Saturday, May 31, 2025
32.2 C
Odisha

    ବରୁଣ ଗାନ୍ଧୀଙ୍କ ଟିକେଟ୍ କଟିଲା, ନିର୍ବାଚନ ଲଢ଼ିବେ ‘ରାମାୟଣ’ ର ରାମ

    ଆଗକୁ ପଢନ୍ତୁ

    ନୂଆଦିଲ୍ଲୀ:ଲୋକସଭା ନିର୍ବାଚନ ପାଇଁ ଆଜି ବିଜେପି ତା’ର ୫ମ ପର୍ଯ୍ୟାୟ ପ୍ରାର୍ଥୀ ତାଲିକା ଜାରି କରିଛି । ମୋଟ ୧୧୧ ଜଣ ପ୍ରାର୍ଥୀଙ୍କ ନାମ ଦଳ ପକ୍ଷରୁ ଘୋଷଣା କରାଯାଇଛି । ତେବେ କିଛି ନୂଆ ଚେହେରାଙ୍କୁ ଟିକେଟ୍ ମିଳିଥିବା ବେଳେ କିଛି ପୁରୁଣା ଚେହେରାଙ୍କ ଟିକେଟ କଟିଛି । ସେଥିମଧ୍ୟରେ ସାମିଲ ଅଛନ୍ତି ପୂର୍ବତନ ସାଂସଦ ବରୁଣ ଗାନ୍ଧୀ । ଉତ୍ତରପ୍ରଦେଶର ପୀଲିଭୀତରୁ ସାଂସଦ ଥିବା ବରୁଣଙ୍କ ଟିକେଟ କଟିଛି । ତାଙ୍କ ସ୍ଥାନରେ ଜିତିନ ପ୍ରସାଦଙ୍କୁ ଟିକେଟ ଦିଆଯାଇଛି । ସେହିପରି ୟୁପିର ମେରଠ ଲୋକସଭା ଆସନ ପାଇଁ ଧାରାବାହିକ ‘ରାୟାୟଣ’ର ରାମ ଭୂମିକାରେ ଅବତୀର୍ଣ୍ଣ ହୋଇଥିବା ଅଭିନେତା ଅରୁଣ ଗୋଭିଲଙ୍କୁ ଟିକେଟ ମିଳିଛି । ଅନ୍ୟପକ୍ଷରେ ବଲିଉଡ ଅଭିନେତ୍ରୀ କଙ୍ଗନା ରଣାୱତ ମଧ୍ୟ ଲୋକସଭା ନିର୍ବାଚନ ଲଢ଼ିବେ । କଙ୍ଗନାଙ୍କୁ ହିମାଚଳ ପ୍ରଦେଶର ମଣ୍ଡୀ ଆସନରୁ ଟିକେଟ ଦିଆଯାଇଛି । ଅନ୍ୟପକ୍ଷରେ ସୁଲତାନପୁରୁ ମେନକା ଗାନ୍ଧୀ ନିର୍ବାଚନ ଲଢ଼ିବେ ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    broken clouds
    32.2 ° C
    32.2 °
    32.2 °
    55 %
    2.7kmh
    72 %
    Sat
    32 °
    Sun
    38 °
    Mon
    40 °
    Tue
    39 °
    Wed
    40 °

    ସମ୍ବନ୍ଧିତ