Monday, October 19, 2026
23.2 C
Odisha

    ପ୍ରତି ପୂଜା ମଣ୍ଡପରେ ଲାଗିବ ସଡ଼କ ସୁରକ୍ଷା ବାର୍ତ୍ତା, ସମସ୍ତ ଜିଲ୍ଲାପାଳ ଓ ଏସପିଙ୍କୁ ଚିଠି ଲେଖିଲେ ପରିବହନ ଆୟୁକ୍ତ

    ଆଗକୁ ପଢନ୍ତୁ

    ଭୁବନେଶ୍ୱର   :   ପାର୍ବଣରେ ପୂଜା ମଣ୍ଡପରେ ଲାଗିବ ସଡ଼କ ସୁରକ୍ଷା ବାର୍ତ୍ତା । ମା’ଙ୍କ ଆଶୀର୍ବାଦ ସହ ପରିବାରର ସୁରକ୍ଷା ପାଇଁ ହେବେ ସଚେତନ । ଏଥିପାଇଁ ସମସ୍ତ ପୂଜା କମିଟିଙ୍କୁ ଅନୁରୋଧ କରାଯିବ । କେବଳ ସେତିକି ନୁହେଁ, ନିଜ ଅଞ୍ଚଳକୁ ଦୁର୍ଘଟଣା ମୁକ୍ତ କରିବା ଦିଗରେ ସହଯୋଗ କରିବାକୁ ସାହି ମୁରବିଙ୍କୁ ମଧ୍ୟ ଅନୁରୋଧ କରାଯିବ । ପାର୍ବଣ ସଂପର୍କିତ ସମନ୍ୱୟ ବୈଠକରେ ପୂଜା କମିଟି ମାନଙ୍କ ସହ ଏ ସଂକ୍ରାନ୍ତରେ ଆଲୋଚନା କରିବାକୁ ସମସ୍ତ ଜିଲ୍ଲାପାଳ, ଏସପିଙ୍କ ସମେତ କଟକ ଓ ଭୁବନେଶ୍ୱରର ଡିସିପିଙ୍କୁ ଚିଠି ଲେଖିଛନ୍ତି ପରିବହନ ଆୟୁକ୍ତ ଅମିତାଭ ଠାକୁର ।

    ଚିଠିରେ ପରିବହନ ଆୟୁକ୍ତ ଉଲ୍ଲେଖ କରିଛନ୍ତି, ସଡ଼କ ଦୁର୍ଘଟଣା ଚିନ୍ତାର କାରଣ ପାଲଟିଛି  ।  ସଡ଼କ ଦୁର୍ଘଟଣା ହ୍ରାସ ପାଇଁ ସଡ଼କ ସୁରକ୍ଷା ସଚେତନତା ବୃଦ୍ଧି ଉପରେ ସରକାର ଗୁରୁତ୍ୱ ଦେଉଛନ୍ତି  ।  ପାର୍ବଣ ସମୟରେ ବିଭିନ୍ନ ପୂଜା ମଣ୍ଡପରେ ବିପୁଳ ସଂଖ୍ୟାରେ ଶ୍ରଦ୍ଧାଳୁଙ୍କ ସମାଗମ ହୋଇଥାଏ  ।  ତେଣୁ ଏହି ସମୟରେ ଅନେକ ଲୋକଙ୍କ ପାଖରେ ସଡ଼କ ସୁରକ୍ଷା ବାର୍ତ୍ତା ପହଞ୍ଚାଯାଇପାରିବ ।  ଏହାକୁ ଦୃଷ୍ଟିରେ ରଖି ପୂଜା କମିଟି ମାନଙ୍କୁ ସଡ଼କ ସୁରକ୍ଷା ବାର୍ତ୍ତା ପ୍ରସାର ପାଇଁ ଅନୁରୋଧ କରାଯାଇ ପାରିବ ।  ସେ ସମସ୍ତ ଜିଲ୍ଲାପାଳ, ଏସପିଙ୍କ ସମେତ କଟକ ଓ ଭୁବନେଶ୍ୱରର ଡିସିପିଙ୍କୁ ଚିଠି ଲେଖିଛନ୍ତି  ।  ଏହି ଅଭିଯାନ ଜରିଆରେ ଜନସାଧାରଣଙ୍କ ମଧ୍ୟରେ ସୁରକ୍ଷିତ ଯାତ୍ରା ପାଇଁ ନିୟମ ପାଳନର ଗୁରୁତ୍ୱ ସଂପର୍କରେ ବାର୍ତ୍ତା ପ୍ରଦର୍ଶିତ ହେବ  ।  ପୂଜା କମିଟି ମାନେ ବିଭିନ୍ନ ଉପାୟରେ ଏହି ବାର୍ତ୍ତା ଲୋକଙ୍କ ନିକଟରେ ପହଞ୍ଚାଇପାରିବେ  ।  ସେହିଭଳି ଏହି ସମୟରେ ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମରେ ମଧ୍ୟ ଦର୍ଶକଙ୍କୁ ସଡ଼କ ସୁରକ୍ଷା ନିୟମ ପାଳନ ପାଇଁ ଅନୁରୋଧ କରାଯାଇପାରିବ  ।  ପାର୍ବଣ ସଂପର୍କିତ ସମନ୍ୱୟ ବୈଠକରେ ଏହି ବିଷୟରେ ଆଲୋଚନା କରିବାକୁ କୁହାଯାଇଛି  ।

