Friday, April 3, 2026
29.7 C
Odisha

    ବିଜୁବାବୁଙ୍କୁ ନେଇ ତେଜିଲାଣି ରାଜନୀତି, “ବିଜେଡ଼ି କାର୍ଯ୍ୟାଳୟରେ ନାହିଁ ବିଜୁଙ୍କ ପ୍ରତିମୂର୍ତ୍ତି”

    ଆଗକୁ ପଢନ୍ତୁ

    ଭୁବନେଶ୍ୱର : ଦିନକୁ ଦିନ ତେଜୁଛି ବିବାଦ। ଆରୋପ ପ୍ରତ୍ୟାରୋପ ଭିତରେ ଚାଲି ପାରୁନି ଗୃହ। ପ୍ରତ୍ୟେକ ଥର ଗୃହରେ କିଛି ନା କିଛି ପ୍ରସଙ୍ଗ ଉଠାଇ ଗୃହ ଭିତରେ ହଙ୍ଗାମା କରୁଛନ୍ତି ବିରୋଧୀ। ଆଉ ସେପଟେ ବିରୋଧୀଙ୍କ ଶସ୍ତା ରାଜନୀତି ଉପରେ ପ୍ରଶ୍ନ ଉଠାଉଛନ୍ତି ଶାସକ ଦଳର ନେତା ମନ୍ତ୍ରୀମାନେ। ଠିକ୍ ସେହିପରି ଏବେ ସବୁଠୁ ଚର୍ଚ୍ଚାରେ ରହିଛନ୍ତି ବିଜୁ ବାବୁ ପ୍ରସଙ୍ଗ। ବରପୁତ୍ର ବିଜୁ ପଟ୍ଟନାୟକଙ୍କୁ ନେଇ ରାଜନୀତି କରୁଛି ବିଜେଡି, ହେଲେ ବିଜେଡି କାର୍ଯ୍ୟାଳୟରେ ନାହିଁ ବିଜୁ ବାବୁଙ୍କ ପ୍ରତିମୂର୍ତ୍ତି। ଏପରି କିଛି ରୋକଠୋକ ଉତ୍ତର ରଖିଛନ୍ତି ମନ୍ତ୍ରୀ ରବି ନାଏକ।

    ବିଜୁବାବୁ ରାଜନୀତି: ଯଦି ଦେଖିବା ବିଜୁ ପଟ୍ଟନାୟକଙ୍କୁ ନେଇ ଏବେ ବିଜେପି ଓ ବିଜେଡି ମଧ୍ୟରେ ହେଉଛି ତୁମ୍ୱି ତୋଫାନ। ବିଜେଡି ସରକାରକୁ ଆସିବା ପରେ ମାର୍ଚ୍ଚ ୫ ତାରିଖକୁ ପଞ୍ଚାୟତିରାଜ ଦିବସ ଭାବେ ପାଳନ କରିଆସୁଥିଲା। ଯାହାକି ବିଜୁ ଜୟନ୍ତୀ ଭାବରେ ବେଶ ଜଣାଶୁଣା। ହେଲେ ବିଜେପି ସରକାରକୁ ଆସିବା ପରେ ଏହି ନିୟମରେ ପରିବର୍ତ୍ତନ କରିଥିଲା। ଅର୍ଥାତ୍ ପଞ୍ଚାୟତିରାଜ ଦିବସରେ ପ୍ରତିବର୍ଷ ସ୍କୁଲ ବନ୍ଦ ରହୁଥିଲା। ହେଲେ ଚଳିତ ବର୍। ସ୍କୁଲ ବନ୍ଦ ନକରିବା ପାଇଁ ସରକାର ନିଷ୍ପତ୍ତି ନେଇଥିଲେ, ଆଉ ସେଇଆ ହିଁ ହୋଇଥିଲା। ଯାହାକୁ ନେଇ ତେଜିଥିଲା ବିବାଦ।

    ଗୃହ ମୁଲତବି: ଆଉ ଏହି ପଞ୍ଚାୟତିରାଜ ଦିବସରେ ବିଜୁବାବୁଙ୍କର ଜୟନ୍ତି ପାଳନ ନକରିବା ପ୍ରସଙ୍ଗକୁ ମୁଦ୍ଦା କରିଥିଲେ ବିରୋଧୀ। ବିଜୁ ବାବୁଙ୍କୁ ଅସମ୍ମାନ ଚଳିବ ନାହିଁ ନାରା ଦେଇ ଆଜି ଆରମ୍ଭ ହୋଇଥିବା ବଜେଟ୍ ଅଧିବେଶନର ପ୍ରଥମ ଦିନରୁ ଗୃହ ଚଲାଇ ଦେଇନଥିଲେ।ଏପରିକି ପୋଡିୟମ ନିକଟକୁ ଆସି ଗର୍ଜିଥିଲେ। ବାଚସ୍ପତି ଯେତେ ତାଗିଦ କରିଥିଲେ ସୁଦ୍ଧା ବିରୋଧୀ ଦଳ ଖାତିର କରି ନ ଥିଲେ। ତେଣୁ ବାଧ୍ୟ ହୋଇ ବାଚସ୍ପତି ଗୃହକୁ ପ୍ରଥମେ ମଧ୍ୟାହ୍ନ ୧୨ଟା ଯାଏଁ ମୁଲତବି ରଖିଥିଲେ। ଆଉ ପରେ ସୋମବାର ପର୍ଯ୍ୟନ୍ତ ଗୃହ ମୁଲତବି ରହିବ ବୋଲି ସୂଚନା ଦେଇଥିଲେ।

    ନାହିଁ ବିଜୁ ପ୍ରତିମୂର୍ତ୍ତି: ଆଉ ସେପଟେ ଗୃହ ବାହାରେ ଏହି ହଙ୍ଗାମାକୁ ନେଇ ମୁହଁ ଖୋଲିଛନ୍ତି ମନ୍ତ୍ରୀ ରବି ନାଏକ। ରବି ତାଙ୍କ ରୋକଠୋକ ଜବାବରେ କହିଛନ୍ତି, ବିଜେଡ଼ି ଦଳୀୟ କାର୍ଯ୍ୟାଳୟରେ ବିଜୁ ବାବୁଙ୍କ ପ୍ରତିମୂର୍ତ୍ତି ନାହିଁ। ଏଥିରୁ ସ୍ପଷ୍ଟ ସେମାନେ କେତେ ବିଜୁ ବାବୁଙ୍କୁ ସମ୍ମାନ ଦେଉଛନ୍ତି। ବିଜୁଙ୍କୁ ନେଇ ବିଜେଡି ରାଜନୀତି କରୁଛି, ଆମେ ଆଗଧାଡିରେ ରଖିବୁ। ବିଜେଡି ପାଦ ତଳୁ ମାଟି ଖସିଗଲାଣି। ପରିଚୟ ସଙ୍କଟ ଦେଖାଦେଲାଣି। ବିଜୁ ବାବୁଙ୍କୁ ପେଟେଣ୍ଟ କରିବାକୁ ଚାହୁଁଛି ବିଜେଡି। ବିଜୁ ବାବୁ ଓଡିଶାର ଗର୍ବ ଓ ଗୌରବ, ବିଜେଡିର ନୁହେଁ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    broken clouds
    29.7 ° C
    29.7 °
    29.7 °
    34 %
    2.3kmh
    77 %
    Fri
    30 °
    Sat
    39 °
    Sun
    36 °
    Mon
    38 °
    Tue
    37 °

    ସମ୍ବନ୍ଧିତ