Wednesday, July 29, 2026
24.3 C
Odisha

    ବାଉଁଶକୁମ୍ଭ ତଳେ ଚାପି ହୋଇ ଶାଶୁ ଓ ଵୋହୁ ମୃତ

    ଆଗକୁ ପଢନ୍ତୁ

    ଭଞ୍ଜନଗର : କାଳବୈଶାଖୀ ବର୍ଷା ପବନରେ ଗଲା ୨ ଜୀବନ । ବର୍ଷା ପବନ ଯୋଗୁଁ ବାଉଁଶକୁମ୍ଭ ତଳେ ଚାପି ହୋଇଥିଲେ ଦୁଇ ମହିଳା ତଥା ଶାଶୁ ଓ ଵୋହୁ । ଭଞ୍ଜନଗର ଥାନା ଅନ୍ତର୍ଗତ ମୁଦୁଲିପଲ୍ଲୀ ଗାଁ ନିକଟର ଏଭଳି ଘଟଣା ଦେଖିବାକୁ ମିଳିଛି । ବର୍ଷା ଯୋଗୁଁ ଉଭୟ ସେଠାରେ ଆଶ୍ରୟ ନେଇଥିଲେ । ହଠାତ୍ ବାଉଁଶକୁମ୍ଭଟି ଉପୁଡ଼ି ଯିବାରୁ ଦୁଇ ମହିଳାଙ୍କ ଉପରେ ପଡ଼ିଯାଇଥିଲା । ମୃତ ଦୁଇ ମହିଳା ଶାଶୁ ଶୈଳ ବିଷୋୟୀ ଏବଂ ବୋହୁ ସନ୍ତୋଷିନୀ ବିଷୋୟୀ । ଖବର ପାଇ ଘଟଣା ସ୍ଥଳରେ ଅଗ୍ନିଶମ ବାହିନୀ ପହଞ୍ଚି ଉଦ୍ଧାର କରି ସେମାନଙ୍କୁ ଭଞ୍ଜନଗର ମେଡିକାଲରେ ଭର୍ତ୍ତି କରିଥିଲେ । ହେଲେ ସେଠାରେ ଡ଼ାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    light rain
    24.3 ° C
    24.3 °
    24.3 °
    92 %
    1.4kmh
    88 %
    Wed
    24 °
    Thu
    30 °
    Fri
    30 °
    Sat
    29 °
    Sun
    30 °

    ସମ୍ବନ୍ଧିତ