Tuesday, September 17, 2024
24.1 C
Odisha

    ପ୍ରାକୃତିକ ଭାବରେ ପାଆନ୍ତୁ ଉଜ୍ଜ୍ଵଳ ତ୍ଵଚା

    ଆଗକୁ ପଢନ୍ତୁ

     

    ଦର୍ଶକବନ୍ଧୁ ଆମେ ସମସ୍ତେ ଜାଣନ୍ତି ଯେ ମହିଳାମାନେ ସୁସ୍ଥ ଏବଂ ଉଜ୍ଜ୍ଵଳ ତ୍ଵଚା ପାଇବା ପାଇଁ ଅନେକ କିଛି ଉପାୟ ଆପଣେଇ ଥାଆନ୍ତି । କେବଳ ମହିଳା କାହିଁକି, ଅନେକ ପୁରୁଷ ମଧ୍ୟ ନିଜ ତ୍ଵଚାକୁ ସୁନ୍ଦର ଏବଂ ଚମକଦାର କରିବା ପାଇଁ ନାନାଦି ଉପକରଣର ବ୍ୟବହାର କରିଥାନ୍ତି । ମାତ୍ର ଆମେ ଏକଥା ଜାଣି ରଖିବା ଉଚିତ ଯେ କେବଳ ମାର୍କେଟ ରେ ମିଳୁଥିବା ଦାମୀ କ୍ରିମ ଓ ସେରମ ଆଦି ବ୍ୟବହର କରି ସବୁବେଳେ ଉତ୍ତମ ଫଳାଫଳ ମିଳି ନଥାଏ । ଏହି ସବୁ ପ୍ରଡକ୍ଟ୍ ଗୁଡିକରେ ଅନେକ ପ୍ରକାର ରସାୟନିକ ପଦାର୍ଥ ମିଶୁଥିବାରୁ ବେଳେବେଳେ ଏସବୁ ବ୍ୟବହାର କରିବା ଦ୍ଵାରା ତ୍ଵଚାରେ ନକରାତ୍ମକ ପ୍ରଭାବ ପଡିବାର ସମ୍ଭାବନା ଥାଏ । ଅନେକଙ୍କ ତ୍ଵଚାରେ ଏସବୁ ପ୍ରଡକ୍ଟ୍ ଗୁଡିକର ସାଇଡ ଇଫେକ୍ଟ ମଧ୍ୟ ପଡ଼ିଥାଏ । ତେଣୁ ଏହିପରି ସମସ୍ୟା ଗୁଡିକର ସମ୍ଭାବନାକୁ ଏଡାଇବା ନିମନ୍ତେ ଆମେ ତ୍ଵଚାର ଉଜ୍ଜ୍ଵଳତା ପାଇଁ ବିଭିନ୍ନ ପ୍ରାକୃତିକ ଉପକରଣର ବ୍ୟବହାର କରି ପାରିବା । ଏପରି ଅନେକ ଚମତ୍କାରୀ ଉପାଦାନ ପ୍ରାକୃତିକ ଭାବରେ ଉପଲବ୍ଧ ଅଛି ଯାହା ଚେହେରା ପାଇଁ ବରଦାନ ଭଳି କାମ କରିଥାଏ । ଆମେ ଆଜି ସେପରି କିଛି ପ୍ରାକୃତିକ ଉପାଦାନ ନେଇ ଆସିଚୁ ଯାହା ଆପଣଙ୍କ ତ୍ଵଚାକୁ ପୋଷଣ ଦେଇ ଉଜ୍ଜ୍ଵଳ କରିଥାଏ ।

