Friday, March 13, 2026
24.5 C
Odisha

    ପ୍ରତିଭା ରାୟଙ୍କୁ ଅଟଳ ଶ୍ରେଷ୍ଠ ଓଡ଼ିଆ ରତ୍ନ ସମ୍ମାନ: ‘ଅଟଳ ଜୀ ଜନମାନସରେ ଥିବା ଏକ ଅଭିନ୍ନ ଅନୁଭୂତି’

    ଆଗକୁ ପଢନ୍ତୁ

    ଭୁବନେଶ୍ୱର : ଯେତେବେଳେ ବି ଅଟଳ ବିହାରୀ ବାଜପେୟୀଙ୍କ କଥା ଆଲୋଚନା ହେବ, ‘ପୋଖରାନ ପରମାଣୁ ପରୀକ୍ଷଣ’ ଓ ‘କାରଗିଲ୍‌ ବିଜୟ’ କଥା ସର୍ବାଗ୍ରେ ଆସିବ। ଅଟଳ ଜୀ କେବଳ ଜଣେ ରାଜନେତା ନୁହଁନ୍ତି, ସେ ଜନମାନସର ହୃଦୟରେ ଥିବା ଏକ ଅଭିନ୍ନ ଅନୁଭୂତି। ଯୁଗପୁରୁଷ ଅଟଳ ବିହାରୀ ବାଜପେୟୀଙ୍କ ଜନ୍ମ ଶତବାର୍ଷିକୀ ଅବସରରେ ଓଡ଼ିଶାର ପ୍ରତ୍ୟେକ କ୍ଷେତ୍ରରେ ପ୍ରତିଭାମାନଙ୍କୁ ସମ୍ମାନିତ କରିବା ଏକ ଅନନ୍ୟ ବିଷୟ ବୋଲି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ କହିଛନ୍ତି। ଜୟଦେବ ଭବନରେ ଅଟଳ ଯୁବଶକ୍ତି ଓଡ଼ିଶା ପକ୍ଷରୁ ଆୟୋଜିତ ଅଟଳ ପ୍ରତିଭା ସମ୍ମାନ-୨୦୨୫ ଉତ୍ସବ ଅବସରରେ ମୁଖ୍ୟଅତିଥି ଭାବେ ଯୋଗ ଦେଇ ମୁଖ୍ୟମନ୍ତ୍ରୀ ଶ୍ରୀ ମାଝୀ କହିଲେ, ଅଟଳ ଜୀଙ୍କ ଓଡ଼ିଶା ପ୍ରତି ପ୍ରଗାଢ଼ ଭଲପାଇବା ଥିଲା। ତାଙ୍କ ଯୁଗ ହେଉଛି ସୁଜଳାମ୍ ସୁଫଳାମ୍ ଭାରତର ପ୍ରତୀକ। ସ୍ମରଣିକା ‘ଯୁଗଜନ୍ମା ଅଟଳ’ ଦ୍ୱାରା ଅଟଳ ଜୀଙ୍କ ଜୀବନ, ଚିନ୍ତାଧାରା, ଦୃଷ୍ଟିକୋଣ, ଦୃଢ଼ ପଦକ୍ଷେପ ଓ ଦେଶପ୍ରେମ କେବଳ ସ୍ମୃତି ନୁହଁ, ଏହା ଏକ ଦିଗ୍‌ଦର୍ଶନ। ଏହା ଏପରି ଏକ ଅଟଳ ମାର୍ଗ ଯାହା ଆଗାମୀ ପିଢ଼ିଙ୍କୁ ପ୍ରେରଣା ଯୋଗାଇବ।

    ସମ୍ମାନିତ ଅତିଥି ସ୍ୱାସ୍ଥ୍ୟମନ୍ତ୍ରୀ ମୁକେଶ ମହାଲିଙ୍ଗ ବାଜପେୟୀଙ୍କ ଚିନ୍ତାଧାରାକୁ ଏକ ସମ୍ପୂର୍ଣ୍ଣ ଅନୁଷ୍ଠାନ ବୋଲି କହିଥିଲେ। ଶିଳ୍ପ ମନ୍ତ୍ରୀ ସମ୍ପଦ ଚନ୍ଦ୍ର ସ୍ୱାଇଁ ଅଟଳ ବିହାରୀ ବାଜପେୟୀ କେବଳ ଏକ ନାମ ନୁହେଁ, ସେ ହେଉଛନ୍ତି ଏକ ବିଚାରଧାରା ବୋଲି ମତ ରଖିଥିଲେ। ଏହି ଅବସରରେ ବିଶିଷ୍ଟ ବ୍ୟକ୍ତିମାନଙ୍କୁ ‘ଅଟଳ ସମ୍ମାନ-୨୦୨୫’ ପ୍ରଦାନ କରାଯାଇଥିଲା। ବିଶିଷ୍ଟ ଲେଖିକା ପ୍ରତିଭା ରାୟଙ୍କୁ ଅଟଳ ଶ୍ରେଷ୍ଠ ଓଡ଼ିଆ ରତ୍ନ ସମ୍ମାନ, ରାଜନେତା ସମୀର ମହାନ୍ତିଙ୍କୁ ଅଟଳ ମିତ୍ର ରତ୍ନ, ବରିଷ୍ଠ ପ୍ରଶାସକ ଦେବପ୍ରସାଦ ଦାଶଙ୍କୁ ଅଟଳ ସାହିତ୍ୟ ରତ୍ନ, ଆନ୍ତର୍ଜାତିକ କ୍ରିକେଟର୍‌ ଦେବାଶିଷ ମହାନ୍ତିଙ୍କୁ ଅଟଳ ଖେଳ ରତ୍ନ ସମ୍ମାନ ସମେତ ବହୁ ପ୍ରତିଭାଙ୍କୁ ଅଟଳ ସମ୍ମାନରେ ସମ୍ମାନିତ କରାଯାଇଥିଲା। ଅନୁଷ୍ଠାନର ସଭାପତି ବିକାଶ କୁମାର ପାଢ଼ୀ ସ୍ୱାଗତ ଭାଷଣ ଦେଇଥିଲେ। ବିଧାୟକ ମାନସ କୁମାର ଦତ୍ତ ଧନ୍ୟବାଦ ଦେଇଥିଲେ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    24.5 ° C
    24.5 °
    24.5 °
    48 %
    2.4kmh
    0 %
    Fri
    25 °
    Sat
    39 °
    Sun
    39 °
    Mon
    37 °
    Tue
    38 °

    ସମ୍ବନ୍ଧିତ