Sunday, August 2, 2026
27.2 C
Odisha

    ଭୁବନେଶ୍ୱରରେ ଆଜି ଠାରୁ ଆଦିବାସୀ ମେଳା, ଚାଲିବ ୫ ଫେବୃଆରୀ ପର୍ଯ୍ୟନ୍ତ

    ଆଗକୁ ପଢନ୍ତୁ

    ଭୁବନେଶ୍ୱର : ରାଜଧାନୀ ଭୁବନେଶ୍ୱରରେ ଆଜିଠାରୁ ଆରମ୍ଭ ହୋଇଛି ବହୁ ପ୍ରତୀକ୍ଷିତ ଆଦିବାସୀ ମେଳା ୨୦୨୬ । ଆଦିବାସୀ ପ୍ରଦର୍ଶନୀ ପଡିଆରେ ଆୟୋଜିତ ଏହି ମେଳା ୨୬ ଜାନୁଆରୀରୁ ୫ ଫେବୃଆରୀ ପର୍ଯ୍ୟନ୍ତ ଚାଲିବ । ମେଳା ପରିସରରେ ଓଡ଼ିଶାର ବିଭିନ୍ନ ଆଦିବାସୀ ଜନଜାତିଙ୍କ ସଂସ୍କୃତି, ପରମ୍ପରା ଓ ଜୀବନଶୈଳୀର ସଜୀବ ପ୍ରଦର୍ଶନ ସହ ଆଦିବାସୀ ହସ୍ତଶିଳ୍ପ, ପାରମ୍ପରିକ ପୋଷାକ ଓ ଖାଦ୍ୟର ଅନେକ ଷ୍ଟଲ ଦେଖିବାକୁ ମିଳୁଛି । ସନ୍ଧ୍ୟାବେଳେ ଆଦିବାସୀ ନୃତ୍ୟ ଓ ସାଂସ୍କୃତିକ କାର୍ଯ୍ୟକ୍ରମ ମେଳାକୁ ଅଧିକ ଆକର୍ଷଣୀୟ କରିବ । ୨୬ ଜାନୁଆରୀରୁ ୫ ଫେବୃଆରୀ ପର୍ଯ୍ୟନ୍ତ ରାଜଧାନୀବାସୀ ଆଦିବାସୀ ମେଳା ବୁଲି ଦେଖିବାର ସୁଯୋଗ ପାଇବେ । ଆଜି ସନ୍ଧ୍ୟାରେ ଏହି ମେଳାର ଉଦଘାଟନ କରିବେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    light rain
    27.2 ° C
    27.2 °
    27.2 °
    87 %
    0.3kmh
    100 %
    Sun
    28 °
    Mon
    31 °
    Tue
    31 °
    Wed
    30 °
    Thu
    27 °

    ସମ୍ବନ୍ଧିତ