Friday, September 4, 2026
22.7 C
Odisha

    ବର୍ଷା ଆଲର୍ଟ ପରେ ବଢ଼ିଲା ଚିନ୍ତା, ଓଡ଼ିଶାରେ ପୁଣି ବନ୍ୟା ଆଶଙ୍କା

    ଆଗକୁ ପଢନ୍ତୁ

    ଭୁବନେଶ୍ବର: ଛତିଶଗଡ଼ ଓ ଝାଡ଼ଖଣ୍ଡ ପାଇଁ ଜାରି ହେଲା ଆର୍ଲଟ। ଚିନ୍ତାରେ ଓଡ଼ିଶା। ଛତିଶଗଡ଼ ଓ ଝାଡ଼ଖଣ୍ଡରେ ପ୍ରବଳ ବର୍ଷା ପାଇଁ ଆଇଏମଡି ଆର୍ଲଟ ଜାରି କରିଛି । ଯାହାକୁ ନେଇ ଓଡ଼ିଶାରେ ପୁଣି ବନ୍ୟା ଭୟ ସୃଷ୍ଟି ହୋଇଛି । ଭାରତୀୟ ପାଣିପାଗ ବିଭାଗର ସୂଚନା ଅନୁଯାୟୀ, ଆଜି ଛତିଶଗଡ଼ର ଓ ଝାଡ଼ଖଣ୍ଡର କେତେକ ଅଞ୍ଚଳରେ ଘଡ଼ଘଡ଼ି ସହ ପ୍ରବଳରୁ ଅତି ପ୍ରବଳ ବର୍ଷା ପାଇଁ ଆଲର୍ଟ ଜାରି କରାଯାଇଛି । ଏହା ସହ ସପ୍ତାହ ଶେଷକୁ ମଧ୍ୟ ପ୍ରବଳରୁ ଅତିପ୍ରବଳ ବର୍ଷା ଆଶଙ୍କା କରାଯାଇଛି । ଉପରମୁଣ୍ଡରେ ପ୍ରବଳ ବର୍ଷା ହେଲେ ଓଡ଼ିଶାର ସୀମାବର୍ତ୍ତୀ ଜିଲ୍ଲାଗୁଡ଼ିକର ନଦୀରେ ପାଣି ବଢ଼ିବା ଆଶଙ୍କା କରାଯାଇଛି ।

    ପଡ଼ୋଶୀ ରାଜ୍ୟ ଝାଡ଼ଖଣ୍ଡରେ ହୋଇଥିବା ପ୍ରବଳ ବର୍ଷା ହେତୁ ସେଠାକାର ଗାଲୁଡିହ ବ୍ୟାରେଜରୁ ୧୩ଟି ଗେଟ୍ ଦେଇ ବନ୍ୟାଜଳ ନିଷ୍କାସିତ ହେଉଥିବାରୁ ଓଡ଼ିଶାର ସୁବର୍ଣ୍ଣରେଖା ନଦୀର ଜଳସ୍ତର ବିପଦ ସଙ୍କେତ ଉପରେ ପ୍ରବାହିତ ହେଉଛି । ଅନ୍ୟପଟେ ୪ଟି ଗେଟ ଦେଇ ବନ୍ୟା ଜଳ ଛାଡ଼ୁଛି ହୀରାକୁଦ। ହୀରାକୁଦ ଜଳଭଣ୍ଡାରର ଜଳସ୍ତର ବର୍ତ୍ତମାନ ରହିଛି ୬୨୭. ୧୮ ଫୁଟ । ପ୍ରତି ସେକେଣ୍ଡରେ ୧ ଲକ୍ଷ ୪୯ ହଜାର ୯୩୬ କ୍ୟୁସେକ ଜଳ ପ୍ରବେଶ କରୁଛି । ଏହା ସହ ୬୭ ହଜାର ୩୪୯ କ୍ୟୁସେକ ଜଳ ନିଷ୍କାସିତ ହେଉଛି ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    overcast clouds
    22.7 ° C
    22.7 °
    22.7 °
    88 %
    1.1kmh
    96 %
    Thu
    22 °
    Fri
    29 °
    Sat
    30 °
    Sun
    30 °
    Mon
    30 °

    ସମ୍ବନ୍ଧିତ