Saturday, February 21, 2026
22.1 C
Odisha

    ପୂଜା ମଣ୍ଡପ ବୁଲିଲେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ, ମା’ଙ୍କ ନିକଟରେ ରାଜ୍ୟବାସୀଙ୍କ ସୁଖଶାନ୍ତି କାମନା କଲେ

    ଆଗକୁ ପଢନ୍ତୁ

    କଟକ : କଟକ ସହରର ଶାରଦୀୟ ପୂଜା ମଣ୍ଡପ ବୁଲିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ । ଏହି ଅବସରରେ କଟକ ସର୍କିଟ ହାଉସରେ ସାମ୍ବାଦିକମାନଙ୍କୁ ସୂଚନା ଦେଇ ଯାଇ ମୁଖ୍ୟମନ୍ତ୍ରୀ ବାଲିଯାତ୍ରା ଐତିହାସିକ ବାଲିଯାତ୍ରା ଉତ୍ସବ ମହା ଆଡମ୍ବରରେ କିଭଳି ହେବ ତାହା କରାଯିବ ବୋଲି କହିଛନ୍ତି । ଉଭୟ ପଡ଼ିଆରେ ହାଇକୋର୍ଟଙ୍କ ଅନୁମତି ନେଇ ବାଲିଯାତ୍ରା ଆୟୋଜନ ହେବ ।

    ଓଡ଼ିଶାର ଐତିହ୍ୟ ସମ୍ପନ୍ନ ଷ୍ଟଲଗୁଡିକ ଉପର ପଡ଼ିଆରେ ରହି ପାରିବ। ଏ ନେଇ ପ୍ରଶାସନ ସହିତ ଆଲୋଚନା ପରେ ପ୍ରଶାସନ ନିଷ୍ପତ୍ତି ନେବ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି । ମାଆଙ୍କୁ ଦର୍ଶନ କରି ଆନନ୍ଦିତ ଅଛି ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି । ସାରା ରାଜ୍ୟବାସୀ କିଭଳି ସୁଖଶାନ୍ତିରେ ରହିବେ ପ୍ରାର୍ଥନା କରିଛି । କଟକ ହେଉଛି ଭାଇଚାରାର ସହର ଓ ଏଠି ସବୁବେଳେ ଶାନ୍ତି ଶୃଙ୍ଖଳା ବଜାୟ ରହେ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି । ଦଶହରା ହେଉଛି ଏକତାର ସମ୍ବଳ ଓ ସାରା ଓଡିଶାକୁ କଟକ ସହର ଏକତାର ମନ୍ତ୍ର ଦେଇଥାଏ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    22.1 ° C
    22.1 °
    22.1 °
    39 %
    2.4kmh
    9 %
    Sat
    23 °
    Sun
    35 °
    Mon
    36 °
    Tue
    35 °
    Wed
    34 °

    ସମ୍ବନ୍ଧିତ