Thursday, May 28, 2026
29.1 C
Odisha

    ପୁଅର ହତ୍ୟାକୁ ନେଇ ମୁହଁ ଖୋଲିଲେ ଚନ୍ଦ୍ରନାଥଙ୍କ ମା’, ଅଭିଯୁକ୍ତଙ୍କୁ ତୁରନ୍ତ ଗିରଫ କରି ଆଜୀବନ କାରାଦଣ୍ଡ ଦିଆଯାଉ

    ଆଗକୁ ପଢନ୍ତୁ

    କୋଲକତା : ପଶ୍ଚିମବଙ୍ଗରେ ଶୁଭେନ୍ଦୁ ଅଧିକାରୀଙ୍କ ପିଏକୁ ହତ୍ୟା ପରେ ରାଜନୈତିକ ମାହୋଲ ସରଗରମ ରହିଛି । ବିଜେପି ନେତା ଶୁଭେନ୍ଦୁ ଅଧିକାରୀଙ୍କ ପିଏ ଚନ୍ଦ୍ରନାଥ ରଥଙ୍କୁ ଉତ୍ତର ୨୪ ପ୍ରଗଣାର ମଧ୍ୟମଗ୍ରାମରେ ଗୁଳିକରି ହତ୍ୟା କରାଯାଇଛି । ପୁଅର ମୃତ୍ୟୁ ପରେ ମୁହଁ ଖୋଲିଛନ୍ତି ପିଏ ଚନ୍ଦ୍ରନାଥ ରଥଙ୍କ ମା ।

    ଚନ୍ଦ୍ରନାଥଙ୍କ ମା’ ମମତା ବାନାର୍ଜୀଙ୍କୁ ପୁଅର ହତ୍ୟା ପାଇଁ ଦାୟୀ କରିଛନ୍ତି । ମମତାଙ୍କ ପରାଜୟ ଯୋଗୁ ଆଜି ମୋ ପୁଅକୁ ଗୁଳିମାଡ଼ ହୋଇଛି । ନିର୍ବାଚନରେ ମମତା ଓ TMCର ଲଜ୍ଜାଜନକ ପରାଜୟ ପର ଠାରୁ ଚନ୍ଦ୍ରନାଥ ଓ ତାଙ୍କ ପରିବାରକୁ ଟାର୍ଗେଟ୍ କରାଯାଉଥିଲା । TMCର ଗୁଣ୍ଡାମାନେ ଚନ୍ଦ୍ରନାଥ ଓ ତାଙ୍କ ପରିବାରକୁ ଟାର୍ଗେଟ୍ କରି ଆସୁଥିଲେ । ମୋ ପୁଅକୁ ଯୋଜନାବଦ୍ଧ ଭାବେ ହତ୍ୟା କରାଯାଇଛି ବୋଲି TMC ଉପରେ ସଙ୍ଗୀନ ଅଭିଯୋଗ ଆଣିଛନ୍ତି ମୃତ ଚନ୍ଦ୍ରନାଥ ରଥଙ୍କ ମା’ ହସିରାଣୀ ରଥ ।

    ସେ ଆହୁରି କହିଛନ୍ତି, ତାଙ୍କ ପୁଅକୁ ନିର୍ଯାତନା ଦେଇ ହତ୍ୟା କରାଯାଇଛି । ହତ୍ୟାରେ ଜଡ଼ିତ ଅଭିଯୁକ୍ତଙ୍କୁ ତୁରନ୍ତ ଗିରଫ କରିବା ସହ ସେମାନଙ୍କୁ ଆଜୀବନ କାରାଦଣ୍ଡ ଦିଆଯାଉ । ଏହି ଦାବି କରିଛନ୍ତି, ପୁଅ ମୃତ୍ୟୁକୁ ନେଇ ଦୁଃଖରେ ଭାଙ୍ଗି ପଡ଼ିଥିବା ହସିରାଣୀ । ଆଜିକାଲି ନୁହେଁ ୨୦୨୧ ନିର୍ବାଚନ ବେଳରୁ ମୋ ପୁଅକୁ ଟାର୍ଗେଟ୍ କରି ଆସୁଥିଲା TMC । ୨୦୨୧ରେ ନନ୍ଦିଗ୍ରାମରେ ମମତାଙ୍କୁ ଶୁଭେନ୍ଦୁ ଅଧିକାରୀ ହରାଇବା ପରଠାରୁ ତାଙ୍କୁ ଟାର୍ଗେଟ୍ କରାଯାଉଥିଲା । ଚଳିତ ୨୦୨୬ରେ ବିଜେପି ସରକାର ଗଠନ କରିବା ଓ ଶୁଭେନ୍ଦୁ ଅଧିକାରୀଙ୍କ ବିଜୟ ହେବା ଯୋଗୁ ଈର୍ଷାପରାୟଣ ହୋଇ TMC ମୋ ପୁଅକୁ ହତ୍ୟା କରିଥିବା କହିଛନ୍ତି ହସିରାଣୀ ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    29.1 ° C
    29.1 °
    29.1 °
    49 %
    2.4kmh
    1 %
    Thu
    29 °
    Fri
    45 °
    Sat
    42 °
    Sun
    40 °
    Mon
    40 °

    ସମ୍ବନ୍ଧିତ