Sunday, July 5, 2026
23.5 C
Odisha

    ପୁଲୱାମା ଆକ୍ରମଣର ମାଷ୍ଟରମାଇଣ୍ଡ ଆତଙ୍କୀ ହଜମା ବୁରହାନକୁ ହତ୍ୟା, ମୁଜଫରାବାଦରେ ଅଜଣା ବ୍ୟକ୍ତି ମାରିଲେ ଗୁଳି

    ଆଗକୁ ପଢନ୍ତୁ

    ଜମ୍ମୁ କଶ୍ମୀର : ଜମ୍ମୁ କଶ୍ମୀରରେ ସକ୍ରିୟ ଥିବା ଆତଙ୍କୀ ନେଟୱାର୍କକୁ ଆଉ ଏକ ବଡ଼ ଝଟକା । ପୁଲୱାମା ଆକ୍ରମଣର ମାଷ୍ଟର ମାଇଣ୍ଡକୁ ଗୁଳି କରି ହତ୍ୟା । ପୁଲୱାମା ଆକ୍ରମଣର ମାଷ୍ଟରମାଇଣ୍ଡ ଆତଙ୍କବାଦୀ ହମଜା ବୁରହାନକୁ ପାକିସ୍ତାନରେ ଜଣେ ଅଜଣା ବ୍ୟକ୍ତି ଗୁଳି କରି ଫେରାର ହୋଇଯାଇଛି । ସୁରକ୍ଷା ଏଜେନ୍ସୀ ମୁତାବକ, ଦୀର୍ଘ ସମୟ ଧରି ଭାରତ ବିରୋଧୀ ଆତଙ୍କୀ ଗତିବିଧିରେ ସାମିଲ ଥିଲା ।

    ପାକିସ୍ତାନର ମୁଜାଫରାବାଦରେ ଆତଙ୍କବାଦୀ ହମଜା ବୁରହାନଙ୍କୁ ଗୁଳି କରାଯାଇଥିଲା । ମୁଜାଫରାବାଦ ପାକିସ୍ତାନ ଅଧିକୃତ କଶ୍ମୀରରେ ଅଛି । ଦୀର୍ଘ ୭ ବର୍ଷ ପୂର୍ବେ ହମଜା ବୁରହାନକୁ ବୈଧ ଦସ୍ତାବିଜ ଜରଆରେ ପାକିସ୍ତାନ ପଠାଯାଇଥିଲା । ଏଠାରେ ଆତଙ୍କୀ ସଂଗଠନ ଅଲ-ବଦ୍ର ଯୋଗ ଦେଇଥିଲା । ଏହାପରେ ସଗଠନର ଅପରେସନାଲ କମାଣ୍ଡର ହୋଇଥିଲା । ପାକିସ୍ତାନରେ. ରହି କଶ୍ମୀରରେ ଆତଙ୍କୀକୁ ଭର୍ତ୍ତି କରିବା ଠାରୁ ଆରମ୍ଭ କରି ଫଣ୍ଡିଂ, ଅସ୍ତ୍ରଶସ୍ତ୍ର ଯୋଗାଇବା ନେଟୱାର୍କ ଚଲାଉଥିଲା ।

    ଭାରତୀୟ ସୁରକ୍ଷା ଏଜେନ୍ସୀ ଦୀର୍ଘଦିନରୁ ମୋଷ୍ଟ ୱାଣ୍ଟେଡ ଲିଷ୍ଟରେ ରହିଥିଲା । ଭାରତ ସରକାରଙ୍କ ଗ୍ହ ମନ୍ତ୍ରଣାଳୟ ୨୦୨୨ରେ ଅଫିସିଆଲ ଭାବେ ଆତଙ୍କବାଦୀ ଘୋଷଣା କରିଥିଲା ।

    ସୂଚନାଯୋଗ୍ୟ, ୨୦୧୯ ପୁଲୱାମା ଆତଙ୍କବାଦୀ ଆକ୍ରମଣର ଜଣେ ମାଷ୍ଟରମାଇଣ୍ଡ ବୋଲି ଭାରତ କହିଥିଲା । ମାମଲାରେ ତଦନ୍ତ କରିବା ପରେ ଭାରତ ସରକାର ୨୦୨୨ ମସିହାରେ ବେଆଇନ କାର୍ଯ୍ୟକଳାପ (ନିବାରଣ) ଆଇନ (UAPA) ଅନୁଯାୟୀ ହମଜା ବୁରହାନକୁ ଆତଙ୍କବାଦୀ ଘୋଷଣା କରିଥିଲେ । ୧୪ ଫେବୃଆରୀ ୨୦୧୯ରେ, ଜେଇଏମ୍ ଆତଙ୍କବାଦୀ ଲେଥପୋରାରେ ଏକ ବିସ୍ଫୋରକ ଭର୍ତ୍ତି କାର ନେଇ CRPFର ଏକ କନଭୟକୁ ଧକ୍କା ଦେଇଥିଲା । ଘଟଣାରେ ୪୦ ଜଣ ଯବାନ ସହିଦ ହୋଇଥିଲେ । ଏହି ଆକ୍ରମଣର ଜବାବରେ କିଛି ଦିନ ପରେ ଭାରତୀୟ ବାୟୁସେନା ପାକିସ୍ତାନର ବାଲାକୋଟରେ ଏକ ସର୍ଜିକାଲ ଷ୍ଟ୍ରାଇକ୍ କରିଥିଲା ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    overcast clouds
    23.5 ° C
    23.5 °
    23.5 °
    93 %
    6.9kmh
    100 %
    Sun
    24 °
    Mon
    24 °
    Tue
    28 °
    Wed
    30 °
    Thu
    31 °

    ସମ୍ବନ୍ଧିତ