Monday, August 31, 2026
23 C
Odisha

    ଛାତ୍ରୀଙ୍କୁ ବିଜ୍ଞାନ ଶିକ୍ଷକଙ୍କ ଅସଦାଚରଣ: ୧୫ ଛାତ୍ରୀଙ୍କ ଲିଖିତ ଅଭିଯୋଗ ଆଧାରରେ ଶିକ୍ଷକଙ୍କୁ ଉଠାଇନେଲା ପୁଲିସ

    ଆଗକୁ ପଢନ୍ତୁ

    କେନ୍ଦ୍ରାପଡ଼ା : ବିଦ୍ୟାଳୟର ଛାତ୍ରୀମାନଙ୍କ ଶରୀରରେ ହାତ ମାରିବା ସହ ଘରକୁ ଶୋଇବାକୁ ଡାକୁଥିଲେ ବିଜ୍ଞାନ ଶିକ୍ଷକ । ଏ ନେଇ କାହାରିକୁ କହିଲେ ପରୀକ୍ଷାରେ ନମ୍ବର କାଟିଦେବାକୁ ଧମକ ଦେଉଥିଲେ। ୫୦ରୁ ଅଧିକ ଛାତ୍ରୀଙ୍କୁ ବିଜ୍ଞାନ ଶିକ୍ଷକ ଏଭଳି ଅସଦାଚରଣ କରିବା ଘଟଣା କେନ୍ଦ୍ରାପଡ଼ା ଜିଲ୍ଲା ରାଜନଗର ଅଞ୍ଚଳରେ ଚାଞ୍ଚଲ୍ୟ ଖେଳାଇ ଦେଇଛି। ସମ୍ପୃକ୍ତ ଶିକ୍ଷକଙ୍କ କଳା କାରନାମା ସମ୍ପର୍କରେ ୧୫ଜଣ ଛାତ୍ରୀ ଅଭିଯୋଗ କରିବା ପରେ ତାଙ୍କୁ ପୁଲିସ ଉଠାଇ ନେଇଛି।

    ଅଭିଯୋଗ ମୁତାବକ, ତାଳଚୁଆ ସାମୁଦ୍ରିକ ଥାନା ଅଞ୍ଚଳର ଏକ ସରକାରୀ ଉଚ୍ଚମାଧ୍ୟମିକ ବିଦ୍ୟାଳୟର ବିଜ୍ଞାନ ଶିକ୍ଷକ ଅମରପ୍ରସାଦ ମଲ୍ଲିକ ବିଦ୍ୟାଳୟର ଛାତ୍ରୀମାନଙ୍କ ସହିତ ଖରାପ ବ୍ୟବହାର କରି ଆସୁଥିଲେ। ଗତକାଲି ସାତ ଜଣ ସପ୍ତମ ଶ୍ରେଣୀ ଛାତ୍ରୀଙ୍କୁ ଅସଦାଚରଣ କରିବା ସଂପର୍କରେ ଅଭିଯୋଗ ହୋଇଥିଲା। ଜଣେ ଛାତ୍ରୀ କାନ୍ଦିକାନ୍ଦି ଏକଥା ଶିକ୍ଷୟିତ୍ରୀଙ୍କୁ ଜଣାଇଥିଲେ। କେନ୍ଦ୍ରାପଡ଼ା ଜିଲ୍ଲାପାଳଙ୍କ ବୈଠକକୁ ଯାଇଥିବା ପ୍ରଧାନଶିକ୍ଷକଙ୍କୁ ଶିକ୍ଷୟିତ୍ରୀଜଣକ ଏ ନେଇ ଫୋନ୍‌ରେ ଅବଗତ କରିଥିଲେ। ଆଜି ସମସ୍ତ ଶିକ୍ଷକ, ଶିକ୍ଷୟିତ୍ରୀ, ବିଦ୍ୟାଳୟ ପରିଚାଳନା କମିଟି, ଦୁଇଟି ପଞ୍ଚାୟତର ସରପଞ୍ଚଙ୍କ ସହ ଅଭିଯୋଗ କରିଥିବା ଛାତ୍ରୀଙ୍କ ଅଭିଭାବକ ବିଦ୍ୟାଳୟରେ ପହଞ୍ଚିଥିଲେ। ସେମାନଙ୍କ ଉପସ୍ଥିତିରେ ଛାତ୍ରୀମାନଙ୍କୁ ଅଭିଯୋଗ ସମ୍ପର୍କରେ ପଚରାଯାଇଥିଲା।

