Sunday, March 8, 2026
20.3 C
Odisha

    ପରକୀୟା ପ୍ରୀତିରୁ ସ୍ୱାମୀ ଓ ଦ୍ୱିତୀୟ ପତ୍ନୀ ହାରିଲେ ଜୀବନ

    ଆଗକୁ ପଢନ୍ତୁ

    ଆନନ୍ଦପୁର : ପରକୀୟା ପ୍ରୀତିରୁ ସ୍ୱାମୀ ଓ ଦ୍ୱିତୀୟ ପତ୍ନୀ ଉଭୟେ ହାରିଲେ ଜୀବନ । ଏଭଳି ଏକ ଘଟଣା ଘଟିଛି କେନ୍ଦୁଝର ଜିଲ୍ଲା ସୋସୋ ଥାନା ଅଧିନସ୍ଥ ହଦଗଡ଼ ପଞ୍ଚାୟତ ହରଡବାଡ଼ି ଗ୍ରାମରେ । ଗ୍ରାମର ବାଗରାଇ ହାଂସଦା ପୂର୍ବରୁ ବିବାହିତ ଥିବା ବେଳେ ଗତ ୧୫ଦିନ ତଳେ ମନୋହରପୁର ଗ୍ରାମର ରାଇମଣି ସୋରେନ ନାମକ ଜଣେ ଯୁବତୀଙ୍କୁ ଦ୍ୱିତୀୟ ବିବାହ କରିଥିଲେ ।

    ବାପ ଘରେ ଥିବା ପ୍ରଥମ ପତ୍ନୀ ଘରକୁ ଫେରିବା ପରେ ଉଭୟଙ୍କ ଭିତରେ ମନୋ ମାଳିନ୍ୟ ହୋଇଥିଲା । ଏହାକୁ ନେଇ ଗ୍ରାମରେ ସଭା ହୋଇ ମିଳିମିଶି ଚଳିବା ପାଇଁ ଗାଁ ଲୋକେ ପରାମର୍ଶ ଦେଇଥିଲେ । କିନ୍ତୁ କିଛି ସମୟ ପରେ ଉଭୟ ବାଗରାଇ ଓ ଦ୍ୱିତୀୟ ପତ୍ନୀ ରାଇମଣି ନିକଟସ୍ଥ ଏକ ଗଛରେ ବେକରେ ରଶି ଲଗାଇ ଝୁଲି ପଡ଼ିଥିଲେ ବୋଲି ଶୁଣିବାକୁ ମିଳିଛି । ତେବେ ପୋଲିସ ତଦନ୍ତ ପରେ ପ୍ରକୃତ ତଥ୍ୟ ଜଣାପଡିବ ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    20.3 ° C
    20.3 °
    20.3 °
    93 %
    1.8kmh
    0 %
    Sun
    36 °
    Mon
    37 °
    Tue
    38 °
    Wed
    39 °
    Thu
    39 °

    ସମ୍ବନ୍ଧିତ