Wednesday, February 11, 2026
30.7 C
Odisha

    ପୀତବାସ ପଣ୍ଡା ହତ୍ୟା ମାମଲା, ଜଣେ ଅଭିଯୁକ୍ତଙ୍କୁ ମିଳିଲା ଜାମିନ

    ଆଗକୁ ପଢନ୍ତୁ

    ବ୍ରହ୍ମପୁର : ବହୁ ଚର୍ଚ୍ଚିତ ଆଇନଜୀବୀ ପୀତବାସ ପଣ୍ଡା ହତ୍ୟା ମାମଲାରେ ଗଞ୍ଜାମ ଜିଲ୍ଲା ଓ ଦୌରା ଜଜ୍ ଜଣେ ଅଭିଯୁକ୍ତଙ୍କୁ ଜାମିନ ପ୍ରଦାନ କରିଛନ୍ତି । ସେ ହେଲେ ସାର୍ପ ସୂଟରଙ୍କ ବାଇକ୍ ଚୋରି କରିଥିବା ରାଜେନ୍ଦ୍ର ସାହୁ । ୫୦ହଜାର ଟଙ୍କା ଓ ଜଣେ ଜାମିନଦାରଙ୍କ ମୁଚାଲିକାରେ ତାଙ୍କୁ ଜାମିନ ମିଳିଛି । ଏହାସହ କୋର୍ଟ ବିଭିନ୍ନ ସର୍ତ୍ତ ନିର୍ଦ୍ଧାରଣ କରିଛନ୍ତି ।

    ଏହି ହତ୍ୟା ମାମଲାରେ ପୂର୍ବତନ ବିଧାୟକ ବିକ୍ରମ କୁମାର ପଣ୍ଡାଙ୍କ ସହ ୧୬ଜଣ ଅଭିଯୁକ୍ତ ରହିଛନ୍ତି । ସେଥି ମଧ୍ୟରୁ ରାଜେନ୍ଦ୍ର ଅନ୍ୟତମ । ଆଜିକୁ ୪ ମାସ ହେବା ସେ ମଧ୍ୟ ବ୍ରହ୍ମପୁର ମଣ୍ଡଳ କାରାଗାରରେ ରହି ଆସୁଛନ୍ତି । ଏହି ହତ୍ୟା ମାମଲାରେ ରାଜେନ୍ଦ୍ର ପ୍ରଥମ ଅଭିଯୁକ୍ତ ଭାବେ ଜାମିନ ପାଇଛନ୍ତି। ସେପଟେ ଅନ୍ୟତମ ଅଭିଯୁକ୍ତ ଶୂନ୍ୟଚନ୍ଦ୍ର ଦାସଙ୍କ ଜାମିନ ଆବେଦନକୁ କୋର୍ଟ ରଦ୍ଦ କରି ଦେଇଛନ୍ତି । ଗତକାଲି ଉଭୟଙ୍କ ଜାମିନ ଆବେଦନର ଶୁଣାଣି ହୋଇଥିବା ବେଳେ କୋର୍ଟ ଏହି ନିର୍ଦ୍ଦେଶ ଦେଇଥିବା ଆଇନଜୀବୀ ଚକ୍ରପାଣି ନାହାକ ସୂଚନା ଦେଇଛନ୍ତି । ପ୍ରକାଶ ଥାଉକୁ ଏହି ମାମଲାରେ ଅଭିଯୁକ୍ତ ଥିବା ପୂର୍ବତନ ବିଧାୟକ ବିକ୍ରମ ବର୍ତ୍ତମାନ ବ୍ରହ୍ମପୁର ସ୍ଥିତ ଏମକେସିଜି ମେଡିକାଲ କଲେଜରେ ଚିକିତ୍ସିତ ହେଉଛନ୍ତି।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    30.7 ° C
    30.7 °
    30.7 °
    15 %
    2.7kmh
    0 %
    Wed
    32 °
    Thu
    32 °
    Fri
    33 °
    Sat
    34 °
    Sun
    34 °

    ସମ୍ବନ୍ଧିତ