    ଛାତ୍ରୀମାନେ ବିଜ୍ଞାନ ଶିକ୍ଷକଙ୍କ ଆଚରଣ ସଂପର୍କରେ କହିବା ପରେ ଅଭିଯୁକ୍ତ ଶିକ୍ଷକଙ୍କୁ ଏ ସମ୍ପର୍କରେ ପଚରାଯାଇଥିଲା। ସେ ଘଟଣାକୁ ସ୍ବୀକାର କରିବା ସହ ଆତ୍ମହତ୍ୟା କରିଦେବାକୁ ଧମକ ଦେଇଥିଲେ ବୋଲି ପ୍ରଧାନଶିକ୍ଷକ କହିଛନ୍ତି। ଆଜି ସପ୍ତମ ଶ୍ରେଣୀର ୭ଜଣ ଓ ନବମ ଶ୍ରେଣୀର ୮ଜଣ ଛାତ୍ରୀ ଏ ନେଇ ଲିଖିତ ଭାବେ ପ୍ରଧାନଶିକ୍ଷକଙ୍କୁ ଜଣାଇଥିଲେ। ଛାତ୍ରୀଙ୍କ ଅଭିଭାବକମାନେ ବି’ ପ୍ରଧାନଶିକ୍ଷକଙ୍କୁ ଲିଖିତ ଅଭିଯୋଗ କରିଥିଲେ। ପଚରାଉଚରା ବେଳେ ସମସ୍ତଙ୍କ ସମ୍ମୁଖରେ ୫୦ରୁ ଅଧିକ ଛାତ୍ରୀ ସମାନ ଅଭିଯୋଗ ଆଣିଥିଲେ ବୋଲି ବିଦ୍ୟାଳୟ ପକ୍ଷରୁ ସୂଚନା ଦିଆଯାଇଛି। ପରୀକ୍ଷାରେ ସାର୍‌ ନମ୍ବର କାଟିଦେବେ ଓ ଲୋକଲଜ୍ଜା ଭୟରେ ସେମାନେ ପୂର୍ବରୁ ଲିଖିତ ଅଭିଯୋଗ କରି ନଥିବା କହିଥିଲେ। ପରେ ବିଦ୍ୟାଳୟର ପ୍ରଧାନଶିକ୍ଷକ ତାଳଚୁଆ ସାମୁଦ୍ରିକ ଥାନାକୁ ଫୋନ୍‌ ଯୋଗେ ଘଟଣା ସମ୍ପର୍କରେ ଜଣାଇଥିଲେ। ଆଇଆଇସି ବିମଲ କୁମାର ମଲ୍ଲିକ ବିଦ୍ୟାଳୟରେ ପହଞ୍ଚି ପ୍ରଧାନଶିକ୍ଷକ, ଅଭିଭାବକ, ପୀଡ଼ିତା ଛାତ୍ରୀମାନଙ୍କୁ ପଚରାଉଚରା କରିବା ପରେ ବିଜ୍ଞାନ ଶିକ୍ଷକଙ୍କୁ ଥାନାକୁ ନେଇଯାଇଛନ୍ତି। ଘଟଣା ସଂପର୍କରେ ପ୍ରଧାନଶିକ୍ଷକ ଥାନାରେ ଲିଖିତ ଅଭିଯୋଗ କରିବା ସହ ଜିଲ୍ଲା ଶିକ୍ଷାଧିକାରୀ ଓ ବ୍ଲକ୍‌ ଶିକ୍ଷାଧିକାରୀଙ୍କୁ ଲିଖିତ ଭାବେ ଅବଗତ କରିଛନ୍ତି।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    light rain
    23 ° C
    23 °
    23 °
    95 %
    2.6kmh
    100 %
    Mon
    23 °
    Tue
    25 °
    Wed
    30 °
    Thu
    28 °
    Fri
    30 °

    ସମ୍ବନ୍ଧିତ