    ଏହାସହ ପୂଜା କମିଟିର ବରିଷ୍ଠ ସଦସ୍ୟମାନେ ସାଧାରଣତଃ ସାହି ମୁରବି ଭାବରେ ସମ୍ମାନ ପାଆନ୍ତି  ।  ସେମାନଙ୍କ କଥାକୁ ଯୁବପିଢ଼ିମାନେ ପାଳନ କରିଥାନ୍ତି  ।  ତେଣୁ ପୂଜା ପରେ ମଧ୍ୟ ନିଜ ଅଞ୍ଚଳକୁ ସଡ଼କ ଦୁର୍ଘଟଣାମୁକ୍ତ କରିବା ଦିଗରେ ସେମାନେ ଉଦ୍ୟମ କରିପାରିବେ  ।  କେବଳ ଦୁର୍ଗା ପୂଜା ନୁହେଁ, ସମସ୍ତ ପ୍ରମୁଖ ପର୍ବପର୍ବାଣିରେ ସଡ଼କ ସୁରକ୍ଷା ବାର୍ତ୍ତା ପ୍ରସାରକୁ ଗୁରୁତ୍ୱ ଦେବାକୁ ପରିବହନ ଆୟୁକ୍ତ ଅନୁରୋଧ କରିଛନ୍ତି  । ଜିଲ୍ଲାପାଳ ଓ ଏସପି ମାନେ ଏ ଦିଗରେ ପୂଜା କମିଟିମାନଙ୍କୁ ଉତ୍ସାହିତ କରିବାକୁ ପରାମର୍ଶ ଦିଆଯାଇଛି  ।  ଏହାସହ ସମସ୍ତ ଆଞ୍ଚଳିକ ପରିବହନ ଅଧିକାରୀମାନେ ସକ୍ରିୟ ଭାବରେ ଏହି ଅଭିଯାନରେ ସାମିଲ ହୋଇ ଅଧିକରୁ ଅଧିକ ଲୋକଙ୍କ ପାଖେ ସଡ଼କ ସୁରକ୍ଷା ବାର୍ତ୍ତା ପହଞ୍ଚାଇବାକୁ ରାଜ୍ୟ ପରିବହନ ପ୍ରାଧିକରଣ ପକ୍ଷରୁ ନିର୍ଦ୍ଦେଶ ଦିଆଯାଇଛି।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    overcast clouds
    23.2 ° C
    23.2 °
    23.2 °
    82 %
    1.2kmh
    100 %
    Sun
    23 °
    Mon
    31 °
    Tue
    30 °
    Wed
    30 °
    Thu
    29 °

    ସମ୍ବନ୍ଧିତ