Monday, October 19, 2026
21.9 C
Odisha

    ବାଂଲାଦେଶୀ ବ୍ୟାଗ୍‌ ଧରି ସଂସଦରେ ପହଞ୍ଚିଲେ ପ୍ରିୟଙ୍କା

    ଆଗକୁ ପଢନ୍ତୁ

    ନୂଆଦିଲ୍ଲୀ: ଗତକାଲି ସଂସଦକୁ ପାଲେଷ୍ଟାଇନ୍‌ ବ୍ୟାଗ୍‌ ଧରି ଯାଇ ଚର୍ଚ୍ଚାରେ ରହିଥିବା କଂଗ୍ରେସ ନେତ୍ରୀ ତଥା ୱାୟାନାଡ୍‌ ସାଂସଦ ପ୍ରିୟଙ୍କା ଗାନ୍ଧୀ ଆଜି ବାଂଲାଦେଶୀ ବ୍ୟାଗ୍‌ ଧରିଥିବାର ନଜର ଆସିଛନ୍ତି। ସେହି ବ୍ୟାଗ୍‌ରେ ଲେଖାଯାଇଛି ‘‘ଆମେ ବାଂଲାଦେଶର ହିନ୍ଦୁ ଏବଂ ଖ୍ରୀଷ୍ଟିଆନମାନଙ୍କ ସହ ଛିଡା ହୋଇଛୁ’’। ସଂସଦ ପରିସରରେ ବାଂଲାଦେଶରେ ହିନ୍ଦୁ ଏବଂ ଖ୍ରୀଷ୍ଟିଆନଙ୍କ ପ୍ରତି ହୋଇଥିବା ଅତ୍ୟାଚାର ବିରୋଧରେ ସ୍ୱର ଉଠାଇଛନ୍ତି ପ୍ରିୟଙ୍କା।

    ନିକଟରେ କେରଳର ୱାୟାନାଡରୁ ନିର୍ବାଚନ ବିଜୟ ପରେ ନିଜର ପ୍ରଥମ ଥର ପାଇଁ ସାଂସଦ ବନିଥିବା ପ୍ରିୟଙ୍କା ଗାନ୍ଧୀ ସୋମବାର (ଡିସେମ୍ବର ୧୬)ରେ ଲୋକସଭା ଅଧିବେଶନରେ ବାଂଲାଦେଶରେ ସଂଖ୍ୟାଲଘୁଙ୍କ ପ୍ରତି ହୋଇଥିବା ଅତ୍ୟାଚାର ବିରୋଧରେ ସ୍ୱର ଉତ୍ତୋଳନ କରିଛନ୍ତି।ସେ ତାଙ୍କର ଭାଷଣ ଦେଇ ସେ ପୀଡିତଙ୍କୁ ସରକାରଙ୍କ ସହାୟତା ପାଇଁ ଆହ୍ବାନ ଦେଇଛନ୍ତି। ବାଂଲାଦେଶରେ ଉଭୟ ହିନ୍ଦୁ ଏବଂ ଖ୍ରୀଷ୍ଟିଆନଙ୍କ ଉପରେ ଅତ୍ୟାଚାର ପ୍ରସଙ୍ଗରେ ସରକାର ପଦକ୍ଷେପ ନେବା ଉଚିତ। ଏ ସଂପର୍କରେ ବାଂଲାଦେଶ ସରକାରଙ୍କ ସହ ଆଲୋଚନା କରିବା ସହ ଯନ୍ତ୍ରଣା ଭୋଗୁଥିବା ଲୋକଙ୍କୁ ସମର୍ଥନ କରିବା ଉଚିତ ବୋଲି ସେ କହିଛନ୍ତି।ହିନ୍ଦୁଙ୍କ ସମେତ ବାଂଲାଦେଶର ସଂଖ୍ୟାଲଘୁ ସମ୍ପ୍ରଦାୟମାନେ ଅଗଷ୍ଟ ୫ ରେ ପୂର୍ବତନ ପ୍ରଧାନମନ୍ତ୍ରୀ ଶେଖ ହସିନାଙ୍କ ଶାସନର ପତନ ପରେ ଆସିଥିବା ବିଶୃଙ୍ଖଳାରେ ଟାର୍ଗେଟ ହୋଇଛନ୍ତି। ସେମାନଙ୍କର ପୂଜାପାଠ ସ୍ଥାନ ନଷ୍ଟ ହୋଇଥିବାର ଦେଖାଯାଇଛି।ହିନ୍ଦୁ ତଥା ଅନ୍ୟାନ୍ୟ ସଂଖ୍ୟାଲଘୁଙ୍କ ପ୍ରତି ହିଂସା ଓ ଗତ କିଛି ସପ୍ତାହ ମଧ୍ୟରେ ବାଂଲାଦେଶର ମନ୍ଦିର ଉପରେ ଆକ୍ରମଣ ଭଳି ଘଟଣା ଘଟିଛି।ଯାହା ନୂଆଦିଲ୍ଲୀରେ ପ୍ରବଳ ଚିନ୍ତାର କାରଣ ହୋଇଛି।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    broken clouds
    21.9 ° C
    21.9 °
    21.9 °
    90 %
    1.5kmh
    57 %
    Sun
    22 °
    Mon
    30 °
    Tue
    30 °
    Wed
    30 °
    Thu
    29 °

    ସମ୍ବନ୍ଧିତ