Thursday, October 15, 2026
21.4 C
Odisha

    ପ୍ରବାସୀ ଭାରତୀୟ ଦିବସ କାର୍ଯ୍ୟକ୍ରମ ଲାଗି ୩ଦିନ ସାରା ରାଜ୍ୟ ଉତ୍ସବ ମୁଖରିତ ହେବ

    ଆଗକୁ ପଢନ୍ତୁ

    ଭୁବନେଶ୍ବର: ପ୍ରବାସୀ ଭାରତୀୟ ଦିବସକୁ ସଫଳ କରିବାକୁ ବିଜେପି ପକ୍ଷରୁ ଆହ୍ବାନ ଦିଆଯାଇଛି। ଏନେଇ ଆଜି ଭୁବନେଶ୍ବରରେ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ବିଜେପି ରାଜ୍ୟ ସଭାପତି ମନମୋହନ ସାମଲ ଆହ୍ବାନ ଦେଇଛନ୍ତି।ସଭାପତି ମନମୋହନ ସାମଲ କହିଛନ୍ତି, ଓଡ଼ିଶାରେ ପୁଣି ଭୁବନେଶ୍ବରରେ ପ୍ରଥମ ଥର ପ୍ରବାସୀ ଭାରତୀୟ ଦିବସ କାର୍ଯ୍ୟକ୍ରମ ଆୟୋଜିତ ହେଉଥିବା ଏବଂ ୧୬୦ଟି ଦେଶର ପ୍ରବାସୀ ଆମର ଏଠାକୁ ଆସିବା ଗୁରୁତ୍ବପୂର୍ଣ୍ଣ। ଆତିଥେୟତାରେ କୌଣସି ଗୁଣରେ କମ୍‌ କରାଯିବ ନାହିଁ। ସେମାନେ କିଭଳି ଭଲ ଅନୁଭୂତି ନେଇ ଫେରିବେ, ସେଥିନେଇ ସମସ୍ତେ ଚେଷ୍ଟା କରିବା ଉଚିତ। ଏହି କାମରେ ସରକାରଙ୍କ ସହ ସାଧାରଣ ଲୋକେ ସାମିଲ ହେବା ଦରକାର। ଆମ ରାଜ୍ୟରେ ଅନେକ ପର୍ଯ୍ୟଟନସ୍ଥଳୀ ରହିଛି, ଆମେ ଆମର ଅତିଥିମାନଙ୍କୁ ବୁଲାଇବୁ। ୩ ଦିନ ସାରା ରାଜ୍ୟ ଉତ୍ସବ ମୁଖରିତ ହେବ। ଏଥିରେ ସାମିଲ ହେବା ଲାଗି ୮ ତାରିଖରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଓ ୧୦ ତାରିଖରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଆସିବେ। ଏହାକୁ ନେଇ ଓଡ଼ିଶାବାସୀ ଉତ୍ସାହିତ ଅଛନ୍ତି।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    scattered clouds
    21.4 ° C
    21.4 °
    21.4 °
    96 %
    1kmh
    49 %
    Thu
    29 °
    Fri
    29 °
    Sat
    30 °
    Sun
    31 °
    Mon
    29 °

    ସମ୍ବନ୍ଧିତ