Tuesday, September 29, 2026
30.1 C
Odisha

    ବୈଷୟିକ ତ୍ରୁଟି ହେତୁ ଜୟପୁର ଫେରି ଅବତରଣ କଲା କୋଲକାତା ଯାଉଥିବା ଇଣ୍ଡିଗୋ ବିମାନ

    ଆଗକୁ ପଢନ୍ତୁ

    ଜୟପୁର: ଜୟପୁରରୁ କୋଲକାତା ଅଭିମୁଖେ ଉଡ଼ାଣ ଭରିଥିବା ଏକ ଇଣ୍ଡିଗୋ ବିମାନ ସୋମବାର ପୁଣିଥରେ ଜୟପୁରକୁ ଫେରିଆସିିଛି। ବିମାନରେ ବୈଷୟିକ ତ୍ରୁଟି ପରିଲକ୍ଷିତ ହେବା ପରେ ପାଇଲଟ୍‌ ବିମାନଟିକୁ ଫେରାଇ ଆଣିବାକୁ ବାଧ୍ୟ ହୋଇଥିଲେ ବୋଲି ଏୟାରଲାଇନ୍ସ କହିଛି।

    ୬ଇ୭୮୪ ବିମାନଟି କୋଲକାତା ଅଭିମୁଖେ ଯାଉଥିବା ବେଳେ ବୈଷୟିକ ତ୍ରୁଟି ଚିହ୍ନଟ ହୋଇଥିଲା। ତା’ପରେ ପାଇଲଟ୍ ଷ୍ଟାଣ୍ଡାର୍ଡ ଅପରେଟିଂ ପ୍ରଣାଳୀ ଅନୁସରଣ କରି ବିମାନଟିକୁ ଜୟପୁରରେ ଅବତରଣ କରାଇଥିବା ଇଣ୍ଡିଗୋ ମୁଖପାତ୍ର କହିଛନ୍ତି।

    ତ୍ରୁଟି ଚିହ୍ନଟ ହେବା ପରେ ବିମାନଟିକୁ ମରାମତି ପାଇଁ ପଠାଯାଇଥିବା ବେଳେ ଯାତ୍ରୀମାନଙ୍କ ପାଇଁ ଏକ ବିକଳ୍ପ ବିମାନର ବ୍ୟବସ୍ଥା କରାଯାଇଥିଲା। ଏହି ଅସୁବିଧା ପାଇଁ ଇଣ୍ଡିଗୋ ଜୟପୁର-କୋଲକାତା ବିମାନରେ ଥିବା ଯାତ୍ରୀମାନଙ୍କୁ କ୍ଷମା ମାଗିଛି ବୋଲି ମୁଖପାତ୍ର କହିଛନ୍ତି।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    30.1 ° C
    30.1 °
    30.1 °
    61 %
    3kmh
    10 %
    Tue
    30 °
    Wed
    30 °
    Thu
    30 °
    Fri
    31 °
    Sat
    31 °

    ସମ୍ବନ୍ଧିତ