Saturday, October 10, 2026
24.4 C
Odisha

    ବ୍ୟବସାୟୀଙ୍କୁ ଗୁଳିମାଡ଼ ମାମଲା: ଆହତଙ୍କ ଚିକିତ୍ସା, ପୁଲିସର ତଦନ୍ତ ଜାରି

    ଆଗକୁ ପଢନ୍ତୁ

    ଟାଉନ ଥାନା ଅଧୀନ ଚରମ୍ପା ଛକରେ ଶନିବାର ରାତିରେ ବ୍ୟବସାୟୀଙ୍କ ଉପରକୁ ଗୁଳିମାଡ଼ ଘଟଣାରେ ବାଲେଶ୍ବର ଡିଆଜି ଡ ସତ୍ୟଜିତ ନାୟକ ତଦନ୍ତ ଆରମ୍ଭ କରିଛନ୍ତି। ସିସିଟିଭି ଫୁଟେଜକୁ ଅନୁସଂଧାନ କରାଯାଉଛି। ଖୁବ ଶୀଘ୍ର ଦୁର୍ବୃତ୍ତଙ୍କୁ ଗିରଫ କରାଯିବ ବୋଲି ସେ କହିଛନ୍ତି।ଚରମ୍ପା ଛକ ନିକଟରେ ବେଲମଳା ଗ୍ରାମର ବ୍ୟବସାୟୀ ବିଦ୍ୟାଧର ପାତ୍ର ଗୁଳିମାଡ଼ର ଶିକାର ହୋଇଛନ୍ତି। ସେ ରାତିରେ ଚରମ୍ପାସ୍ଥିତ ନିଜ ଦୋକାନ ବନ୍ଦ କରି ଘରକୁ ଯାଉଥିବା ସମୟରେ କିଛି ଦୁର୍ବୃତ୍ତ ଆସି ଗୁଳି ଫୁଟାଇ ଥିଲେ। ଲୁଟ ଉଦ୍ଦେଶ୍ୟରେ ବିଦ୍ୟାଧରଙ୍କୁ ଗୁଳି ମାଡ଼ କରାଯାଇଥିବା ସନ୍ଦେହ କରାଯାଉଛି। ପରେ ଗୁଳି ଶବ୍ଦ ଶୁଣି ସ୍ଥାନୀୟ ଲୋକେ ଦୌଡ଼ି ଆସିଥିଲେ। ଲୋକଙକୁ ଦେଖି ଦୁର୍ବୃତ୍ତମାନେ ଘଟଣା ସ୍ଥଳରୁ ଚମ୍ପଟ ମାରିଥିଲେ।ପ୍ରତ୍ୟକ୍ଷ ଦର୍ଶିଙ୍କ କହିବା ଅନୁଯାୟୀ ଦୁଇ ରାଉଣ୍ଡ ଗୁଳି ଫୁଟିଥିଲା। ବାଇକରେ ଯାଉଥିବା ବିଦ୍ୟାଧର ରାସ୍ତାରେ ଟଳି ପଡ଼ିଥିଲେ। ତାଙ୍କୁ ଉଦ୍ଧାର କରି ଭଦ୍ରକ ମେଡିକାଲରେ ଭର୍ତ୍ତି କରାଯାଇଛି। ପୁଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି। ବିଦ୍ୟାଧରଙ୍କ ଅବସ୍ଥା ଗୁରୁତର ରହିଛି। ଖବର ପାଇ ଘଟଣାସ୍ଥଳକୁ ଟାଉନ ପୁଲିସ ଓ ଅତିରିକ୍ତ ଏସପି ଅଂଶୁମାନ ଦ୍ବିବେଦୀ ଯାଇ ତଦନ୍ତ ଆରମ୍ଭ କରିଥିବା ବେଳେ ଭଦ୍ରକ ମେଡ଼ିକାଲ ଆସି ବିଦ୍ୟାଧରଙ୍କୁ ଘଟଣା ସମ୍ପର୍କରେ ପଚାରି ବୁଝିଛନ୍ତି।

    ଏହି ଘଟଣାରେ ଦୁର୍ବୃତ୍ତଙ୍କୁ ଧରିବା ପାଇଁ ଭଦ୍ରକ ଏସପି ମନୋଜ ରାଉତଙ୍କ ନିର୍ଦ୍ଦେଶରେ ସହରର ସବୁ ପଥ ସିଲ କରାଯିବା ସହ ଚେକ୍‌ କରାଯାଇଛି। ଦୁର୍ବୃତ୍ତମାନେ ଗୁଳିମାଡ଼ କରି ବାଲେଶ୍ଵର ଅଭିମୁଖେ ଫେରାର ହୋଇଯାଇଥିଲେ। ସେହି ଦିଗକୁ ପୁଲିସର ଏକ ଟିମ ଯାଇଛି। ତେବେ ଦୁର୍ବୃତ୍ତମାନଙ୍କୁ ଧରିବା ପାଇଁ ପୁଲିସ ସବୁ ଆଡ଼େ ଯାଞ୍ଚ ଆରମ୍ଭ କରିଛି।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    24.4 ° C
    24.4 °
    24.4 °
    79 %
    1.5kmh
    0 %
    Sat
    24 °
    Sun
    30 °
    Mon
    30 °
    Tue
    30 °
    Wed
    30 °

    ସମ୍ବନ୍ଧିତ