Sunday, December 28, 2025
26.7 C
Odisha

    ଫାୟାରିଂ ଅଭ୍ୟାସ ବେଳେ ଚାଲିଗଲା ୨ ଅଗ୍ନିବୀରଙ୍କ ଜୀବନ

    ଆଗକୁ ପଢନ୍ତୁ

    ଫାୟାରିଂ ଅଭ୍ୟାସ ବେଳେ ଭାରତୀୟ ସେନାର ୨ ଅଗ୍ନିବୀରଙ୍କ ମୃତ୍ୟୁ ଘଟିଛି। ଫାୟାରିଂ ଅଭ୍ୟାସ ଚାଲିଥିବା ବେଳେ ଏକ ସେଲ୍‌ ବିସ୍ଫୋରଣ ହୋଇଥିଲା । ଏହା ସଂସ୍ପର୍ଶରେ ଆସି ୨ ଅଗ୍ନିବୀରଙ୍କ ମୃତ୍ୟୁ ଘଟିଛି । ଘଟଣା ଘଟିଛି ମହାରାଷ୍ଟ୍ର ନାସିକର ଦେବଲାଲିସ୍ଥିତ ଆର୍ଟିଲରି ସ୍କୁଲରେ । ଭାରତୀୟ ସେନାର ଅଧିକାରୀଙ୍କ ତରଫରୁ ସୂଚନା ଦିଆଯାଇଛି ଯେ, ଅଗ୍ନିବୀରମାନଙ୍କ ଫାୟାରିଂ ଅଭ୍ୟାସ ବେଳେ ଏକ ତୋପର ସେଲ୍‌ ଫାଟିଯାଇଥିଲା । ଦୁଇ ଅଗ୍ନିବୀର ହାଇଦ୍ରାବାଦରୁ ଏଠାକୁ ପ୍ରଶିକ୍ଷଣ ନେବାକୁ ଆସିଥିଲେ । ଏହି ଦୁର୍ଘଟଣାର ସଠିକ୍‌ କାରଣ ଜାଣିବା ପାଇଁ ସେନା କୋର୍ଟ ଅଫ୍‌ ଇନ୍‌କ୍ୱାରୀର ଆଦେଶ ଦେଇଛି । ଏହି ଘଟଣା ଗୁରୁବାର ଦ୍ୱିପ୍ରହରରେ ନାସିକ୍‌ ରୋଡ୍‌ ଅଞ୍ଚଳରେ ଥିବା ଆର୍ଟିଲରି ସ୍କୁଲରେ ଘଟିଛି । ପରୀକ୍ଷଣ ସମୟରେ ତୋପରୁ ଛଡ଼ାଯାଇଥିବା ଏକ ସେଲ୍‌ ଫାଟିଯିବାରୁ ୨ ଅଗ୍ନିବୀରଙ୍କ ମୃତ୍ୟୁ ହୋଇଛି । ମୃତ ଅଗ୍ନିବୀର ଦୁଇ ଜଣ ହେଲେ ବିଶ୍ୱରାଜ ସିଂ (୨୦) ଓ ସୈଫତ୍‌ ଶିଟ୍‌ (୨୧) ।।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    26.7 ° C
    26.7 °
    26.7 °
    19 %
    3.1kmh
    0 %
    Sun
    24 °
    Mon
    28 °
    Tue
    29 °
    Wed
    29 °
    Thu
    30 °

    ସମ୍ବନ୍ଧିତ