Tuesday, September 29, 2026
23.2 C
Odisha

    ପଞ୍ଜାବ କିଙ୍ଗସ ବାଦ୍ ପଡିବା ପରେ ଟ୍ରୋଲର୍ସଙ୍କ ଶିକାର ହେଲେ ଶ୍ରେୟସଙ୍କ ଭଉଣୀ ଶ୍ରେଷ୍ଠା ଆୟର, ପୁରୁଣା ଭିଡିଓକୁ ନେଇ ବିବାଦ

    ଆଗକୁ ପଢନ୍ତୁ

    ଆଇପିଏଲ ୨୦୨୬ ପ୍ଲେ ଅଫରୁ ପଞ୍ଜାବ କିଙ୍ଗସ ବାଦ୍ ପଡିବା ପରେ ସୋସିଆଲ ମିଡିଆରେ ପୁରୁଣା ଭିଡିଓ ଭାଇରଲ ହେଉଛି । ଏହି ଭିଡିଓକୁ ନେଇ ଲଗାତାର ଟ୍ରୋଲିଂର ଶିକାର ହେଉଥିବା ଶ୍ରେୟସ ଆୟରଙ୍କ ଭଉଣୀ ଶ୍ରେଷ୍ଠା ଆୟର ଏବେ ଟ୍ରୋଲର୍ସଙ୍କୁ କଡ଼ା ଜବାବ ଦେଇଛନ୍ତି । ସେ ଅଭିଯୋଗ କରିଛନ୍ତି, ଲୋକ କେବଳ ତାଙ୍କୁ ନୁହେଁ ବରଂ ଟିମର ଏବଂ କାର୍ଯ୍ୟ ସହିତ ଜଡିତ ଲୋକଙ୍କୁ ମଧ୍ୟ ହଇରାଣ କରୁଛନ୍ତି ।

    ପେଶାରେ ଡ୍ୟାନ୍ସର ତଥା କୋରିଓଗ୍ରାଫର ଶ୍ରେଷ୍ଠା ଆୟର ସୋସିଆଲ ମିଡିଆରେ ଏକ ଭିଡିଓ କରି ନିରାଶ ହୋଇ କହିଛନ୍ତି, ଏକ ମଜାଳିଆ ଭିଡିଓକୁ ଭୁଲ୍ ଭାବେ ପରିବେଷଣ କରାଯାଇଛି । ଏବେ କିଛି ଲୋକ ଏହାର ଆଧାରରେ ଆମକୁ ଟାର୍ଗେଟ କରୁଛନ୍ତି ।

    ପଞ୍ଜାବ କିଙ୍ଗସ ଟିମ୍ ଆଇପିଏଲ ୨୦୨୬ରୁ ବାଦ୍ ପଡିଛି । ୬ ଏପ୍ରିଲରେ ହୋଇଥିବା କୋଲକତା ନାଇଟ ରାଇଡର୍ସ ଏବଂ ପଞ୍ଜାବ କିଙ୍ଗସ ମଧ୍ୟରେ ହୋଇଥିବା ମ୍ୟାଚ୍ ବର୍ଷା ଯୋଗୁଁ ବାତିଲ ହୋଇଥିଲା । ତେଣୁ ଦୁଇଟି ଯାକ ଟିମକୁ ୧-୧ ପଏଣ୍ଟ ମିଳିଥିଲା । ସେତେବେଳେ ଶ୍ରେୟସ ଆୟରଙ୍କ ଭଉଣୀ ଏକ ଭିଡିଓ କରିଥିଲେ, ଆଉ ସେଥିରେ କହିଥିଲେ, ପଞ୍ଜାବୀଙ୍କ ହ୍ଦୟ ବହୁତ ବଡ । ସେ କେକେଆରକୁ ଟାର୍ଗେଟ କରି କହିଥିଲେ, ନିଅ ତୁମକୁ ମଧ୍ୟ ୧ ପଏଣ୍ଟ ଦିଆଗଲା ।

    ଫ୍ୟାନ୍ସ ଭାବିଲେ କି, ଶ୍ରେଷ୍ଠା କେକେଆର ଟିମର ମଜାକ ଉଡାଇଛନ୍ତି, ଟିମର ଅପମାନ କରିଛନ୍ତି । ଆଉ ଏବେ ପଞ୍ଜାବ ଟିମ୍ ଆଇପିଏଲରୁ ବାଦ୍ ପଡିବା ପରେ ଟ୍ରୋଲର୍ସ ପୁରୁଣା ଭିଡିଓକୁ ଭାଇରଲ କରି ଶ୍ରେଷ୍ଠାଙ୍କ ଉପରେ ଖରାପ କମେଣ୍ଟ କରୁଛନ୍ତି । ଆଉ ଏହାକୁ ନେଇ ଶ୍ରେଷ୍ଠା ଭିଡିଓ କରି ଅପିଲ୍ କରିଛନ୍ତି କି, ଫ୍ୟାନ୍ସମାନେ ନିଜ ପରିବାର ଲୋକଙ୍କୁ ଟାର୍ଗେଟ ନ କରନ୍ତୁ ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    23.2 ° C
    23.2 °
    23.2 °
    87 %
    1.3kmh
    4 %
    Mon
    23 °
    Tue
    30 °
    Wed
    30 °
    Thu
    29 °
    Fri
    30 °

    ସମ୍ବନ୍ଧିତ