Sunday, October 11, 2026
22.8 C
Odisha

    ପାଟଣା ବନାଞ୍ଚଳରେ ବାର୍ଷିକ ପକ୍ଷୀ ଗଣନା

    ଆଗକୁ ପଢନ୍ତୁ

    ପାଟଣା  : ବାର୍ଷିକ ପକ୍ଷୀ ଗଣନା ୨୦୨୬ ସାରା କେନ୍ଦୁଝର ଜିଲ୍ଲାରେ ହୋଇଛି। ପାଟଣା ବନାଞ୍ଚଳର ଖିରେଇଟାଙ୍ଗିରି ବନକ୍ଷେତ୍ରର ଖିରେଇଟାଙ୍ଗିରି ବଡବନ୍ଧ ଏବଂ ରାଜନଗର ବୈତରଣୀ ଚଡ଼େଇ କୁଦର ଠାରେ ପକ୍ଷୀ ଗଣନା କରାଯାଇଛି। ଏଥିରେ ଖିରେଇଟାଙ୍ଗିରି ବନପାଳ ପୂର୍ଣ୍ଣଚନ୍ଦ୍ର ମହାନ୍ତ, ବନରକ୍ଷୀ ଦେବଯାନୀ ମହାନ୍ତ, ସୁଜାତା ସାହୁ, ଅନନ୍ୟା ପ୍ରିୟଦର୍ଶିନୀ ନାୟକ, ପାରାକର୍ମଚାରୀ ଶୀରପାଣି ମହାନ୍ତ, ଭରତ ମହାନ୍ତ, ପୂର୍ଣଚନ୍ଦ୍ର ମହାନ୍ତ ଗଣନା କାର୍ଯକ୍ରମରେ ସାମିଲ ହୋଇଥିଲେ।

    ଏହି ୨ଟି ସ୍ଥାନରେ ପାଖାପାଖି ୬ଶହ ଦେଖାଯାଇଥିଲେ । ଏଥିରେ ମାଛରଙ୍କା, ପାଣିକୁଆ, କଳାବଗ, ଧଳାବଗ, ଗେଣ୍ଡାଳିଆ ,ଡାହୁକ, ହଂସରାଳି ଆଦି ବିଭିନ୍ନ ପ୍ରଜାତିର ପକ୍ଷୀ ଦେଖାଯାଇଥିଲେ। ଏହି ଦୁଇଟି ସ୍ଥାନରେ ବହୁ ସଂଖ୍ୟକ ପକ୍ଷୀଙ୍କ ସୁରକ୍ଷିତ ସହାବସ୍ଥାନ ପରିବେଶ ପାଇଁ ଶୁଭ ସଂକେତ ବୋଲି କୁହାଯାଉଛି।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    22.8 ° C
    22.8 °
    22.8 °
    82 %
    0.9kmh
    0 %
    Sat
    22 °
    Sun
    30 °
    Mon
    29 °
    Tue
    30 °
    Wed
    30 °

    ସମ୍ବନ୍ଧିତ