Thursday, October 8, 2026
26.9 C
Odisha

    ପ୍ରଧାନମନ୍ତ୍ରୀ ଜାତୀୟ ଶିଶୁ ପୁରସ୍କାରରେ ସମ୍ମାନିତ ହେଲେ ୨୦ ପିଲା, ରାଷ୍ଟ୍ରପତି ଦେଲେ ପୁରଷ୍କାର

    ଆଗକୁ ପଢନ୍ତୁ

    କୁନି କୁନି ପ୍ରତିଭାବାନ ପିଲାଙ୍କୁ ମିଳିଲା ପ୍ରଧାନମନ୍ତ୍ରୀ ଜାତୀୟ ଶିଶୁ ପୁରସ୍କାର । ବିଭିନ୍ନ କ୍ଷେତ୍ରରେ ସଫଳତା ହାସଲ କରିଥିବା ୧୮ଟି ରାଜ୍ୟ ଏବଂ କେନ୍ଦ୍ରଶାସିତ ଅଞ୍ଚଳର ୨୦ ଜଣ ପିଲାଙ୍କୁ ପ୍ରଧାନମନ୍ତ୍ରୀ ଜାତୀୟ ଶିଶୁ ପୁରସ୍କାର ପ୍ରଦାନ କରିଛନ୍ତି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ । ଆଜି ପାଳିତ ହୋଇଯାଇଛି ବୀର ବାଲ୍ ଦିବସ । ଏହି ଅବସରରେ ଅନେକ କ୍ଷେତ୍ରରେ ସଫଳତା ହାସଲ କରିଥିବା ପ୍ରତିଭାବାନ୍ ପିଲାଙ୍କୁ ପ୍ରଧାନମନ୍ତ୍ରୀ ଜାତୀୟ ଶିଶୁ ପୁରସ୍କାର ଦିଆଯାଇଛି । ସାହସିକତା, କଳା, ସଂସ୍କୃତି, ବିଜ୍ଞାନ, ପରିବେଶ, ସମାଜସେବା ଏବଂ କ୍ରୀଡ଼ା ଭଳି ୬ଟି ବର୍ଗରେ ପିଲାମାନଙ୍କୁ ପୁରଷ୍କାର ପ୍ରଦାନ କରାଯାଇଛି । ରାଷ୍ଟ୍ରପତି ମୁର୍ମୁ ପୁରସ୍କାରପ୍ରାପ୍ତମାନଙ୍କୁ ତାଙ୍କର ଆଶୀର୍ବାଦ ପ୍ରଦାନ କରିଥିଲେ ।

    ପୁରସ୍କାରପ୍ରାପ୍ତମାନଙ୍କ ମଧ୍ୟରେ ସବୁଠାରୁ ଭିନ୍ନ ଥିଲେ ସାହସୀ ବାଳକ ଶ୍ରବଣ ସିଂହ ଏବଂ ବୈଭବ ସୂର୍ଯ୍ୟବଂଶୀ । ଶ୍ରବଣ ସିଂହ ଅପରେସନ ସିନ୍ଦୂର ସମୟରେ ଭାରତୀୟ ସେନାଙ୍କୁ ଖାଦ୍ୟ ଯୋଗାଇଥିଲେ । ରାଷ୍ଟ୍ରପତିଙ୍କଠାରୁ ପୁରସ୍କାର ଗ୍ରହଣ କରିବା ପରେ ସେ କହିଥିଲେ, “ମୁଁ ଏହି ପୁରସ୍କାର ପାଇ ବହୁତ ଖୁସି । ମୁଁ କେବେ ସ୍ୱପ୍ନରେ ଭାବି ନଥିଲି ଯେ ମୁଁ ଏହି ପୁରସ୍କାର ପାଇବି ଏବଂ ରାଷ୍ଟ୍ରପତିଙ୍କୁ ଭେଟିବି ।” ଅପରେସନ ସିନ୍ଦୁର ସମୟରେ ଭାରତୀୟ ସେନା ଶ୍ରବଣଙ୍କ ଘର ପାଖରେ ମୁତୟନ ଥିଲେ । ସେହି ସମୟରେ ଶ୍ରବଣ  ପ୍ରତିଦିନ ଯବାନଙ୍କ ପାଇଁ ମିଠା, ଚା, ଲସି ଦେଉଥିଲେ । ତେଣୁ ତାଙ୍କୁ ଆଜି ଏହି ପୁରଷ୍କାର ମିଳିଛି ।

