Tuesday, October 13, 2026
28.9 C
Odisha

    ପୀତବାସ ହତ୍ୟାକାଣ୍ଡ ମାମଲା: ବିଜେଡି ନେତା ବିକ୍ରମ ପଣ୍ଡାଙ୍କ ସହ ୪ ଗିରଫ

    ଆଗକୁ ପଢନ୍ତୁ

    ବ୍ରହ୍ମପୁର : ଆଇନଜୀବୀ ପୀତବାସ ପଣ୍ଡା ହତ୍ୟାକାଣ୍ଡ ମାମଲାରେ ପୋଲିସ ବିଜେଡି ନେତା ବିକ୍ରମ ପଣ୍ଡାଙ୍କ ସମେତ ୪ ଜଣଙ୍କୁ ଗିରଫ କରିଛି। ଗିରଫ ହୋଇଥିବା ଅନ୍ୟମାନେ ହେଲେ ପୂର୍ବତନ ମେୟର ଶିବଶଙ୍କର ଦାସ (ପିଣ୍ଟୁ), ବିକ୍ରମ ପଣ୍ଡାଙ୍କ ସହଯୋଗୀ ମଦନ ଦଳେଇ ଏବଂ ପୂର୍ବତନ କର୍ପୋରେଟର ମଲେ ବିଶୋଇ।

    ବିଳମ୍ବିତ ରାତିରୁ ପୋଲିସ ବିକ୍ରମ ପଣ୍ଡାଙ୍କୁ ଉଠାଇ ନେଇ ଅଟକ ରଖିଥିଲା। ତାଙ୍କୁ ଅଟକ ରଖାଯିବା ପ୍ରତିବାଦରେ ବିଜେଡି କର୍ମୀମାନେ ବ୍ରହ୍ମପୁର ଏସ୍‌ପି ଅଫିସ୍ ଘେରାଉ କରିବାକୁ ଉଦ୍ୟମ କରିଥିଲେ। ଆଇନ ଶୃଙ୍ଖଳା ପରିସ୍ଥିତିକୁ ଦୃଷ୍ଟିରେ ରଖି ଏସ୍‌ପି ଅଫିସ୍ ଓ କୋର୍ଟ ପରିସରରେ ବ୍ୟାପକ ପୋଲିସ ଫୋର୍ସ ମୁତୟନ କରାଯାଇଥିଲା।
    ବର୍ତ୍ତମାନ ଗିରଫ ହୋଇଥିବା ବିକ୍ରମ ପଣ୍ଡାଙ୍କୁ ବ୍ରହ୍ମପୁର କୋର୍ଟ ପରିସରକୁ ଅଣାଯାଇଛି। ଘଟଣାକୁ ନେଇ ସ୍ଥାନୀୟ ଅଞ୍ଚଳରେ ଉତ୍ତେଜନା ଲାଗି ରହିଛି।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    28.9 ° C
    28.9 °
    28.9 °
    58 %
    1.7kmh
    0 %
    Tue
    30 °
    Wed
    30 °
    Thu
    30 °
    Fri
    31 °
    Sat
    31 °

    ସମ୍ବନ୍ଧିତ