Friday, June 12, 2026
27.8 C
Odisha

    ୬୦ ଦିନରେ ଚାକିରି ଖୋଜ, ନହେଲେ ଆମେରିକା ଛାଡ଼

    ଆଗକୁ ପଢନ୍ତୁ

    ଆମେରିକାର H-1B ଭିସାର ପ୍ରାୟ ୭୦ ପ୍ରତିଶତ ଭାରତୀୟ କର୍ମଚାରୀ ବ୍ୟବହାର କରୁଥିବାରୁ ସେମାନେ ସବୁଠୁ ଅଧିକ ପ୍ରଭାବିତ ହୋଇଛନ୍ତି । ଆମେରିକାର ସାମ୍ପ୍ରତିକ ଇମିଗ୍ରେସନ ନିୟମ ଅନୁଯାୟୀ, H-1B ଭିସାଧାରୀଙ୍କ ଚାକିରି ଚାଲିଗଲେ ସେମାନଙ୍କୁ ଆଇନ ଗତ ଭାବେ ରହିବା ପାଇଁ ମାତ୍ର ୬୦ ଦିନର ଗ୍ରେସ ପିରିୟଡ଼ ମିଳିଥାଏ । ଯଦି ଏହି ସମୟରେ କୌଣସି ନୂଆ କମ୍ପାନୀ ସେମାନଙ୍କ ଭିସା ସ୍ପନ୍ସର ନକରେ ତେବେ ବାଧ୍ୟ ହୋଇ ସେମାନଙ୍କୁ ଦେଶ ଛାଡ଼ିବାକୁ ପଡ଼ିବ ।

    ଭାରତୀୟ କର୍ମଚାରୀମାନେ ଭବିଷ୍ୟତକୁ ନେଇ ଚିନ୍ତିତ ହୋଇପଡିଛନ୍ତି । ଏବେ ଆମେରିକାରେ ମାନ୍ଦାବସ୍ଥା ଚାଲିଥିବାରୁ ଏହି ୬୦ଦିନି ସମୟ ମଧ୍ୟରେ ନୂଆ ଚାକିରି ମିଳିବା ସହଜ ହେଉନାହିଁ । ନିଜର ଆଇନଗତ ସ୍ଥିତି ବଜାୟ ରଖିବା ପାଇଁ ଅନେକ ଭାରତୀୟ H-1B ରୁ B-1/B-2 ପର୍ଯ୍ୟଟକ ଭିସାକୁ ପରିବର୍ତ୍ତନ କରିବାକୁ ଆବେଦନ କରୁଛନ୍ତି । ମାତ୍ର ଆମେରିକା ଇମିଗ୍ରେସନ ବିଭାଗ ପକ୍ଷରୁ ଏହି ଆବେଦନ ଗୁଡ଼ିକର କଡ଼ା ଯାଞ୍ଚ କରାଯାଉଛି ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    broken clouds
    27.8 ° C
    27.8 °
    27.8 °
    65 %
    2kmh
    82 %
    Fri
    28 °
    Sat
    40 °
    Sun
    39 °
    Mon
    42 °
    Tue
    42 °

    ସମ୍ବନ୍ଧିତ