Friday, October 18, 2024
30.6 C
Odisha

    ବାଂଲା ବୋଲରଙ୍କ ଲୟ ବିଗାଡ଼ି ଦେଲେ ଭାରତୀୟ ବ୍ୟାଟର । ଟିଟ୍ୱେଣ୍ଟି ସିରିଜର ଶେଷ ମ୍ୟାଚରେ ଟାର୍ଗେଟ ୨୯୮

    ଆଗକୁ ପଢନ୍ତୁ

    ହ୍ରାଇଦ୍ରାବାଦ୍‌ରେ ରେକର୍ଡ କଲା ଟିମ୍ ଇଣ୍ଡିଆ । ବାଂଲାଦେଶ ବିପକ୍ଷରେ ଏହି ମ୍ୟାଚରେ ଅନେକ ରେକର୍ଡ କରିଛି ଭାରତ । ୱିକେଟ କିପର ସଞ୍ଜୁ ସାମସନଙ୍କ ଶତକ ବଳର ଭାରତ ବାଂଲାଦେଶ ବିପକ୍ଷରେ ୨୯୭ର ବିଶାଳ ସ୍କୋର କରିଛି । ସିରିଜର ଶେଷ ମ୍ୟାଚରେ ଛଅଟି ରେକର୍ଡ ଭାଙ୍ଗିଛି ଭାରତ । ବାଂଲାଦେଶ ଆଗରେ ୨୯୮ରନ ଟାର୍ଗେଟ ରଖିଛି ଭାରତ ।

    ମ୍ୟାଚ ଆରମ୍ଭରୁ ଓପନର ସଞ୍ଜୁ ସାମସନ ଆକ୍ରାମକ ବ୍ୟାଟିଂ କରିଥିଲେ । ମାତ୍ର ୪୭ଟି ବଲରେ ୧୧୧ ରନ୍ କରିଛନ୍ତି । ଭାରତ ଟିଟ୍ୱେଣ୍ଟି ଫର୍ମାଟରେ ଦ୍ୱିତୀୟ ସର୍ବାଧିକ ସ୍କୋର କରିଛି । ଭାରତ ଆଗରେ ରହିଛି ନେପାଳ । ୨୦୨୩ ସେପ୍ଟେମ୍ବରରେ ମଙ୍ଗୋଲିଆ ବିପକ୍ଷରେ ନେପାଳ ସର୍ବାଧିକ ୩୧୪ ରନ୍‌ କରି ବିଶ୍ୱ ରେକର୍ଡ ହାସଲ କରିଛି । ଭାରତ ଆଜି ୨୯୭ ରନ୍‌ କରି ଏହି ତାଲିକାରେ ଦ୍ୱିତୀୟ ସ୍ଥାନରେ ରହିଛି । ତୃତୀୟ ଓଭର ଆରମ୍ଭରୁ ମାତ୍ର ୪ ରନ୍‌ରେ ଅଭେଷକ ଶର୍ମା ଆଉଟ ହେବାପରେ ମୈଦାନରେ ଆରମ୍ଭ ହୋଇଥିଲା ସଞ୍ଜୁ ଏବଂ ସୂର୍ଯ୍ୟଙ୍କ ଶୋ’ ।

    ବାଂଲାଦେଶ ବୋଲରଙ୍କ କୌଣସି ରଣନୀତି ଆଜି ଭାରତୀୟ ବ୍ୟାଟରଙ୍କ କାମ କରିନି । ଶସ୍ତାରେ ଅଭିଶେକ ଶର୍ମା ଆଉଟ ହେବାପରେ ବି ପାୱାର ପ୍ଲେ’ ଅର୍ଥାତ ମାତ୍ର ୬ ଓଭରରେ ଭାରତ ୮୨ ରନ୍ ସଂଗ୍ରହ କରିଥିଲା । ଅଷ୍ଟମ ଓଭର ଶେଷ ହେବା ସୁଦ୍ଧା ଭାରତର ଦଳୀୟ ସ୍କୋର୍ ୧୦୦ ରନରେ ପହଞ୍ଚି ସାରିଥିଲା । ଏହାପରେ ଟିମ୍ ଇଣ୍ଡିଆ ମାତ୍ର ୧୪ ଓଭରରେ ୨୦୦ ରନ୍ ଦଳୀୟ ସ୍କୋର ପୂରଣ କରିଥିଲା ।

    ଆଜିର ମ୍ୟାଚରେ ଭାରତ ୨୨ଟି ଛକା ମାରିଛି । ଆଉ ଏହାବି ଟିମ୍ ଇଣ୍ଡିଆ ପାଇଁ ରେକର୍ଡ ସୃଷ୍ଟି କରିଛି । ମ୍ୟାଚରେ ଓପନର ସଞ୍ଜୁ ସାମସନ୍ ଶତକୀୟ ଇନିଂସ ଖେଳିଛନ୍ତି । ଏହା ହେଉଛି ସଞ୍ଜୁଙ୍କ ପ୍ରଥମ ଅନ୍ତର୍ଜାତୀୟ ଟିଟ୍ୱେଣ୍ଟି ଶତକ । ଯେଉଁଥିରେ ୮ଟି ଛକା ଓ ୧୧ଟି ଚୌକା ସାମିଲ ରହିଛି । ମାତ୍ର ୪୦ ବଲ୍‌ରେ ସଞ୍ଜୁ ଶତକ ହାସଲ କରି ଦ୍ୱିତୀୟ ଭାରତୀୟ ଭାବେ ଦ୍ରୁତତମ ଶତକ ରେକର୍ଡ ନିଜ ନାଁରେ କରିଛନ୍ତି । ସେହିପରି ମ୍ୟାଚରେ ଅଧିନାୟକ ସୂର୍ଯ୍ୟଙ୍କ ଯାଦୁ ବି ଦେଖିବାକୁ ମିଳିଥିଲା । ସେ ମାତ୍ର ୩୫ଟି ବଲ୍‌ରେ ୭୫ ରନ୍‌ କରିଥିଲେ । ଯେଉଁଥିରେ ୫ଟି ଛକା ଏବଂ ୮ଟି ଚୌକା ସାମିଲ ରହିଛି । ସେହିପରି ହାର୍ଦ୍ଦିକ ପାଣ୍ଡ୍ୟା ବି ୧୮ଟି ବଲ୍‌ରେ ୪୭ ରନ୍‌ କରିଥିଲେ । ଯେଉଁଥିରେ ୪ଟି ଚୌକା ଏବଂ ୪ଟି ଛକା ସାମିଲ ରହିଛି ।

    ସଞ୍ଜୁଙ୍କ ପୂର୍ବରୁ ଦ୍ରୁତତମ ଶତକ ରେକର୍ଡ କ୍ୟାପଟେନ ରୋହିତ ଶର୍ମାଙ୍କ ନାଁ ରହିଛି । ସେ ୩୫ ବଲ୍‌ରେ ଅନ୍ତର୍ଜାତୀୟ ଟିଟ୍ୱେଣ୍ଟି ଶତକ ହାସଲ କରିଥିଲେ । ଆଜିର ମ୍ୟାଚରେ ୬ ୱିକେଟ ବିନିମୟରେ ଭାରତ ୨୯୭ କରିଛି ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    scattered clouds
    30.6 ° C
    30.6 °
    30.6 °
    64 %
    1.3kmh
    27 %
    Fri
    31 °
    Sat
    30 °
    Sun
    30 °
    Mon
    30 °
    Tue
    29 °

    ସମ୍ବନ୍ଧିତ