Saturday, April 4, 2026
28.2 C
Odisha

    ପୋଲିସ ଏସଆଇ ଦୁର୍ନୀତି ମାମଲାରେ ଖୋଲୁଛି ଗୁମର, ଚାରି ଅଭିଯୁକ୍ତଙ୍କୁ ମାରାଥନ ଜେରା

    ଆଗକୁ ପଢନ୍ତୁ

    ଭୁବନେଶ୍ବର: ପୋଲିସ ଏସଆଇ ଦୁର୍ନୀତି ମାମଲାରେ ଖୋଲୁଛି ଗୁମର।  ରିମାଣ୍ଡରେ ଓଗାଳୁଛନ୍ତି କେଳେଙ୍କାରୀର ଷଡ଼ଯନ୍ତ୍ର ।  ଚାରି ଅଭିଯୁକ୍ତଙ୍କୁ ଭୁବନେଶ୍ବର ସିବିଆଇ ଅଫିସରେ ଚାଲିଛି ମାରାଥନ ଜେରା ।  ଚାରି ଅଭିଯୁକ୍ତ ଲୋକନାଥ ସାହୁ, ତଫିମ୍ ଅହମଦ, ବିଶ୍ଵ ରଞ୍ଜନ ବେହେରା, ବିଶ୍ଵ ରଞ୍ଜନ ହରିଚନ୍ଦନ ପୃଥକ ପୃଥକ ଭାବେ ଜେରା କରୁଛନ୍ତି CBI ଭୁବନେଶ୍ୱର ACB DIG ଅଖିଳେଶ ସିଂହ ।  ଶଙ୍କର ପୃଷ୍ଟି ର ସହଯୋଗୀ ଲୋକନାଥ ସାହୁକୁ ନେଇ ଚାକିରି କେଳେଙ୍କାରୀ ଆର୍ଥିକ କାରବାର ଖିଅ ଖୋଜୁଛି ସିବିଆଇ। ନଗଦ ଟଙ୍କା ନା ଅନଲାଇନରେ ହୋଇଥିଲା ଟଙ୍କା କାରବାର। ଚାକିରି କେଳେଙ୍କାରୀ ର ଟଙ୍କା କେଉଁ ଆଡେ ହୋଇଛି ବିନିଯୋଗ ।

    ଆର୍ଥିକ କାରବାରରେ ଆଉ କାହାର ରହିଛି ସଂପୃକ୍ତି ।  ସିବିଆଇ ଜେରା ବେଳେ କିଛି ବ୍ୟାଙ୍କ ଆକାଉଣ୍ଟର ଲାଗିଛି ସୁରାକ ।  କନଷ୍ଟେବଳ ଥିବା ବିଶ୍ବରଞ୍ଜନ ଚାକିରି ଆଶାୟୀଙ୍କଠୁ ଅର୍ଜିନାଲ ସାର୍ଟିଫିକେଟ ନେବା ପଛର ରାଜ ଖୋଜୁଛି ସିବିଆଇ ।  ସାର୍ଟିଫିକେଟ ବନ୍ଧକ ରଖି ଆଶାୟୀ କରୁଥିଲେ ଡିଲ ।  ବିଶ୍ବ ରଞ୍ଜନଙ୍କ ଏହା ପଛରେ କିଭଳି ଭୂମିକା ରହିଥିଲା ସେନେଇ ମାରାଥାନା ଜେରା କରିଛି ସିବିଆଇ ।  ସେହିପରି ତଫିନ ଅହମଦ ଓ ବିଶ୍ବଜିତ ହରିଚନ୍ଦନ ମଧ୍ୟ ଜେରା କରୁଛି ସିବିଆଇ ।  ଆସନ୍ତା କାଲି ବିଭିନ୍ନ ସ୍ଥାନରେ ରେଡ କରିପାରେ ସିବିଆଇ ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    overcast clouds
    28.2 ° C
    28.2 °
    28.2 °
    36 %
    1.9kmh
    93 %
    Fri
    29 °
    Sat
    38 °
    Sun
    37 °
    Mon
    38 °
    Tue
    38 °

    ସମ୍ବନ୍ଧିତ