Monday, October 5, 2026
21.7 C
Odisha

    ୨ଟି ଇରାନୀୟ ଟ୍ୟାଙ୍କର ଉପରେ ଆକ୍ରମଣ

    ଆଗକୁ ପଢନ୍ତୁ

    ତେହରାନ  :   କିଛି ସପ୍ତାହର ନିରବତା ପରେ ମଧ୍ୟପ୍ରାଚ୍ୟ ପୁଣି ଅଶାନ୍ତ ହୋଇଉଠିଛି। ଅସ୍ତ୍ରବିରତି ଜାରି ରହିଥିବା ସତ୍ତ୍ବେ ଆମେରିକା ତରଫରୁ ହର୍ମୁଜ ପ୍ରଣାଳୀରେ ଥିବା ଇରାନର ଦୁଇଟି ତୈଳବାହୀ ଟ୍ୟାଙ୍କର ଉପରେ କ୍ଷେପଣାସ୍ତ୍ର ମାଡ କରାଯାଇଥିବା ଜଣାପଡିଛି। ଏହାର ପ୍ରତିଶୋଧ ନେବାକୁ ଇରାନ ପ୍ରସ୍ତୁତ ଥିବା କହିଛି। ଅପରପକ୍ଷରେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ କହିଛନ୍ତି ଯେ ଆମେରିକାର ତିନିଟି ଯୁଦ୍ଧଜାହାଜ ହର୍ମୁଜ ପ୍ରଣାଳୀ ଅତିକ୍ରମ କରୁଥିବାବେଳେ ଇରାନ ପକ୍ଷରୁ ଏଗୁଡିକ ଉପରେ ଆକ୍ରମଣ କରାଯାଇଥିଲା।

    ତେଣୁ ଆମେରିକା ପାଲଟା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି ବୋଲି ଟ୍ରମ୍ପ କହିଛନ୍ତି। ଇରାନ ଯଦି ବୁଝାମଣା କରିବାକୁ ଅରାଜି ହୁଏ, ତେବେ ଆଗାମୀ ଦିନରେ ଆକ୍ରମଣକୁ ଅଧିକ ଜୋରଦାର କରାଯିବ ବୋଲି ଟ୍ରମ୍ପ ଧମକ ମଧ୍ୟ ଦେଇଛନ୍ତି। ଏହା ବ୍ୟତୀତ ଆମେରିକାର ଯୁଦ୍ଧବିମାନଗୁଡିକ ବନ୍ଦର ଖାମିର, ସିରିକ୍‌ ଭଳି ସହର ଉପରେ ବୋମାମାଡ କରିଛି ବୋଲି ଇରାନ ଅଭିଯୋଗ କରିଛି। ପାରସ୍ୟ ଉପସାଗରରେ ଆମେରିକାର ଉପସ୍ଥିତିକୁ ବିରୋଧ କରିବାକୁ ଇରାନ ପକ୍ଷରୁ ଏକାଧିକ ମଧ୍ୟପ୍ରାଚ୍ୟ ରାଷ୍ଟ୍ରଙ୍କୁ ଅନୁରୋଧ କରାଯାଇଛି।

    ଆମେରିକା ଏଠାରେ ନିଜର ଅନୁଗତ ରାଷ୍ଟ୍ରଙ୍କୁ ସୁରକ୍ଷା ଦେବା ବାହାନାରେ ଅସ୍ଥିରତା ସୃଷ୍ଟି କରୁଛି ବୋଲି ଇରାନ ଅଭିଯୋଗ କରିଛି। ଏବିସି ନ୍ୟୁଜ୍‌କୁ ସାକ୍ଷାତକାର ଦେବା ଅବସରରେ ଟ୍ରମ୍ପ କହିଛନ୍ତି ଯେ ମଧ୍ୟପ୍ରାଚ୍ୟରେ ଅସ୍ତ୍ରବିରତି ଜାରି ରହିଛି। ଇରାନ ଉପରେ ସାନି ଆକ୍ରମଣକୁ ଟ୍ରମ୍ପ ହାଲୁକା ଭାବେ ଗ୍ରହଣ କରିଥିବା କହିଛନ୍ତି।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    21.7 ° C
    21.7 °
    21.7 °
    75 %
    1.2kmh
    0 %
    Mon
    31 °
    Tue
    31 °
    Wed
    31 °
    Thu
    29 °
    Fri
    31 °

    ସମ୍ବନ୍ଧିତ