Monday, May 19, 2025
27.3 C
Odisha

    ପୋଲାଭରମ ପ୍ରସଙ୍ଗରେ ପ୍ରଧାନମନ୍ତ୍ରୀଙ୍କ ବୈଠକ ନେଇ କୌଣସି ସୂଚନା ନାହିଁ : ମୁଖ୍ୟମନ୍ତ୍ରୀ

    ଆଗକୁ ପଢନ୍ତୁ

    ଭୁବନେଶ୍ୱର : ଆସନ୍ତା ୨୮ ତାରିଖରେ ପ୍ରଧାନମନ୍ତ୍ରୀଙ୍କ ସହ ପୋଲାଭରମ ପ୍ରସଙ୍ଗରେ ମୁଖ୍ୟମନ୍ତ୍ରୀଙ୍କ ବୈଠକ ନେଇ ନାହିଁ କୌଣସି ସୂଚନା ।  ଏହା କହିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ।  ସେ କହିଛନ୍ତି, ମୁଖ୍ୟମନ୍ତ୍ରୀଙ୍କ ସହ ପ୍ରଧାନମନ୍ତ୍ରୀ ପୋଲାଭରମ ପ୍ରକଳ୍ପ ପ୍ରସଙ୍ଗରେ ଆଲୋଚନା କରିବେ ବୋଲି ସେମିତି କିଛି ବାର୍ତ୍ତା ମୋ ପାଖରେ ନାହିଁ ।

    ସରକାରୀ ସ୍ତରରେ ରାଜ୍ୟର ମୁଖ୍ୟ ଶାସନ ସଚିବ, ବିଭାଗୀୟ ସଚିବଙ୍କ ସହ ଆଲୋଚନା କରିବାର ଯେଉଁ ପ୍ରକ୍ରିୟାକରଣ ପ୍ରଧାନମନ୍ତ୍ରୀ ରଖିଛନ୍ତି ସେ ବାବଦରେ ଆଲୋଚନା କରିପାନ୍ତି ।  ଆଲୋଚନାରେ ଓଡ଼ିଶା ସରକାର ନ୍ୟାଯ୍ୟ ଦାବି ଓ ହକ ଉପସ୍ଥାପନ କରିବେ ।  ଆସନ୍ତା ୨୮ରେ ପ୍ରଧାନମନ୍ତ୍ରୀ ମୋଦି ୪ ରାଜ୍ୟ ଆନ୍ଧ୍ରପ୍ରଦେଶ, ଓଡ଼ିଶା, ତେଲେଙ୍ଗାନା ଓ ଛତିଶଗଡ଼ ମୁଖ୍ୟମନ୍ତ୍ରୀଙ୍କ ସହ ଭିଡିଓ କନଫେରେନ୍ସିଂରେ ବୈଠକ କରିବେ ବୋଲି ଜାତୀୟ ଗଣମାଧ୍ୟମରେ ଚର୍ଚ୍ଚା ହୋଇଛି।

    ପୋଲାଭରମ ଏକ ଜାତୀୟ ପ୍ରକଳ୍ପ । ଆନ୍ଧ୍ର ପ୍ରଦେଶର ‘ଜୀବନରେଖା’ ଭାବେ ବିବେଚିତ । ପୋଲାଭରମ ପ୍ରକଳ୍ପ ଯୋଗୁ ପଡ଼ୋଶୀ ରାଜ୍ୟ ତେଲଙ୍ଗାନା, ଓଡ଼ିଶା , ଛତିଶଗଡ଼ ବହୁ ଜମି ଓ ଅନେକ ଗାଁ ଜଳମଗ୍ନ ହେବାର ଆଶଙ୍କା ଥିବାରୁ ଆପତ୍ତି ଉଠାଇଛନ୍ତି। ଏନେଇ ଉଚ୍ଚ ସ୍ତରୀୟ ଆଲୋଚନା ସତ୍ତ୍ୱେ, କୌଣସି ସମାଧାନ ହୋଇପାରି ନାହିଁ ।

    ଓଡ଼ିଶା, ଛତିଶଗଡ଼ ଓ ତେଲଙ୍ଗାନା ଦ୍ୱାରା ସୁପ୍ରିମକୋର୍ଟରେ ଆବେଦନ ଦାଖଲ ହୋଇଛି । ଓଡ଼ିଶା, ଛତିଶଗଡ଼ ଜମି ଅଧିଗ୍ରହଣ ଏବଂ ପୁନର୍ବାସ ସମ୍ପର୍କରେ ଆପତ୍ତି ଉଠାଇଛନ୍ତି। ଆନ୍ଧ୍ର ପ୍ରଦେଶ ବିଭାଜନ ସମୟରେ ଦିଆଯାଇଥିବା ପ୍ରତିଶ୍ରୁତି ଅନୁଯାୟୀ, କେନ୍ଦ୍ର ସରକାର ପୋଲାଭାରମକୁ ଏକ ଜାତୀୟ ପ୍ରକଳ୍ପ ଭାବେ ଘୋଷଣା କରିଛନ୍ତି ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    scattered clouds
    27.3 ° C
    27.3 °
    27.3 °
    79 %
    4.9kmh
    46 %
    Mon
    28 °
    Tue
    39 °
    Wed
    40 °
    Thu
    37 °
    Fri
    37 °

    ସମ୍ବନ୍ଧିତ