ଭୁବନେଶ୍ୱର : ରାଜ୍ଯକୁ ଆସିଲା ୪୮ ହଜାର କୋଟିର ପୁଞ୍ଜି । ମୁଖ୍ଯମନ୍ତ୍ରୀଙ୍କ ଗୁଜରାଟ ଗସ୍ତ ବେଳେ ଓଡ଼ିଶାକୁ ୪୮ହଜାର ୩୩୦ କୋଟିର ପୁଞ୍ଜିନିବେଶ ପ୍ରସ୍ତାବ ଆସିଛି । ତିନିଦିନିଆ ଗୁଜରାଟ ଗସ୍ତ ସାରି ଫେରିବା ପରେ ଏହି ସୂଚନା ଦେଇଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ମାଝୀ । ଏହା ମାଧ୍ୟମରେ ୬୭ହଜାର ୮୩୮ ନିଯୁକ୍ତି ସୁଯୋଗ ସୃଷ୍ଟିହେବ । ଭଦୋଦରାରେ ଓଡ଼ିଶା ଇନଭେଷ୍ଟର୍ସ ମିଟ ରୋଡ ସୋରୁ ଏହି ସଫଳତା ଆସିଛି ।
ଭାରତର ଶିଳ୍ପ ଅଭିବୃଦ୍ଧିରେ ପଶ୍ଚିମ ଭାରତର ଅଗ୍ରଣୀ ଭୂମିକା ରହିଛି । ଏବେ ବିକଶିତ ଭାରତରେ ପୂର୍ବ ଭାରତ ଏବଂ ଓଡ଼ିଶାର ଏକ ବଡ଼ ପରିବର୍ତ୍ତନ ଆଣିପାରିବେ ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ମାଝୀ । ଭିଜନ ପୂର୍ବୋଦୟରେ ଗୁଜରାଟର ଅଗ୍ରଣୀ ଶିଳ୍ପ ସଂସ୍ଥାଙ୍କୁ ଓଡ଼ିଶାରେ ନିବେଶ କରିବାକୁ ଆମନ୍ତ୍ରଣ କରିଛନ୍ତି ମୁଖ୍ୟମନ୍ତ୍ରୀ ।
ଓଡ଼ିଶାକୁ ଭାରତର ପ୍ରବେଶ ଦ୍ବାର ଭାବେ ଅଭିହିତ କରି ବାଣିଜ୍ୟ କ୍ଷେତ୍ରରେ ଥିବା ସମ୍ଭାବନା ଉପରେ ଆଲୋକପାତ କରିଛନ୍ତି । ଇଣ୍ଡୋ – ପାସିଫିକ ମାର୍କେଟ ପାଇଁ ପାରାଦୀପ, ଧାମରା ଓ ଗୋପାଳପୁର ବନ୍ଦର ପ୍ରମୁଖ କ୍ଷେତ୍ର । ଗୁଜରାଟରୁ ମେଟାଲ ଡାଉନଷ୍ଟ୍ରିମ, କେମିକାଲସ, ଫାର୍ମାସିଟ୍ଯୁକାଲସ, ରେୟାର ଆର୍ଥ ଭାଲ୍ୟୁ ଆସିସନ, ଗ୍ରୀନ ଏନର୍ଜୀ ଇକ୍ୟୁପମେଣ୍ଟ, ଏରୋସ୍ପେସ ଓ ପ୍ରତିରକ୍ଷା ଭଳି କ୍ଷେତ୍ରରେ ନିବେଶ ଆସିବ ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ ।
