୀ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    29.6 ° C
    29.6 °
    29.6 °
    53 %
    1.6kmh
    2 %
    Sun
    30 °
    Mon
    30 °
    Tue
    31 °
    Wed
    31 °
    Thu
    30 °

    ସମ୍ବନ୍ଧିତ