Friday, April 3, 2026
39 C
Odisha

    ପୁରୁଷ ବନ୍ଧୁଙ୍କ ସହ କଥା ହେଉଥିଲେ ବୋହୂ; କବାଟ କିଳିଦେଲେ ଶାଶୁ-ଶ୍ବଶୁର

    ଆଗକୁ ପଢନ୍ତୁ

    ବାଲିପାଟଣା: ରାଜଧାନୀ ଉପକଣ୍ଠ ବାଲିପାଟଣା ଥାନା କୁଳନ୍ତିରା ଶାସନ ଅଞ୍ଚଳରେ ପରକୀୟା ପ୍ରୀତିର ଏକ ଘଟଣା ସାମ୍ନାକୁ ଆସିଛି । ସ୍ୱାମୀ ଘରେ ନ ଥିବା ସମୟରେ ସ୍ତ୍ରୀ ଜଣେ ଦୂର ସମ୍ପର୍କୀୟ ପୁରୁଷ ବନ୍ଧୁଙ୍କୁ ବିଳମ୍ବିତ ରାତିରେ ଘରକୁ ଡାକି ଫସିଯାଇଛନ୍ତି। ଶାଶୁ ଏବଂ ଶଶୁର ବୋହୂ ଘର ଭିତରେ ପୁରୁଷ ପିଲାଙ୍କ ଶବ୍ଦ ଶୁଣି ବାହାରୁ କବାଟ କିଳି ଦେଇଥିଲେ। ସେମାନଙ୍କ ମଧ୍ୟରେ ପୂର୍ବରୁ ସମ୍ପର୍କ ରହିଥିବା ପରିବାର ଲୋକେ ଏବଂ ସ୍ୱାମୀ ଅଭିଯୋଗ କରିଛନ୍ତି। ଆଜି ପରିବାର ଲୋକ ଏବଂ ଗ୍ରାମବାସୀଙ୍କ ଉପସ୍ଥିତିରେ ୨ ଜଣଙ୍କ ବାହାଘର ପରେ ପ୍ରେମୀଯୁଗଳଙ୍କୁ ପୁଲିସକୁ ହସ୍ତାନ୍ତର କରାଯାଇଛି। ଘଟଣା ଟି ଆଜି ସ୍ଥାନୀୟ ଅଞ୍ଚଳରେ ଚର୍ଚ୍ଚାର ବିଷୟ ପାଲଟିଛି।ସୂଚନା ଅନୁସାରେ କୁଳନ୍ତିରା ଶାସନର ନକୁଳ ଭୋଇଙ୍କ ପୁଅ ନିରୋଜ କୁମାର ଭୋଇ ଓରଫ ନିରୁଆ ଗତ ୭ ବର୍ଷ ତଳେ ବାଳକାଟୀ ଫାଣ୍ଡି ପ୍ରତାପଶାସନ ଗ୍ରାମର ସନ୍ତୋଷ କୁମାର ବେହେରାଙ୍କ ଝିଅ ଲିଜା ବେହେରା (୨୪)ଙ୍କ ସହିତ ବୈଦିକ ରୀତିନୀତିରେ ବାହାଘର ହୋଇଥିଲା। ସେମାନଙ୍କର ଗୋଟିଏ ୪ ବର୍ଷର ପୁଅ ଏବଂ ଦେଢ଼ ବର୍ଷର ଝିଅ ଅଛି। ନିରୁଆ ଏକ ଘରୋଇ କମ୍ପାନିରେ କାମ କରନ୍ତି। ସବୁଦିନ ଭଳି ଗତକାଲି ରାତିରେ ନିରୁଆ ଡ୍ୟୁଟିକୁ ଯାଇଥିଲା ବେଳେ ସ୍ତ୍ରୀ ଲିଜା ଭିଙ୍ଗାରପୁର ବେଣ୍ଟପୁରର ମନୋଜ କୁମାର ଭୋଇ (୩୫ )ଙ୍କୁ ଘରକୁ କୌଣସି କାମରେ ଡାକି ଥିଲେ।

    ମନୋଜ ବିଳମ୍ବିତ ରାତିରେ ଲିଜାଙ୍କ ପାଖକୁ ଲୁଚି ଛପି ବାଡ଼ି ପଟେ ଆସିଥିଲେ। ଶାଶୁ ଏବଂ ଶଶୁର ବାହାରକୁ ଉଠିଥିଲେ। ଘର ଭିତରେ ୨ ଜଣ ଶବ୍ଦ ଶୁଣି ବାହାର ପଟୁ କବାଟ କିଳି ଦେଇଥିଲେ। ପରେ ଲିଜା ଏବଂ ମନୋଜଙ୍କ ପରିବାର ଲୋକଙ୍କୁ ଖବର ଦିଆ ଯାଇଥିଲା। ଲିଜାଙ୍କ ସ୍ୱାମୀ ନିରୁଆ ପତ୍ନୀଙ୍କୁ ପାଖରେ ରଖିବାକୁ ରାଜି ହୋଇ ନ ଥିଲେ। ପରେ ପରିବାର ଲୋକ ଏବଂ ଗ୍ରାମବାସୀଙ୍କ ଉପସ୍ଥିତିରେ ଗାଁର ମଙ୍ଗଳାଙ୍କ ମନ୍ଦିରରେ ମନୋଜ ମହିଳାଙ୍କ ଲିଜାଙ୍କ ମଥାରେ ସିନ୍ଦୂର ପିନ୍ଧାଇ ଥିଲେ। ମନୋଜ ମଧ୍ୟ ବିବାହିତ ତାର ପୁଅ ଏବଂ ଝିଅ ଥିବା ଜଣାପଡ଼ିଛି। ପ୍ରେମୀ ଯୁଗଳଙ୍କୁ ବାଲିପାଟଣା ପୁଲିସ ହେପାଜତକୁ ନେଇଛି।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    39 ° C
    39 °
    39 °
    18 %
    4.1kmh
    1 %
    Fri
    40 °
    Sat
    39 °
    Sun
    37 °
    Mon
    39 °
    Tue
    38 °

    ସମ୍ବନ୍ଧିତ