Saturday, October 3, 2026
29.5 C
Odisha

    ପ୍ରବାସୀ ଭାରତୀୟ ଦିବସ ପୂର୍ବରୁ ଭୁବନେଶ୍ଵରରେ ପହଞ୍ଚିବ ଡବଲ ଡେକର୍ ବସ୍

    ଆଗକୁ ପଢନ୍ତୁ

    ଭୁବନେଶ୍ଵର: ଆସନ୍ତାକାଲି ଭୁବନେଶ୍ଵରରେ ପହଞ୍ଚିବ ଇଲେଟ୍ରିକ୍ ଡବଲ ଡେକର ବସ୍। କାଲି ଭୁବନେଶ୍ଵରରେ ପ୍ରଥମେ ଦୁଇଟି ଗାଡି ପହଞ୍ଚିବ ଏବଂ ପରେ ଆଉ ଦୁଇଟି ବସ୍ ମୁମ୍ବାଇରୁ ଆସିବ। ଏ ନେଇ ସୂଚନା ଦେଇଛନ୍ତି ଗୃହ ନିର୍ମାଣ ଓ ନଗର ଉନ୍ନୟନ ମନ୍ତ୍ରୀ ଡାକ୍ତର କୃଷ୍ଣଚନ୍ଦ୍ର ମହାପାତ୍ର। ଆସିବା ମାତ୍ରେ ଏହା ସାଧାରଣ ଲୋକଙ୍କ ପାଇଁ ବ୍ୟବହାର ହେବନାହିଁ। ଏହା ପ୍ରଥମେ ପ୍ରବାସୀ ଭାରତୀୟ ଦିବସରେ ଯୋଗଦେବାକୁ ଆସିଥିବା ଅତିଥିମାନଙ୍କ ପାଇଁ ବ୍ୟବହାର ହେବ। ଗେରୁଆ ରଙ୍ଗରେ ତିଆରି ହୋଇଥିବା ଏହି ବସରେ ଓଡିଶାର କଳା ସଂସ୍କୃତିର ଛାପ ରହିଛି। ବସ୍‌ରେ କୋଣାର୍କ ଚକ , ଶାନ୍ତିସ୍ତୁପ, ଗୋଟିପୁଅ ନୃତ୍ୟ ଏବଂ ଅନ୍ୟାନ୍ୟ କଳାକୃତୀର ଛାପ ଦେଖିବାକୁ ମିଳିବ। ଏହି ବସ୍ କଟକ-ଭୁବନେଶ୍ଵର-ପୁରୀରେ ଚଳାଚଳ କରିବ। ମୁମ୍ବାଇର ଏକ ସଂସ୍ଥା ଏହି ବସ୍‌ ତିଆରି କରୁଛି।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    29.5 ° C
    29.5 °
    29.5 °
    57 %
    1.5kmh
    2 %
    Sat
    30 °
    Sun
    30 °
    Mon
    31 °
    Tue
    31 °
    Wed
    31 °

    ସମ୍ବନ୍ଧିତ