Friday, October 2, 2026
25.2 C
Odisha

    ପୁଣି ୟୁକ୍ରେନ ଉପରେ ରୁଷର ସବୁଠୁ ବଡ଼ ଆକ୍ରମଣ

    ଆଗକୁ ପଢନ୍ତୁ

    ନୂଆଦିଲ୍ଲୀ : ୟୁକ୍ରେନ ଉପରେ ରୁଷ ପୁଣି ଥରେ ଆକ୍ରମଣ କରିଛି। ଗତକାଲି ରାତିରେ ରୁଷ ପକ୍ଷରୁ ଏକ ବଡ଼ ଧରଣର ଆକ୍ରମଣ କରାଯାଇଛି। ଏହା ବର୍ତ୍ତମାନ ସୁଦ୍ଧା ସବୁଠୁ ବଡ଼ ଆକ୍ରମଣ ବୋଲି ୟୁକ୍ରେନ କହିଛି। ରୁଷ ଏକକାଳୀନ ୪୭୭ଟି ଡ୍ରୋନ ଏବଂ ୬୦ଟି କ୍ଷେପଣାସ୍ତ୍ର ଦ୍ଵାରା ଆକ୍ରମଣ କରିଛି। ସେଥିମଧ୍ୟରୁ ୨୪୯ଟିକୁ ନିଷ୍ଫଳ କରିଦିଆଯାଇଛି ବୋଲି ୟୁକ୍ରେନ କହିଛି। ୨୨୬ଟି ଡ୍ରୋନ ଏବଂ କ୍ଷେପଣାସ୍ତ୍ର ଲକ୍ଷ୍ୟ ଭେଦ କରିଥିବା କୁହାଯାଇଛି। ୟୁକ୍ରେନ ବାୟୁସେନାର ଯୋଗାଯୋଗ ମୁଖ୍ୟ ୟୁରି ଇହ୍ନାଟ କହିଛନ୍ତି, ରୁଷର ଏହି ସଦ୍ୟତମ ଆକ୍ରମଣ ସୁବଠୁ ବଡ଼ ଥିଲା। ୟୁକ୍ରେନର ବିଭିନ୍ନ ଅଞ୍ଚଳକୁ ଲକ୍ଷ୍ୟ କରି ଏହି ଆକ୍ରମଣ କରାଯାଇଥିଲା। ଚେରକାସୀରେ କ୍ଷେପଣାସ୍ତ୍ର ମାଡ଼ ଯୋଗୁ ଜଣେ ବ୍ୟକ୍ତିଙ୍କ ମୃତ୍ୟୁ ଘଟିଥିବାବେଳେ ଶିଶୁ ସମେତ ୬ ଜଣ ଆହତ ହୋଇଛନ୍ତି। ସେହିପରି ଖାରକିଭ ଅଞ୍ଚଳରେ ଆକ୍ରମଣ ଯୋଗୁ ୧୮ଟି ଆପାର୍ଟମେଣ୍ଟ ଏବଂ ୧୩ଟି ଘର କ୍ଷତିଗ୍ରସ୍ତ ହୋଇଛି।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    scattered clouds
    25.2 ° C
    25.2 °
    25.2 °
    76 %
    0.6kmh
    49 %
    Fri
    30 °
    Sat
    30 °
    Sun
    30 °
    Mon
    30 °
    Tue
    31 °

    ସମ୍ବନ୍ଧିତ