Wednesday, October 14, 2026
28.9 C
Odisha

    ନେପାଳରେ ବନ୍ୟା ଓ ଭୂସ୍ଖଳନ ଟ୍ରାଜେଡି: ମୃତ୍ୟୁସଂଖ୍ୟା ୪୬୯କୁ ବୃଦ୍ଧି, ୧,୪୦୦ ନିଖୋଜ

    ଆଗକୁ ପଢନ୍ତୁ

    କାଠମାଣ୍ଡୁ : ନେପାଳର ଭୋଟକୋଶୀ ଏବଂ ତ୍ରିଶୂଳୀ ନଦୀ ଉପତ୍ୟକାରେ ଚଳିତ ସପ୍ତାହ ଆରମ୍ଭରୁ ସୃଷ୍ଟି ହୋଇଥିବା ପ୍ରଳୟଙ୍କରୀ ଆକସ୍ମିକ ବନ୍ୟା ଓ ଭୂସ୍ଖଳନରେ ମୃତ୍ୟୁସଂଖ୍ୟା ୪୬୯ରେ ପହଞ୍ଚିଥିବା ବେଳେ ପ୍ରାୟ ୧,୪୦୦ ଲୋକ ଏବେ ବି ନିଖୋଜ ଅଛନ୍ତି। ବିପର୍ଯୟ  ପ୍ରଭାବିତ ଅଞ୍ଚଳଗୁଡ଼ିକରେ ଉଦ୍ଧାର କାର୍ଯ୍ୟ ଜାରି ରହିଥିବାରୁ ମୃତ୍ୟୁ ସଂଖ୍ୟା ଆଗକୁ ଆହୁରି ବୃଦ୍ଧି ପାଇବା ନେଇ ଆଶଙ୍କା କରାଯାଉଛି। ଅନ୍ୟପକ୍ଷରେ, ଗୁରୁବାର ରାତି ସୁଦ୍ଧା ୨୯୦ ଜଣ ଭାରତୀୟଙ୍କ ସହ ଯୋଗାଯୋଗ ହୋଇପାରି ନଥିବା ବେଳେ ତ୍ରିଶୂଳୀ-୧ ପ୍ରକଳ୍ପର ୬୩ ଜଣ ଶ୍ରମିକ ଏବଂ ତାମିଲନାଡୁର ୨୧ ଜଣଙ୍କୁ ମିଶାଇ ମୋଟ ୮୪ ଜଣଙ୍କୁ ସୁରକ୍ଷିତ ଉଦ୍ଧାର କରାଯାଇଛି।

    ଏହି ସଙ୍କଟମୟ ପରିସ୍ଥିତି ମଧ୍ୟରେ ନେପାଳର ଛୋଚେନ୍ ଖୋଲା ଏବଂ ପୁରେପୁ ସାଙ୍ଗପୋ ନଦୀର ସଙ୍ଗମସ୍ଥଳ ନିକଟରେ ମାଟି ଓ ପାହାଡ଼ ଜମି ଏକ କୃତ୍ରିମ ପ୍ରତିବନ୍ଧକ ହ୍ରଦ ସୃଷ୍ଟି ହୋଇଥିବାରୁ ଏକ ନୂଆ ବନ୍ୟା ବିପଦ ନେଇ ଚୀନର ଜଳସମ୍ପଦ ମନ୍ତ୍ରଣାଳୟ ଚେତାବନୀ ଜାରି କରିଛି। ଗୁରୁବାର ସକାଳ ସୁଦ୍ଧା ଏହି ହ୍ରଦରେ ପ୍ରାୟ ୨୦ ଲକ୍ଷ କ୍ୟୁବିକ୍ ମିଟର ପାଣି ଜମା ହୋଇସାରିଛି। ଯଦି ଜଳସ୍ତର ବୃଦ୍ଧି ଯୋଗୁଁ ଏହି ପ୍ରାକୃତିକ ବନ୍ଧ ଭାଙ୍ଗିଯାଏ, ତେବେ ତଳିଆ ନେପାଳ ଅଞ୍ଚଳ ଆଡ଼କୁ ପୁଣି ଥରେ ପ୍ରବଳ ବନ୍ୟାଜଳ ମାଡ଼ିଆସି ଦ୍ୱିତୀୟଥର ପାଇଁ ବଡ଼ ବିପର୍ଯ୍ୟୟ ସୃଷ୍ଟି କରିବାର ଭୟ ଦେଖାଦେଇଛି।

    ସୂଚନାଯୋଗ୍ୟ ଯେ, ଅଗଷ୍ଟ ୨୬ ତାରିଖରେ ନେପାଳ-ଚୀନ୍ ସୀମାନ୍ତ ରସୁୱା ଜିଲ୍ଲାରେ ଭୟଙ୍କର ଫ୍ଲାସ୍ ଫ୍ଲଡ୍ ଆସି ଭୋଟକୋଶୀ ଓ ତ୍ରିଶୂଳୀ ନଦୀ ଅବବାହିକାରେ ଥିବା ଘରଦ୍ୱାର, ରାସ୍ତାଘାଟ, ପୋଲ ଏବଂ ସମସ୍ତ ଭିତ୍ତିଭୂମିକୁ ସମ୍ପୂର୍ଣ୍ଣ ଧୂଳିସାତ୍ କରିଦେଇଥିଲା। ନେପାଳ ପର୍ଯ୍ୟଟନ ବୋର୍ଡର ଶେଷ ତଥ୍ୟ ଅନୁଯାୟୀ, ୧୭୮ ଜଣ ଭାରତୀୟ ନାଗରିକ ନିଖୋଜ ଅଛନ୍ତି। ମୋଟ ଉପରେ ନେପାଳରେ ୮୨୬ ଜଣ ଏବଂ ତିବ୍ଦତ ଅଞ୍ଚଳରେ ୫୫୮ ଜଣ ନିଖୋଜ ଥିବା ପ୍ରଶାସନ ପକ୍ଷରୁ କୁହାଯାଇଛି। ନିଖୋଜ ବିଦେଶୀ ନାଗରିକଙ୍କ ମଧ୍ୟରେ ଭାରତ, ଅଷ୍ଟ୍ରେଲିଆ, ବ୍ରିଟେନ୍, ମାଲେସିଆ, ନେଦରଲ୍ୟାଣ୍ଡ, ପର୍ତ୍ତୁଗାଲ, ଦକ୍ଷିଣ ଆଫ୍ରିକା, ଦକ୍ଷିଣ କୋରିଆ ଏବଂ ଆମେରିକାର ପର୍ଯ୍ୟଟକମାନେ ସାମିଲ ଅଛନ୍ତି।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    overcast clouds
    28.9 ° C
    28.9 °
    28.9 °
    61 %
    2.6kmh
    91 %
    Wed
    29 °
    Thu
    30 °
    Fri
    30 °
    Sat
    31 °
    Sun
    30 °

    ସମ୍ବନ୍ଧିତ