Wednesday, April 8, 2026
23.9 C
Odisha

    ଫେସପ୍ୟାକ ଲଗାଇବା ସମୟରେ ଏହି ଭୁଲ କରନ୍ତୁ ନାହିଁ

    ଆଗକୁ ପଢନ୍ତୁ

     

    ଆଜିକାଲିର ବ୍ୟସ୍ତବହୁଳ ଜୀବନ ଭିତରେ ନିଜ ଶରୀର ତଥା ସ୍ଵାସ୍ଥ୍ୟ ପ୍ରତି ସମୟ ବାହାର କରିବା ଅତ୍ୟନ୍ତ ଆବଶ୍ୟକ ଅଟେ । ନିଜ ସ୍ଵାସ୍ଥ୍ୟର ସଠିକ ଯତ୍ନ ନେବା, ସୁସ୍ଥ କେଶ ତଥା ଚେହେରା ପାଇଁ ସମୟ ବାହାର କରି କିଛି କରିବା ନିହାତି ଜରୁରୀ । ଏହି ପରିପ୍ରେକ୍ଷିରେ ଅନେକ ମହିଳା ପ୍ରତିଦିନ କିଛି ସମୟ କାଢି ଏକ ସ୍କିନକେୟାର ରୁଟିନ ମଧ୍ୟ ଫଲୋ କରିଥାନ୍ତି । ମୁହଁରେ ଫେସପ୍ୟାକ ଲଗାଇବା ଏହି ସ୍କିନକେୟାର ରୁଟିନର ଏକ ଲାଭଦାୟକ ବା ଗୁରୁତ୍ବପୂର୍ଣ୍ଣ ଅଂଶ ଅଟେ । ମାତ୍ର ଅନେକ ସମୟରେ ସଚେତନତାର ଅଭାବ କାରଣରୁ ଅନେକ ମହିଳା ଫେସ ପ୍ୟାକ ଲଗାଇବା ସମୟରେ କିଛି କିଛି ଭୁଲ କରିଥାନ୍ତି ଯାହା ଚେହେରା ଉପରେ ଏକ ନକରାତ୍ମକ ପ୍ରଭାବ ଛାଡିଯିବାର ଆଶଙ୍କା ରହିଥାଏ । ଏକ ଭଲ ଫେସ ପ୍ୟାକ ମୁହଁରେ ଲଗାଇବା ଦ୍ଵାରା ଆମେ ଅନେକ ଫାଇଦା ପାଇପାରିବା । କିନ୍ତୁ ଏହାର ଫାଇଦା କୁ ଅଧିକରୁ ଅଧିକ କରିବା ଏବଂ ସମ୍ଭାବ୍ୟ ସମସ୍ୟାରୁ ରକ୍ଷା ପାଇବା ପାଇଁ ଏହାକୁ ସଠିକ୍ ଭାବରେ ବ୍ୟବହାର କରିବା ଜରୁରୀ ଅଟେ । ଆମେ ନେଇଆସିଚୁ ସେହିପରି କିଛି ଭୁଲ ର ଏକ ତାଲିକା ଯାହା ସାଧାରଣତଃ ଅନେକ ମହିଳା ଫେସ ପ୍ୟାକ ଲଗାଇବା ସମୟରେ କରିଥାନ୍ତି ।