    ବିହାରର ବାସିନ୍ଦା ବୈଭବ ସୂର୍ଯ୍ୟବଂଶୀ ମଧ୍ୟ ଏହି ପୁରସ୍କାର ପାଇଛନ୍ତି । ଭାରତର ଯୁବ ତଥା ଆଇପିଏଲର ସବୁଠାରୁ କମ ବୟସର କ୍ରିକେଟର ବୈଭବ ସୂର୍ଯ୍ୟବଂଶୀ ମାତ୍ର ୧୪ ବର୍ଷ ବୟସରେ କ୍ରିକେଟ ଜଗତରେ ଅଦ୍ଭୁତପୂର୍ବ ସଫଳତା ହାସଲ କରିଛନ୍ତି । ବ୍ୟାଟସମ୍ୟାନ୍ ବୈଭବ ୨୦୨୫ ମସିହାରେ ଅନେକ ଐତିହାସିକ ଇନିଂସ ଖେଳି ସମସ୍ତଙ୍କୁ କରିଛନ୍ତି ଆଶ୍ଚର୍ଯ୍ୟ । ତେଣୁ ତାଙ୍କୁ ପ୍ରଧାନମନ୍ତ୍ରୀ ଜାତୀୟ ଶିଶୁ ପୁରସ୍କାରରେ ସମ୍ମାନିତ କରାଯାଇଛି । ବୈଭବ ଅରୁଣାଞ୍ଚଳ ପ୍ରଦେଶ ବିପକ୍ଷରେ ୮୪ ବଲରେ ୧୯୦ ରନ୍ କରିଥିଲେ । ଯେଉଁଥିରେ ୧୬ଟି ଚୌକା ଏବଂ ୧୫ ଛକା ମାରିଥିଲେ । କିନ୍ତୁ ପରେ ସେ ମଣିପୁର ବିପକ୍ଷରେ ମ୍ୟାଚ୍ ଖେଳିପାରିନଥିଲେ । କାହିଁକିନା ତାଙ୍କୁ ପ୍ରଧାନମନ୍ତ୍ରୀ ଜାତୀୟ ଶିଶୁ ପୁରସ୍କାର ଗ୍ରହଣ କରିବାକୁ ଦିଲ୍ଲୀ ଆସିବାକୁ ପଡିଥିଲା । କେବଳ ଏତିକି ନୁହେଁ ବୈଭବ IPLରେ ମଧ୍ୟ ଚମତ୍କାର ବ୍ୟାଟିଂ କରିଛନ୍ତି । ସେ IPL ୨୦୨୫ରେ ୭ଟି ମ୍ୟାଚରେ ୨୫୨ ରନ୍ କରି ସମସ୍ତଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ ।

    ଏହି କାର୍ଯ୍ୟକ୍ରମରେ ଉଦବୋଧନ ଦେଇ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ କହିଥିଲେ, “ସମସ୍ତ ପିଲା ସେମାନଙ୍କ ପରିବାର, ସମାଜ ଏବଂ ସମଗ୍ର ଦେଶ ପାଇଁ ଗର୍ବ ଆଣିଛନ୍ତି । ତେଣୁ ପିଲାମାନଙ୍କ ପରିବାରର ସଦସ୍ୟମାନଙ୍କୁ ମଧ୍ୟ ଅଭିନନ୍ଦନ ଜଣାଇଥିଲେ ରାଷ୍ଟ୍ରପତି ।

    ଡିସେମ୍ବର ୨୬ କୁ ‘ବୀର ବାଲ୍ ଦିବସ’ ଭାବରେ ପାଳନ କରାଯାଏ । ଏହି ଅବସରରେ, ସାହସିକତା, କଳା, ସଂସ୍କୃତି, ବିଜ୍ଞାନ, ପରିବେଶ, ସମାଜସେବା ଏବଂ କ୍ରୀଡ଼ା ଭଳି କ୍ଷେତ୍ରରେ ଅସାଧାରଣ ପ୍ରତିଭା ପ୍ରଦର୍ଶନ କରୁଥିବା ପିଲାମାନଙ୍କୁ ପ୍ରଧାନମନ୍ତ୍ରୀ ‘ଜାତୀୟ ଶିଶୁ ପୁରସ୍କାର’ରେ ସମ୍ମାନିତ କରାଯାଏ । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଜାନୁଆରୀ ୯, ୨୦୨୨ରେ ଶ୍ରୀ ଗୁରୁ ଗୋବିନ୍ଦ ସିଂହଙ୍କ ଜନ୍ମବାର୍ଷିକୀ ଅବସରରେ ତାଙ୍କ ପୁତ୍ର ସାହିବଜାଦା ବାବା ଜୋରାୱର ସିଂହ ଏବଂ ବାବା ଫତେହ ସିଂହଙ୍କ ସହିଦ ସ୍ମୃତିରେ ଡିସେମ୍ବର ୨୬କୁ ‘ବୀର ବାଲ୍ ଦିବସ’ ଭାବରେ ପାଳନ କରିବାକୁ ଘୋଷଣା କରିଥିଲେ ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    light rain
    26.9 ° C
    26.9 °
    26.9 °
    81 %
    1.8kmh
    3 %
    Thu
    24 °
    Fri
    30 °
    Sat
    30 °
    Sun
    30 °
    Mon
    30 °

    ସମ୍ବନ୍ଧିତ