    1. ଆଲୋଭେରା ବ ଘି’କୁଆଁରୀ : ନିଜର ମୟଶ୍ଚରାଇଜିଙ୍ଗ ଗୁଣ ଏବଂ ଶୀତଳତା ପାଇଁ ଆଲୋଭେରା ସ୍ୱାସ୍ଥ୍ୟ ଓ ସୁନ୍ଦରତା ଦୁନିଆରେ ବେଶ ଜଣାଶୁଣା । ଭିଟାମିନ ଏ, ସି, ଇ ଏବଂ ବି12 ରେ ଭରପୁର ଆଲୋଭେରା ମୃତ କୋଷକୁ ବାହାର କରି ନୂତନ କୋଷ ତିଆରିରେ ସହାୟତା କରିଥାଏ ଏବଂ ଆବଶ୍ୟକ ସ୍ଥଳରେ ତ୍ଵଚାର ମରାମତି ମଧ୍ୟ କରିଥାଏ । ଏହା ସ୍କିନ ର ରେଡ଼ନେସକୁ କମ କରି ଅଦ୍ରତା ବଜାୟ ରଖିଥାଏ ।
    2. ମହୁ : ମହୁ ପ୍ରାକୃତିକ ଭାବେ ତିଆରି ଏକ ଉପାଦାନ ହୋଇଥିବାରୁ ଏହା ତ୍ଵଚାର ଅଦ୍ରତା ବଢାଇ ଏହାକୁ ଉଜ୍ଜ୍ଵଳ ରଖିଥାଏ । ଏଥିରେ ଆଣ୍ଟି-ଅକ୍ସିଡାଣ୍ଟ ରହିଛି ଯାହା ତ୍ଵଚାର ସ୍ୱାସ୍ଥ୍ୟ ଏବଂ ଆଣ୍ଟି-ମାଇକ୍ରୋବୟାଲ ଗୁଣକୁ ଉନ୍ନତ କରିଥାଏ । ଏହା ଫଳରେ ବ୍ରଣକୁ ମଧ୍ୟ ରୋକଯାଇ ପାରିବ ।
    3. ଦହି : ଦହିରେ ରହିଛି ଲାକ୍ଟିକ ଏସିଡ ଯାହା ତ୍ଵଚାକୁ କୋମଳତାର ସହ ଏକ୍ସଫୋଲିଏଟ କରି ଡେଡ ସ୍କିନ ଲେୟାର କୁ କାଢି ଦେଇଥାଏ । ଏହାଫଳରେ ଉଜ୍ଜ୍ଵଳ ଏବଂ ମୁଲାୟମ ତ୍ଵଚା ମିଳିଥାଏ । ଏହାସହ ଦହି ତ୍ଵଚାର ଆଦ୍ରତାକୁ ମଧ୍ୟ ବଜାୟ ରଖିବାରେ ସହାୟକ ହୁଏ ।
    4. ଗୋଲାପ ଜଳ : ଏଥିରେ ଆଣ୍ଟି-ଇନଫ୍ଲାମେଟୋରୀ ଗୁଣ ରହିଛି ଯାହା ତ୍ଵଚାର ରେଡନେସ ଓ ଜଳାପୋଡ଼ାକୁ କମ୍ କରିଥାଏ। ଗୋଲାପ ଜଳ ତ୍ଵଚା କୁ ହାଇଡ୍ରେଟ ଓ ସତେଜ କରିବାରେ ମଧ୍ୟ ସାହାଯ୍ୟ କରିଥାଏ ।
    5. ନଡ଼ିଆ ତେଲ : ନଡ଼ିଆ ତେଲରେ ପ୍ରଚୁର ମାତ୍ରାରେ ଫ୍ୟାଟି ଏସିଡ୍ ରହିଥାଏ ଯାହା ତ୍ୱଚାକୁ ପୋଷଣ ଦେଇ ମଶ୍ଚରାଇଜ୍ କରିଥାଏ । ଏଥିରେ ଆଣ୍ଟିମାଇକ୍ରୋବିୟଲ ଗୁଣ ମଧ୍ୟ ରହିଛି ଯାହା ଚର୍ମ ସଂକ୍ରମଣକୁ ରୋକିବାରେ ସାହାଯ୍ୟ କରିଥାଏ ।
    6. ଡାଳିମ୍ବ : ଡାଳିମ୍ବରେ ଆଣ୍ଟିଅକ୍ସିଡାଣ୍ଟ ଏବଂ ଭିଟାମିନ୍ ଭରପୂର ମାତ୍ରାରେ ଥାଏ ଯାହା ତ୍ଵଚାକୁ ପ୍ରାକୃତିକ ଡ୍ୟାମେଜ ରୁ ରକ୍ଷା କରି କୋଷ ଗୁଡିକର ପୁନରୁଦ୍ଧାର କରେ ଏବଂ ତ୍ଵଚାର ଗଠନରେ ଉନ୍ନତି ଆଣିବାରେ ସହାୟକ ହୋଇଥାଏ ।
    7. ବାଦାମ ତେଲ : ଏଥିରେ ଥିବା ପ୍ରଚୁର ପରିମାଣର ଭିଟାମିନ ଇ ଏବଂ କେ , ତ୍ଵଚାର ହାଇଡ୍ରେସନ ଏବଂ ପୋଷଣକୁ ସମର୍ଥନ କରିଥାଏ । ଏଥିସହିତ ଏଥିରେ ଆଣ୍ଟି-ଇନଫ୍ଲାମେଟୋରୀ ଗୁଣ ରହିଛି ଯାହା ସେନସିଟିଭ ସ୍କିନ ପାଇଁ ଉତ୍ତମ ଭାବରେ କାମ କରିଥାଏ ।
    8. ମୃତଭଣ୍ଡା : ଅମୃତଭଣ୍ଡାରେ ପାପେନ୍ ନାମକ ଏକ ଏନଜାଇମ ରହିଥାଏ, ଯାହା ପ୍ରାକୃତିକ ଏକ୍ସଫୋଲିଏଟର ଭାବେ କାମ କରିଥାଏ । ଏହା ଚର୍ମର ମୃତ କୋଷିକାଗୁଡ଼ିକୁ ବାହାର କରିବା, ଛିଦ୍ରଗୁଡିକୁ ଅନକ୍ଲୋଗ୍ କରିବା ଏବଂ ତ୍ୱଚାର ଗଠନ ଏବଂ ସ୍ୱାସ୍ଥ୍ୟରେ ଉନ୍ନତି ଆଣିବାରେ ସାହାଯ୍ୟ କରେ ।

     

    ଯେହେତୁ ମାର୍କେଟରେ ମିଳୁଥିବା ପ୍ରଡକ୍ଟସ ତୁଳନାରେ ପ୍ରାକୃତିକ ଉପାଦାନ ଗୁଡିକରେ ସାଧାରଣତଃ କମ କଠୋର ରାସାୟନିକ ପଦାର୍ଥ ତଥା ପ୍ରିଜରଭେଟିବ୍ସ ରହିଥାଏ, ଯାହା ତ୍ଵଚା ରେ ଜ୍ଵଳନ କିମ୍ବା ଅଲର୍ଜୀ ର ଆଶଙ୍କାକୁ ହ୍ରାସ କରିଥାଏ । ବିଶେଷ କରି ସେନସିଟିଭ ସ୍କିନ ପାଇଁ ଏସବୁ ପ୍ରାକୃତିକ ଉପଚାର ବେଶ ଲାଭଦାୟକ ସାବ୍ୟସ୍ତ ହୁଏ ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    moderate rain
    24.1 ° C
    24.1 °
    24.1 °
    86 %
    2.4kmh
    100 %
    Mon
    24 °
    Tue
    29 °
    Wed
    29 °
    Thu
    30 °
    Fri
    28 °

    ସମ୍ବନ୍ଧିତ