Thursday, October 15, 2026
23.2 C
Odisha

    ପୂର୍ବାଞ୍ଚଳ’ ଟିପ୍ପଣୀ ନେଇ ଦିଲ୍ଲୀ ରାଜନୀତି ସରଗରମ: ଇସିଙ୍କ ଦ୍ବାରସ୍ଥ ହେଲା ବିଜେପି

    ଆଗକୁ ପଢନ୍ତୁ

    ନୂଆଦିଲ୍ଲୀ: ଦିଲ୍ଲୀରେ ପୂର୍ବାଞ୍ଚଳୀ ଭୋଟ୍‌ବ୍ୟାଙ୍କ୍‌ ଉପରେ ଫୋକସ୍‌ ରଖି ଶାସକ ଆପ୍‌ ଏବଂ ବିରୋଧୀ ବିଜେପି ଏବେ ମୁହାଁମୁହିଁ ସ୍ଥିତିରେ ଅଛନ୍ତି।  ଦିଲ୍ଲୀର ପୂର୍ବତନ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ଗତକାଲି ଦେଇଥିବା ପୂର୍ବାଞ୍ଚଳୀ ବିରୋଧୀ ଟିପ୍ପଣୀକୁ ବିରୋଧ  କରି ବିଜେପି ମହିଳା ଶାଖା ପକ୍ଷରୁ ଆଜି କେଜ୍ରିୱାଲଙ୍କ ବାସଭବନ ବାହାରେ ଆନ୍ଦୋଳନ ହୋଇଛି। ଅନ୍ୟପକ୍ଷରେ କେଜ୍ରିୱାଲ ଦାବି କରିଛନ୍ତି ଯେ ସେ ପୂର୍ବାଞ୍ଚଳୀଙ୍କୁ ଏକ ସମ୍ମାନଜନକ ଜୀବନ ପ୍ରଦାନ କରିଛନ୍ତି।   ଉଲ୍ଲେଖଯୋଗ୍ୟ,  କେଜ୍ରିୱାଲ ଗତକାଲି ପୂର୍ବାଞ୍ଚଳୀ ଭୋଟର୍‌ ଙ୍କୁ ନକଲି ଭୋଟର୍‌ କହିଥିଲେ।  ଏହାକୁ ବିଜେପି ତୀବ୍ର ବିରୋଧ କରି ଆଜି ଆନ୍ଦୋଳନ କରିଥିଲା।   ଦିଲ୍ଲୀ ବିଜେପି ସଭାପତି ବୀରେନ୍ଦ୍ର ସଚଦେବ କହିଛନ୍ତି, ଗତ ସନ୍ଧ୍ୟାରେ କେଜ୍ରିୱାଲ  ପୂର୍ବାଞ୍ଚଳର ଲୋକଙ୍କୁ ନକଲି ଭୋଟର କହିବା ଦ୍ବାରା ଜଣାପଡ଼ୁଛି ଯେ ନିର୍ବାଚନ ହାରିବା ଭୟ‌ରେ କେଜ୍ରିୱାଲ ତାଙ୍କ ମାନସିକ ସନ୍ତୁଳନ ହରାଇ ଦେଇଛନ୍ତି। ଅନ୍ୟପକ୍ଷରେ ଆଜି ବିଜେପି ଆପ୍‌ ବିରୋଧରେ ନିର୍ବାଚନ କମିସନ୍‌ଙ୍କ ଦ୍ବାରସ୍ଥ ହୋଇଛି।  ଆପ୍‌ ଜାଲି ଭୋଟ୍‌ ସୃଷ୍ଟି କରୁଛି ବୋଲି ବିଜେପି ଅଭିଯୋଗ କରିଛି।  ଉଲ୍ଲେଖଯୋଗ୍ୟ, ଆପ୍‌ ବିଜେପି ବିରୋଧରେ ନକଲି ଭୋଟର୍‌ ଅଭିଯୋଗ ଆଣି ଗତକାଲି ନିର୍ବାଚନ କମିସନ୍‌ଙ୍କ ଦ୍ବାରସ୍ଥ ହେବାପରେ ନିର୍ବାଚନ କମିସନ୍‌ ତଦନ୍ତ ନିର୍ଦ୍ଦେଶ ଦେଇଥିଲେ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    light rain
    23.2 ° C
    23.2 °
    23.2 °
    96 %
    1.7kmh
    24 %
    Thu
    23 °
    Fri
    29 °
    Sat
    28 °
    Sun
    27 °
    Mon
    30 °

    ସମ୍ବନ୍ଧିତ