Monday, April 6, 2026
23.6 C
Odisha

    ପ୍ରବଳ ଲୋକଭିଡ଼ ହେତୁ ଦର୍ଶନ ପାଇଁ ରାମ ମନ୍ଦିର ଭିତରକୁ ପ୍ରବେଶ ୨ଟା ପର୍ଯ୍ୟନ୍ତ ସ୍ଥଗିତ

    ଆଗକୁ ପଢନ୍ତୁ

    ଅଯୋଧ୍ୟା: ଗତକାଲି ଅଯୋଧ୍ୟା ରାମ ମନ୍ଦିରର ପ୍ରାଣ ପ୍ରତିଷ୍ଠା ପାଇଁ ଆଜି ଶ୍ରଦ୍ଧାଳୁଙ୍କ ପାଇଁ ମନ୍ଦିର ଖୋଲାଯାଇଛି। ଅଯୋଧ୍ୟାରେ ଥିବା ରାମ ମନ୍ଦିରରେ ଦୈନିକ ଦୁଇଟି ସମୟରେ ଶ୍ରଦ୍ଧାଳୁଙ୍କ ପାଇଁ ପ୍ରବେଶ ଦ୍ବାର ଖୋଲା ରହିବ। ସକାଳ ୭ଟାରୁ ପୂର୍ବାହ୍ନ ୧୧.୩୦ ଏବଂ ତା’ପରେ ଅପରାହ୍ନ ୨ଟାରୁ ସଂଧ୍ୟା ୭ଟା ମଧ୍ୟରେ ମନ୍ଦିର ଶ୍ରଦ୍ଧାଳୁଙ୍କ ପାଇଁ ଖୋଲା ରହିବ। ଅର୍ଥାତ ଏହି ସମୟ ମଧ୍ୟରେ ଶ୍ରଦ୍ଧାରୁ ରାମଲଲାଙ୍କ ଦର୍ଶନ ପାଇଁ ଭିତରକୁ ପ୍ରବେଶ କରିପାରିବେ।

    ଗତକାଲି ପ୍ରାଣ ପ୍ରତିଷ୍ଠା ପରେ ଆଜି ପ୍ରଥମ ଦିନ ହୋଇଥିବାରୁ ରାମ ମନ୍ଦିର ପରିସରରେ ପ୍ରବଳ ଲୋକ ଭିଡ଼ ଜମିଛି। ଏପରିକି ଭିଡ଼କୁ ନିୟନ୍ତ୍ରଣ କରିବା ପାଇଁ ୨ଟା ପର୍ଯ୍ୟନ୍ତ ଦର୍ଶନ ପାଇଁ ପ୍ରବେଶ ବ୍ୟବସ୍ଥା ବନ୍ଦ କରି ଦିଆଯାଇଛି। ରାମଲଲାଙ୍କ ଦର୍ଶନ କରିବା ପାଇଁ ଶ୍ରଦ୍ଧାଳୁ ଗତକାଲି ରାତି ୩ଟାରୁ ଲମ୍ବା ଧାଡ଼ି ଲଗାଇଛନ୍ତି। ଏହି ଭିଡ଼ ହେତୁ ପଞ୍ଚ କୋଶି ପରିକ୍ରମା ପଥର ଗାଡ଼ି ଚଳାଚଳରେ ବି ବାଧା ଉପୁଜିଛି।ଆଜି ପ୍ରାଣ ପ୍ରତିଷ୍ଠା ପରେ ପ୍ରଥମ ଦିନ ହୋଇଥିବାରୁ ପ୍ରଭୁଙ୍କ ଦର୍ଶନ ସକାରେ ମନ୍ଦିରରେ ନାହିଁନଥିବା ଲୋକ ଭିଡ଼। ଶିଳ୍ପୀ ଅରୁଣ ଯୋଗୀରାଜଙ୍କ ଦ୍ୱାରା ନିର୍ମିତ ୫୧ ଇଞ୍ଚ୍‌ ଉଚ୍ଚତା ବିଶିଷ୍ଟ ରାମଲଲାଙ୍କ ମୂର୍ତ୍ତି ସ୍ଥାପନ ସୋମବାର ଉତ୍ସବର କେନ୍ଦ୍ରବିନ୍ଦୁ ପାଲଟିଥିବା ବେଳେ ଆଜି ଶ୍ରଦ୍ଧାଳୁଙ୍କ ଭିଡ଼ ଦେଖିବାକୁ ମିଳିଛି।

    ଶୀତଦିନରେ ମଧ୍ୟ ମନ୍ଦିର ପରିସର ବାହାରେ ଭକ୍ତଙ୍କ ଏକ ବିଶାଳ ଧାଡ଼ି ଦେଖିବାକୁ ମିଳିଛି। ଜାଣିବାକୁ ମିଳିଛି ଯେ ରାମଲଲାଙ୍କ ଦର୍ଶନ ପାଇଁ ଶ୍ରଦ୍ଧାଳୁ ରାତି ୩ଟାରେ ଭିଡ଼ ଜମାଇଛନ୍ତି। ଆଗାମୀ ଦିନରେ ଏହି ମନ୍ଦିର ଲକ୍ଷ ଲକ୍ଷ ତୀର୍ଥଯାତ୍ରୀ ଏବଂ ପର୍ଯ୍ୟଟକଙ୍କୁ ଆକର୍ଷିତ କରିବ ବୋଲି ଆଶା କରାଯାଉଛି।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    23.6 ° C
    23.6 °
    23.6 °
    73 %
    1.7kmh
    3 %
    Sun
    24 °
    Mon
    38 °
    Tue
    35 °
    Wed
    37 °
    Thu
    37 °

    ସମ୍ବନ୍ଧିତ