Sunday, March 29, 2026
31.5 C
Odisha

    ବିଜେଡ଼ିରେ ମିଶିଲେ ଦେବଗଡ଼ ରାଣୀ ଅରୁନ୍ଧତୀ ଦେବୀ

    ଆଗକୁ ପଢନ୍ତୁ

    ବିଜେଡ଼ିରେ ମିଶିଲେ ଦେବଗଡ଼ ରାଣୀ ତଥା ବିଜେପି ସାସଂଦ ନିତେଶ ଗଙ୍ଗଦେବଙ୍କ ପତ୍ନୀ ଅରୁନ୍ଧତୀ ଦେବୀ । ନବୀନ ନିବାସରେ ମୁଖ୍ୟମନ୍ତ୍ରୀଙ୍କ ଉପସ୍ଥିତିରେ ବିଧିବଦ୍ଧ ଭାବେ ସେ ଆଜି ବିଜେଡ଼ିରେ ସାମିଲ ହୋଇଛନ୍ତି। ଅରୁନ୍ଧତୀ ଦେବୀ ଆଜି ଅପରହ୍ଣାରେ ବିଜେପିରୁ ଇସ୍ତଫା ଦେଇଥିଲେ। ଏହି ମିଶ୍ରଣ ପର୍ବରେ ସାଂସଦ ମାନସ ମଙ୍ଗରାଜ ଉପସ୍ଥିତ ଥିଲେ। ଖବର ଅନୁଯାୟୀ, ସମ୍ବଲପୁର ସାଂସଦ ନିତେଶ ଗଙ୍ଗଦେବଙ୍କ ପତ୍ନୀ ଅରୁନ୍ଧତୀ ଦେବୀ ଆଜି ବିଜେପିର ପ୍ରାଥମିକ ସଦସ୍ୟତାରୁ ଇସ୍ତଫା ଦେଇଥିଲେ। ଏନେଇ ସେ ସୋସିଆଲ ମିଡିଆରେ ସୂଚନା ଦେଇଥିଲେ। ଅନେକଦିନ ଧରି ତାଙ୍କ ସାଂସଦ ସ୍ବାମୀଙ୍କୁ ବିଜେପିରେ ଏକଘରିକିଆ କରାଯାଇଥିବାରୁ ଅସନ୍ତୁଷ୍ଟ ଥିଲେ ଅରୁନ୍ଧତୀ। ଏହାସହ ଦେବଗଡ଼ର ବିଧାୟକ ସୁବାସ ପାଣିଗ୍ରାହୀଙ୍କ ସହ ଦୀର୍ଘଦିନ ଧରି ବିବାଦ ଲାଗିରହିଥିଲା । ଅରୁନ୍ଧତୀ ବିଜେପି ସହ ସମ୍ପର୍କ ତୁଟାଇବା ପରେ ବାମରା ରାଜପରିବାର ପରବର୍ତ୍ତୀ ରାଜନୈତିକ ନିଷ୍ପତ୍ତି ଉପରେ କେବଳ ଦେବଗଡ଼ ନୁହେଁ ସମ୍ବଲପୁର ସଂସଦୀୟ କ୍ଷେତ୍ରର ନଜର ରହିଥିଲା।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    31.5 ° C
    31.5 °
    31.5 °
    19 %
    1.7kmh
    0 %
    Sun
    34 °
    Mon
    40 °
    Tue
    38 °
    Wed
    39 °
    Thu
    41 °

    ସମ୍ବନ୍ଧିତ