    କୌଣସି ଫେସପ୍ୟାକ୍ ଲଗାଇବା ସମୟରେ ଏହି ୫ଟି ଭୁଲରୁ ଦୂରେଇ ରହିବା ନିହାତି ଜରୁରୀ :-

    1. ପ୍ୟାଚ ଟେଷ୍ଟ ନକରି ଫେସପ୍ୟାକକୁ ସିଧା ମୁହଁରେ ଲଗାଇବା : ସେଇ ସମାନ ସ୍କିନକେୟାର ପ୍ରଡକ୍ଟ ଭିନ୍ନ ଭିନ୍ନ ତ୍ଵଚାରେ ଭିନ୍ନ ଭିନ୍ନ ପ୍ରତିକ୍ରିୟା ଦେଖାଇଥାଏ । ଜଣେ ବ୍ୟକ୍ତିଙ୍କ ପାଇଁ ଭଲ କାମ କରୁଥିବା ଫେସ୍ ପ୍ୟାକ୍ ହୁଏତ ଅନ୍ୟ ଜଣଙ୍କ ଠାରେ ଜ୍ୱଳନ କିମ୍ବା ଆଲର୍ଜି ପ୍ରତିକ୍ରିୟା ସୃଷ୍ଟି କରିପାରେ । ତେଣୁ ଚର୍ମର ଏକ ଛୋଟ ସ୍ଥାନରେ ପ୍ୟାଚ୍ ଟେଷ୍ଟ ଆପଣଙ୍କୁ ଉତ୍ପାଦକୁ ଆପଣଙ୍କ ପୁରା ମୁହଁରେ ପ୍ରୟୋଗ କରିବା ପୂର୍ବରୁ କୌଣସି ପ୍ରତିକୂଳ ପ୍ରତିକ୍ରିୟା ଚିହ୍ନଟ କରିବାରେ ସାହାଯ୍ୟ କରେ ।
    2. ଅତ୍ୟଧିକ ବ୍ୟବହାର : ଅଳ୍ପ ବ୍ୟବଧାନରେ ବାରମ୍ବାର ଫେସ ପ୍ୟାକ ବ୍ୟବହାର କରିବା ତ୍ଵଚା ପ୍ରତି ଅତ୍ୟନ୍ତ କ୍ଷତିକାରକ ସାବ୍ୟସ୍ତ ହୋଇଥାଏ । ଫେସ ପ୍ୟାକ ଅନେକ ଲାଭପ୍ରଦ ହୋଇପାରେ ମାତ୍ର ଏହାର ମାତ୍ରାଧିକ ବ୍ୟବହାର କରିବା ଦ୍ଵାରା ଏହା ସ୍କିନକୁ ଅତ୍ୟଧିକ exfoliate କରିଦେଇ ଚେହେରାକୁ ଶୁଷ୍କ କରିଦିଏ । ଏସବୁକୁ ଦୂରେଇବା ପାଇଁ ବ୍ୟବହାର କରୁଥିବା ଉତ୍ପାଦ ଉପରେ ସୂଚିତ ନିୟମାବଳୀକୁ ପଢି ବ୍ୟବହାରେ କରନ୍ତୁ କିମ୍ବା ଆବଶ୍ୟକ ସ୍ଥଳେ ଚର୍ମ ରୋଗ ବିଶେଷଣଜ୍ଞଙ୍କ ସହ ପରାମର୍ଶ କରନ୍ତୁ ।
    3. ମୁହଁକୁ ଭଲଭାବରେ ସଫା ନକରି ଫେସପ୍ୟାକ ଲଗାଇବା : ସଫା ତ୍ୱଚାରେ ଲଗାଇବା ଦ୍ୱାରା ଫେସ୍ ପ୍ୟାକ୍ ଅଧିକ ପ୍ରଭାବଶାଳୀ ହୋଇଥାଏ। ଯଦି ଆପଣଙ୍କ ଚେହେରା କୁ ଠିକ୍ ଭାବରେ ସଫା କରାନଯାଏ, ତେବେ ଉତ୍ପାଦ ତ୍ୱଚାରେ ପ୍ରଭାବଶାଳୀ ଭାବରେ ପ୍ରବେଶ କରିବାରେ ସକ୍ଷମ ହୋଇପାରେ ନାହିଁ , ଯାହା ଏହାର ସାମଗ୍ରିକ କାର୍ଯ୍ୟକାରିତାକୁ ହ୍ରାସ କରି ଦେଇଥାଏ | ତେଣୁ କୌଣସି ଫେସ୍ ପ୍ୟାକ୍ ଲଗାଇବା ପୂର୍ବରୁ ମୁହଁକୁ ଭଲଭାବେ ସଫା କରନ୍ତୁ।
    4. ଅଧିକ ସମୟ ଯାଏଁ ଫେସପ୍ୟାକ ଶୁଖିବାକୁ ଛାଡିଦବା : ପ୍ରତ୍ଯେକ ଫେସ ପ୍ୟାକର କଭର ଉପରେ ଏହାକୁ ମୁହଁରେ ଲଗାଇ ରଖିବାର ସମୟ mention କରାଯାଇ ଥାଏ । ଏହାକୁ ପରାମର୍ଶ ଠାରୁ ଅଧିକ ସମୟ ପର୍ଯ୍ୟନ୍ତ ରଖିବା ଦ୍ୱାରା ତ୍ୱଚା ଅତ୍ୟଧିକ ଶୁଖିଯାଏ କିମ୍ବା କେତେକ କ୍ଷେତ୍ରରେ ଜଳାପୋଡ଼ା ହୋଇପାରେ । ପ୍ରତିକୂଳ ପ୍ରତିକ୍ରିୟାରୁ ରକ୍ଷା ପାଇବା ପାଇଁ ସର୍ବଦା ସୁପାରିଶ କରାଯାଇଥିବା ସମୟକୁ ଅନୁସରଣ କରନ୍ତୁ ଏବଂ ପ୍ୟାକ୍ କୁ ତୁରନ୍ତ ହଟାଇ ଦିଅନ୍ତୁ।
    5. ଅଲଗା ଅଲଗା ଉତ୍ପାଦକୁ ମିଶାଇ ବ୍ୟବହାର କରିବା : ଫେସ୍ ପ୍ୟାକ୍ ରେ ଥିବା କିଛି ଉପାଦାନ ଆପଣ ବ୍ୟବହାର କରୁଥିବା ଅନ୍ୟ ସ୍କିନ୍ କେୟାର ପ୍ରଡକ୍ଟ କିମ୍ବା ଉପାଦାନ ସହିତ ନକାରାତ୍ମକ ଭାବରେ ପ୍ରତିକ୍ରିୟା କରିପାରେ। ଅସଙ୍ଗତ ପ୍ରଡକ୍ଟ କୁ ମିଶାଇ ଲଗାଇବା ଦ୍ୱାରା ତ୍ୱଚାରେ ଜଳାପୋଡ଼ା, ଲାଲପଣ କିମ୍ବା ଆଲର୍ଜି ପ୍ରତିକ୍ରିୟା ହୋଇପାରେ । ଆପଣଙ୍କ ସ୍କିନ୍ କେୟାର ରୁଟିନ୍ ରେ ଥିବା ଉପାଦାନ ଗୁଡ଼ିକ ପ୍ରତି ସଚେତନ ରୁହନ୍ତୁ ଏବଂ ଯଦି ଆପଣଙ୍କର କୌଣସି ସନ୍ଦେହ ଅଛି, ତେବେ ଚର୍ମ ରୋଗ ବିଶେଷଜ୍ଞଙ୍କ ପରାମର୍ଶ ନିଅନ୍ତୁ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    scattered clouds
    23.9 ° C
    23.9 °
    23.9 °
    77 %
    1.6kmh
    26 %
    Tue
    25 °
    Wed
    38 °
    Thu
    37 °
    Fri
    39 °
    Sat
    39 °

    ସମ୍ବନ୍ଧିତ