Friday, September 4, 2026
22.7 C
Odisha

    ସତ୍ୟେନ୍ଦ୍ର ଜୈନଙ୍କୁ ବଡ଼ ଆଶ୍ୱସ୍ତି, STP ଦୁର୍ନୀତି ମାମଲାରେ ମିଳିଲା ଜାମିନ

    ଆଗକୁ ପଢନ୍ତୁ

    ନୂଆଦିଲ୍ଲୀ : ଦିଲ୍ଲୀ ସରକାରର ପୂର୍ବତନ ମନ୍ତ୍ରୀ ତଥା ଆମ୍ ଆଦମୀ ପାର୍ଟିର ନେତା ସତ୍ୟେନ୍ଦ୍ର ଜୈନଙ୍କୁ ବଡ଼ ଆଶ୍ୱସ୍ତି ମିଳିଛି । ଦିଲ୍ଲୀର ରାଉଜ୍ ଆଭେନ୍ୟୁ କୋର୍ଟ ତାଙ୍କୁ ୨ ଲକ୍ଷ ଟଙ୍କାର ମୁଚାଲିକାରେ ଜାମିନ ପ୍ରଦାନ କରିଛନ୍ତି । ଦିଲ୍ଲୀ ଜଳ ବୋର୍ଡର ସିୱେଜ୍ ଟ୍ରିଟମେଣ୍ଟ ପ୍ଲାଣ୍ଟ (STP) ପ୍ରକଳ୍ପରେ ଅନିୟମିତତା ଓ ଦୁର୍ନୀତି ମାମଲାରେ ତାଙ୍କୁ ଗିରଫ କରାଯାଇଥିଲା ।

    ସତ୍ୟେନ୍ଦ୍ର ଜୈନଙ୍କ ପକ୍ଷରୁ ଆଇନଜୀବୀ ଏନ୍. ହରିହରନ୍ କୋର୍ଟରେ ଯୁକ୍ତି ରଖି କହିଥିଲେ ଯେ, ମାମଲା ରୁଜୁ ହେବାର ପ୍ରାୟ ୨୭ ମାସ ପରେ ତାଙ୍କୁ ଗିରଫ କରାଯାଇଛି । ଏହି ସମୟ ମଧ୍ୟରେ ତାଙ୍କୁ କେବଳ ଥରେ ମାତ୍ର ପଚରାଉଚରା ପାଇଁ ଡକାଯାଇଥିଲା । ପରେ ପୁଣି ଡକାଯିବା ପରେ ତାଙ୍କୁ ଗିରଫ କରାଯାଇଥିବା ତାଙ୍କ ଓକିଲ କହିଥିଲେ । ମାମଲା ସହ ଜଡ଼ିତ ସମସ୍ତ ସାମଗ୍ରୀ, ଦସ୍ତାବିଜ ତଦନ୍ତକାରୀ ସଂସ୍ଥା ଆଗରୁ ଜବତ କରିସାରିଛି । ତେଣୁ ତାଙ୍କୁ ହେପାଜତରେ ରଖିବାର ଆବଶ୍ୟକତା ନାହିଁ ବୋଲି ପକ୍ଷର ଓକିଲ ଯୁକ୍ତି ଦେଇଥିଲେ ।

    ସେପଟେ ଆଣ୍ଟି କରପ୍ସନ୍ ବ୍ରାଞ୍ଚ ଜାମିନକୁ ବିରୋଧ କରିଥିଲା । ତଦନ୍ତକାରୀ ସଂସ୍ଥା ପକ୍ଷରୁ ସତ୍ୟେନ୍ଦ୍ର ଜୈନଙ୍କୁ ଅଭ୍ୟାସଗତ ଅପରାଧୀ ବୋଲି ଦାବି କରାଯାଇଥିଲା ଏବଂ ଜାମିନ ଆବେଦନ ଉପରେ ନିଷ୍ପତ୍ତି ନେବା ସମୟରେ ଏହି ଦିଗକୁ ବିଚାର କରିବାକୁ କୋର୍ଟଙ୍କୁ ଅନୁରୋଧ କରାଯାଇଥିଲା ।

    ସୂଚନାଯୋଗ୍ୟ, ଦିଲ୍ଲୀ ଜଳ ବୋର୍ଡର STP ପ୍ରକଳ୍ପର ଟେଣ୍ଡର ପ୍ରକ୍ରିୟାରେ କଥିତ ଅନିୟମିତତା ମାମଲାରେ ACB ଅଗଷ୍ଟ ୧୮ ତାରିଖରେ ସତ୍ୟେନ୍ଦ୍ର ଜୈନଙ୍କୁ ଗିରଫ କରିଥିଲା । ତାଙ୍କ ବିରୋଧରେ ଦୁର୍ନୀତି ନିବାରଣ ଆଇନ ଏବଂ ଭାରତୀୟ ଦଣ୍ଡ ସଂହିତାର ସମ୍ପୃକ୍ତ ଧାରାରେ ମାମଲା ରୁଜୁ ହୋଇଥିଲା । ଏହି ମାମଲା ୨୦୨୪ ମେ ମାସରେ ଦିଲ୍ଲୀ ସରକାରଙ୍କ ଭିଜିଲାନ୍ସ ଡାଇରେକ୍ଟୋରେଟ୍ର ଅଭିଯୋଗ ଆଧାରରେ ରୁଜୁ ହୋଇଥିଲା ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    overcast clouds
    22.7 ° C
    22.7 °
    22.7 °
    88 %
    1.1kmh
    96 %
    Thu
    22 °
    Fri
    29 °
    Sat
    30 °
    Sun
    30 °
    Mon
    30 °

    ସମ୍ବନ୍ଧିତ